Advertisment

Emotional Goodbye: ମନେ ପକାଉଛନ୍ତି ଫ୍ୟାନ୍ସ, ଆଖିରେ ଲୁହ ଦେଇ ଯାଇଛନ୍ତି ହ୍ୟୁମାନ୍

ଗୀତ ଗାଇ ଖୁସି କରାଉଥିବା ମଣିଷଟା, ଆଜି ଆଖିରେ ଲୁହ ଦେଇ ଦେଇଯାଇଛି । ଏ ଚିହ୍ନା ମଣିଷଟା ଯେମିତି ହଜିଯାଇଛି । ଏ ଖୁସି ଆଉ ଫେରିବନି, କି ଆଉ କେହି ହାପି ବର୍ଥଡେ ହ୍ୟୁମାନ୍ କହିବେନି । ପ୍ରତିବର୍ଷ ଜନ୍ମଦିନ ଆସିବ ଆଉ ଚାଲିଯିବ କିନ୍ତୁ ଆଉ ଫେରିବେନି ହ୍ୟୁମାନ୍ ।

author-image
Tapan Swain
Human-Sagar-Birthday

Human-Sagar-Birthday Photograph: (OTV)

ଗୀତ ଗାଇ ଖୁସି କରାଉଥିବା ମଣିଷଟା, ଆଜି ଆଖିରେ ଲୁହ ଦେଇ ଦେଇଯାଇଛି । ଏ ଚିହ୍ନା ମଣିଷଟା ଯେମିତି ହଜିଯାଇଛି । ଏ ଖୁସି ଆଉ ଫେରିବନି, କି ଆଉ କେହି ହାପି ବର୍ଥଡେ ହ୍ୟୁମାନ୍ କହିବେନି । ପ୍ରତିବର୍ଷ ଜନ୍ମଦିନ ଆସିବ ଆଉ ଚାଲିଯିବ କିନ୍ତୁ ଆଉ ଫେରିବେନି ହ୍ୟୁମାନ୍ ।

Advertisment

ହଜିଯାଇଥିବା ଏ ମଣିଷଟାକୁ ଆଜି ସମସ୍ତେ ଖୋଜୁଛନ୍ତି l ଗୀତକୁ ଭଲ ପାଉଥିବା ଲୋକ ଗୁଡାକ ହ୍ୟୁମାନଙ୍କୁ ମନେ ପକାଇ ଆଖିରୁ ଲୁହ ଝରାଉଛନ୍ତି l ହ୍ୟୁମାନ୍ ଆଉ ନାହାନ୍ତି ହେଲେ କେବଳ ଛାଡ଼ିଯାଇଛନ୍ତି ସୁରିଲା ସ୍ମୃତି । ନଭେମ୍ବର ୨୫ ହ୍ୟୁମାନଙ୍କ ବର୍ଥଡେ ବୋଲି ସୋସିଆଲ୍ ମିଡିଆରେ ଚାର୍ଚ୍ଚା ହେଉଛି । ହେଲେ ତାଙ୍କ ପ୍ରକୃତ ଜନ୍ମ ଏପ୍ରିଲ୍ ୨୧ ତାରିଖ l ଗତ ୧୭ ତାରିଖ ହ୍ୟୁମାନ ଯିବାପରେ କାନ୍ଦୁଛି ଓଡ଼ିଆ ସଙ୍ଗୀତ ଜଗତ l ଓଡ଼ିଆମାନଙ୍କ ହୃଦୟକୁ ଜିତିଥିବା ଏ ହୀରା ଖଣ୍ଡକ ଆଉ ଆମ ପାଖରେ ନାହାନ୍ତି l କଥା କଥାରେ ଖୁବ୍ ମଜା କରୁଥିବା ସମସ୍ତଙ୍କ ପ୍ରିୟ ମଣିଷ ସବୁଦିନ ପାଇଁ ଶୋଇ ଯାଇଛନ୍ତି l

କେକ୍ କାଟି ଖୁଆଉଥିଲେ ହ୍ୟୁମାନ

ସବୁ ଖୁସି ଦୁଃଖରେ ବଦଳି ଯାଇଛି । ହ୍ୟୁମାନଙ୍କ ପାଇଁ କାନ୍ଦୁଛି ସହର ଠାରୁ ଗାଁ । ଆଉ ସାରା ଓଡ଼ିଶା ବିଶେଷ କରି ବଲାଙ୍ଗୀରଠୁ କଟକ ଓ ଭୁବନେଶ୍ୱର ଯାଏଁ ଯେମିତି ତାଙ୍କ ବିନା ସ୍ତବ୍ଧ ହୋଇଯାଇଛି । ସେଦିନ ଯେଉଁ ହ୍ୟୁମାନ କେକ୍ କାଟି ସମସ୍ତଙ୍କୁ ଖୁଆଇଥିଲେ, ମିଠା ମିଠା ଗୀତ ଗାଇ ସମସ୍ତଙ୍କୁ ଖୁସି କରୁଥିଲେ ସେ ନିରବୀ ଯାଇଛନ୍ତି l ହଠାତ୍ ସବୁଦିନ ପାଇଁ ଓଡ଼ିଶାର ହାତ ଛାଡ଼ିଛନ୍ତି ।

Advertisment

ହେଲେ ଏ ସବୁ ଭିତରେ ହ୍ୟୁମାନଙ୍କ ମୃତ୍ୟୁକୁ ୮ ଦିନ ବିତିଲାଣି । ତଥାପି ତାଙ୍କ ମୃତ୍ୟୁ ପଛରେ କାହାର ହାତ ଜଣାପଡ଼ୁନି । ହ୍ୟୁମାନଙ୍କ ଚିକିତ୍ସାରେ କାହିଁକି ଅବହେଳା ହେଲା ? ହ୍ୟୁମାନଙ୍କ ମୃତ୍ୟୁର କାରଣ କ'ଣ ? ଏମିତିକି ଅନେକ ପ୍ରଶ୍ନର ଉତ୍ତର ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ମିଳୁନି । 

ଖୁବ୍ ଅଳ୍ପ ଦିନରେ ସଙ୍ଗୀତର ବାଦଶାହ ବନିଥିଲେ ହ୍ୟୁମାନ୍ । ୧୦ ବର୍ଷର କ୍ୟାରିୟରେ ଗାଇଥିଲେ ହଜାର ହଜାର ଗୀତ । ଏମିତି କି ହ୍ୟୁମାନ୍ ୧୦ ହଜାର ଗୀତ ଗାଇଥିବା କୁହାଯାଉଛି । ପ୍ରତ୍ୟକଟି ଗୀତ ତାଙ୍କର ସୁପରହିଟ୍ । ତାଙ୍କ ମୁହଁରୁ ଗୀତ ବାହାରିଲେ, ହିଟ୍ ହେଉଥିଲା । ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ସେ ରାଜ୍ କରୁଛନ୍ତି । ହ୍ୟୁମାନ୍ ଆଜି ନାହାନ୍ତି ସତ ହେଲେ ତାଙ୍କ ଗୀତ ଏବେ ବି ଜୀବିତ ।

ତାଙ୍କ ବିନା ଓଡ଼ିଆ ସଂଗୀତ ଅଧୁରା । ସେ ଆଜି ଥିଲେ ଏମିତି କେକ୍ କାଟିଥା’ନ୍ତେ । ଏମିତି ଖୁସି ମନାଇଥା’ନ୍ତେ । ଆଉ ଗୀତ ଗାଇ ସମସ୍ତଙ୍କୁ ଖୁବ୍ ଖୁସି କରାଇଥାନ୍ତେ । ସେ କିନ୍ତୁ ଆଜି ନାହାନ୍ତି, ଠିକ୍ ଅଛି ହ୍ୟୁମାନ, ତମେ ଯେଉଁଠି ଅଛ ଭଲରେ ରୁହ ବୋଲି କହୁଛନ୍ତି ଶୁଭେଚ୍ଛୁ । ହେଲେ ପୁଣି ତମେ ଫେରି ଫେରିଆସ l ତୁମ ବିନା ସଙ୍ଗୀତ ଅଧୁରା, ତୁମ ବିନା ଓଲିଉଡ ଦିଗହରା ଏମିତି କହୁଛନ୍ତି ତୁମର ପ୍ରଶଂସକ ।  

Odia Singer Humane Sagar humane sagar
Advertisment
Related Articles
Advertisment