Advertisment

Fraudulent Recruitment Exposed: ଚାକିରି ରାକେଟର ପର୍ଦ୍ଦାଫାସ୍, ପୋଲିସ SI ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍

ପୋଲିସ SI ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍। ଏକ ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ କରୁଥିଲା ଉଦ୍ୟମ। ଆଶାୟୀଙ୍କୁ ହାଇଦ୍ରାବାଦ ନେଉଥିବା ବେଳେ ଧରିଲା ବ୍ରହ୍ମପୁର ପୋଲିସ।

author-image
Chinmayee Sahoo
POLICE

POLICE Photograph: (OTV)

ବ୍ରହ୍ମପୁରରେ ଚାକିରି ରାକେଟର ପର୍ଦ୍ଦାଫାସ୍। ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ହୋଇଥିଲା ବଡ଼ ଡିଲ୍ । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଇ ସ୍ପେଶାଲ୍ କୋଟିଂ ଦେବାକୁ କରୁଥିଲା ପ୍ରୟାସ । ସେମାନଙ୍କ ପିଛା କରି ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୋଲିସ । 
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି । ତେବେ ଚାକିରି ଜାଲିଆତି ପଛରେ କିଏ ସେନେଇ ପୋଲିସ ଛାନଭିନ ଚଳାଇଛି । ପ୍ରଶ୍ନ ଉଠୁଛି- ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସଂସ୍ଥା କିଭଳି ପିଲାଙ୍କୁ ଦେଉଥିଲା ସ୍ପେଶାଲ୍ କୋଚିଂ ? ପୂର୍ବରୁ ବି ଏଭଳି ସ୍ପେଶାଲ କୋଚିଂ ଦେଇନି ତ ସଂପୃକ୍ତ ସଂସ୍ଥା ? କେବେଠାରୁ ଚାଲିଛି ଏଭଳି ଚାକିରି ଜାଲିଆତି ? ଏନେଇ ବିଭିନ୍ନ ଦିଗରୁ ଛାନଭିନ ଚଳାଇଛି ବ୍ରହ୍ମପୁର ପୋଲିସ ।  ତେବେ ଏନେଇ ପୋଲିସ କିମ୍ବା ସଂପୃକ୍ତ ସଂସ୍ଥା ତରଫରୁ ପ୍ରତିକ୍ରିୟା ମିଳିପାରିନି ।

Advertisment

ଅଧିକ ଦେଖନ୍ତୁ:

Odisha Police SI Exam
Advertisment
Related Articles
Advertisment