/odishatv-khabar/media/media_files/2025/09/30/rain-2025-09-30-12-35-18.jpg)
RAIN Photograph: (OTV)
ଭିଜିବ ଦଶହରା । ପୁଣି ଆସୁଛି ଲଘୁଚାପ, ଭିଜି ଭିଜା ହେବ ନବମୀ, ଦଶମୀ। ଆଜି ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବ । ଏହା ପ୍ରଭାବରେ ଆସନ୍ତାକାଲି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର (Low Pressure) ସୃଷ୍ଟିହେବା ସମ୍ଭାବନା ରହିଛି। ଫଳରେ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ସମେତ ଗୋଟିଏ ଦୁଇଟି ସ୍ଥାନରେ ହେବ ଅତିପ୍ରବଳ ବର୍ଷା ହେବ। ଆଜି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଓ ଗଞ୍ଜାମ । ସେହିଭଳି ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ହେବା ଆଶଙ୍କା ରହିଛି ।
ଆସନ୍ତାକାଲି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ସାରା ଓଡ଼ିଶାରେ ବି ବର୍ଷାର ପ୍ରଭାବ ରହିବ । ଦଶହରାରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ତିନି ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।
ଅଧିକ ଦେଖନ୍ତୁ:
Fraudulent Recruitment Exposed: ଚାକିରି ରାକେଟର ପର୍ଦ୍ଦାଫାସ୍, ପୋଲିସ SI ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍

Murder Case: ପ୍ରେମିକ ମୁଣ୍ଡକୁ ଶିଳପୁଆରେ ବାଟିଦେଲା ପ୍ରେମିକା

Asia Cup: ଜିତିଲା ଭାରତ, ଧୂଳି ଚାଟିଲେ ପାକିସ୍ତାନ ଗୃହମନ୍ତ୍ରୀ

Baba Vanga Predictions: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୫ ରୁ ୨୦୩୦; କ’ଣ ହେବ ଜାଣନ୍ତୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)