Advertisment

Debashish Slams Pandian: ପାଣ୍ଡିଆନଙ୍କୁ ଦେବାଶିଷଙ୍କ ନିଶାନା, ବିଜେଡିକୁ ଏବେ ବି ଚଳାଉଛନ୍ତି ଭୈରବ

ନବୀନଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ନାଁ ନେଇ ଦେବାଶିଷ କହିଛନ୍ତି ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସେ ହିଁ ବର୍ତ୍ତମାନ ଦଳକୁ ପରିଚାଳନା କରୁଛନ୍ତି । ଆଉ ତାଙ୍କୁ ସହଯୋଗ କରୁଛନ୍ତି କିଛି ହାରିଯାଇଥିବା ନେତା ।

author-image
Tapan Swain
BJD

BJD Photograph: (OTV)

ଦୀର୍ଘ ଦିନ ହେଲା ଅସନ୍ତୋଷ ଚାପି ରଖିଥିଲେ। ଆଜି ବର୍ଷିଲେ। ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ସୁପ୍ରିମୋଙ୍କୁ ଚିଠି ଲେଖି ଦଳର ଉପସଭାପତି ପଦକୁ ପ୍ରତ୍ୟାଖ୍ୟାନ କରିବା ସହ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ବିଜେଡିରେ ଏବେ ଆଉ ବିଜୁ କି ନବୀନ ଲିଗାସି ନାହିଁ। ପାଣ୍ଡିଆନ ବିଦେଶରୁ ରହି ଦଳକୁ ରିମୋଟ୍ କଣ୍ଟ୍ରୋଲରେ ଚଳାଉଛନ୍ତି।

Advertisment

ଯାହାକୁ ଅନ୍ୟତମ ନେତା ଭୂପିନ୍ଦର ସିଂ ସମର୍ଥନ କରିଛନ୍ତି। ତେଣେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସବୁ ପରିବାରରେ ଅସନ୍ତୋଷ ଥାଏ, ବୁଝି ବିଚାରି କାମ କଲେ ଭଲ।...
ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ୍ ଦଳ । ବିଜେଡିକୁ ଏବେ ବି ଚଳାଉଛନ୍ତି ଭୈରବ । ବିଦେଶରେ ରହି ରିମୋଟରେ ଚଳାଉଛନ୍ତି  ।

ବିଜୁ ବାବୁଙ୍କ ଆଦର୍ଶରେ ଆଉ ପରିଚାଳିତ ହେଉନି ଦଳ । ସିଧାସଳଖ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆଜି ଏଭଳି ଢଙ୍ଗରେ ବର୍ଷିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦଳର ବରିଷ୍ଠ ନାଗରିକ ସେଲର ଉପସଭାପତି ପଦକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଦେବାଶିଷ । ଆଉ ପରେ କଟକରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେଡି ବର୍ତ୍ତମାନ ନବୀନ ଲିଗାସୀ ନୁହଁ ପାଣ୍ଡିଆନଙ୍କ କଣ୍ଟ୍ରୋଲରେ ଚାଲିଛି ।

Advertisment

ବିଦେଶରେ ଥାଇ ରିମୋଟ କଣ୍ଟ୍ରୋଲ୍

ନବୀନଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ନାଁ ନେଇ ଦେବାଶିଷ କହିଛନ୍ତି ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସେ ହିଁ ବର୍ତ୍ତମାନ ଦଳକୁ ପରିଚାଳନା କରୁଛନ୍ତି । ଆଉ ତାଙ୍କୁ ସହଯୋଗ କରୁଛନ୍ତି କିଛି ହାରିଯାଇଥିବା ନେତା । ଏପରିକି ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିବା ଏବଂ ନବୀନଙ୍କ ସହ କାମ କରିଥିବା ନେତାମାନେ ଏବେ କେଉଁଠି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଦେବାଶିଷ । ବିଜୁ ବାବୁଙ୍କ ଆଦର୍ଶରେ ଏବଂ ନବୀନଙ୍କ ସହ ଘନିଷ୍ଠ ଭାବେ କାମ କରିଥିବା ନେତାଙ୍କ ସ୍ଥାନ ଆଉ ଦଳରେ ନାହିଁ ବୋଲି ସେ କହିଛନ୍ତି ।

ଦେବାଶିଷ ଆହୁରି କହିଛନ୍ତି, ଖାଲି ତାଙ୍କୁ କେବଳ ନାମକୁ ମାତ୍ର ଉପସଭାପତି ପଦରେ ନିଯୁକ୍ତ କରାଯାଇଥିଲା। ଏସମ୍ପର୍କରେ ସେ ନବୀନ ବାବୁଙ୍କୁ ଭେଟି କଥା ହେବାକୁ ଚାହିଁଥିଲେ। ହେଲେ ସ୍ବାସ୍ଥ୍ୟ ଖରାପ କହି ତାଙ୍କୁ ଦେଖାକରିବାକୁ ଦିଆଯାଉନି ବୋଲି ଦେବାଶିଷ ଅଭିଯୋଗ କରିଛନ୍ତି । ତେବେ ନବୀନ ବାବୁ ଥିବା ଯାଏଁ ସେ ଦଳରେ ରହିବେ ବୋଲି ଦେବାଶିଷ ସ୍ପଷ୍ଟ କରିଦେଇଛନ୍ତି । ଅନ୍ୟପକ୍ଷରେ ଦେବାଶିଷଙ୍କ ଅଭିଯୋଗକୁ ନେଇ ଆଦିତ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।..

ଦେବାଶିଷଙ୍କ ସହ ସ୍ବରରେ ସ୍ବର ମିଳାଇଛନ୍ତି ବିଜେଡିର ଅନ୍ୟତମ ବରିଷ୍ଠ ନେତା ଭୁପିନ୍ଦର ସିଂ । ସେ ପାଣ୍ଡିଆନଙ୍କୁ ଇସାରା କରି କହିଛନ୍ତି ବିଜେଡି ଆଉ ବିଜୁ ଲିଗାସିରେ ଚାଲୁନାହିଁ । ୨୦୨୪ରେ ଦଳର ବ୍ୟାନର ଓ ପୋଷ୍ଟରରୁ ବିଜୁ ବାବୁଙ୍କୁ ହଟାଯିବା ପରଠୁ ଦଳରେ ପରାଜୟ ଆରମ୍ଭ ହୋଇଯାଇଛି । ନୂଆପଡା ଉପ-ନିର୍ବାଚନରେ ସମାନ ଘଟଣା ଘଟିଲା । ଏପରିକି ନବୀନ ବାବୁଙ୍କ ଫଟୋକୁ କାଢିଦିଆଗଲା । ବିଜୁ ଓ ନବୀନଙ୍କୁ ହଟାଇ ଦେଲେ ଦଳ ବୁଡିଯିବ ବୋଲି ସତର୍କ କରାଇ ଦେଇଛନ୍ତି ଭୂପିନ୍ଦର।

ଦଳରେ ଜଣଙ୍କ ପରେ ଜଣେ ବରିଷ୍ଠଙ୍କ ଏପରି ବୟାନ ପରେ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି ଅନ୍ୟତମ ପୁରୁଖା ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ସବୁ ପରିବାରରେ ଅସନ୍ତୋଷ ଅଛି । ସେହିପରି ଭାରତର ସବୁ ରାଜନୈତିକ ଦଳରେ ବିବାଦ ଅଛି । ଦଳରେ ଅନେକ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ଥାଏ । ଗୋଟିଏ ମତକୁ ନେଇ ଦଳ ଆଗକୁ ଯାଏ । 

ବିଜେଡିରେ ଜଣଙ୍କ ପରେ ଜଣେ ନେତାଙ୍କ ବିସ୍ଫୋରଣ ପରେ ଦଳରେ ସବୁ କିଛି ଠିକ ଠାକ୍ ଚାଲୁନଥିବା କହିଛନ୍ତି ରାଜନୀତି ସମୀକ୍ଷକ । ଦଳ ଆଉ ବିଜୁ ବାବୁ କିମ୍ବା ନବୀନଙ୍କ ଆଦର୍ଶରେ ନାହିଁ। ସିନିୟର ସିଟିଜେନ୍ ସେଲ ଉପସଭାପତି ପଦକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିବା ଏବଂ ସେ ଲେଖିଥିବା ଚିଠିରୁ ସ୍ପଷ୍ଟ ଜଣାପଡୁଛି ବିଜେଡିରେ ପ୍ରୋ ପାଣ୍ଡିଆନ ଓ ଆଣ୍ଟି ପାଣ୍ଡିଆନଙ୍କ ଭିତରେ ଲଢେଇ ଚାଲିଛି । 

ପୂର୍ବରୁ ବିଜେଡିର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର, ପ୍ରଫୁଲ ମଲ୍ଲିକ ଏବଂ ପ୍ରଫୁଲ ସାମଲଙ୍କ ଭଳି ଅଭିଜ୍ଞ ନେତା ଦଳରେ ଚାଲିଥିବା ପାଣ୍ଡିଆନ୍ ରାଜୁତିକୁ ଖୋଲା ଚାଲେଞ୍ଜ କରିଥିଲେ । ଆଉ ଏବେ ସାଂସଦ ଦେବାଶିଷ ସାମନ୍ତରାୟ ସୁପ୍ରିମୋଙ୍କୁ ଚିଠି ଲେଖି ପାଣ୍ଡିଆନଙ୍କୁ ନିଶାନା କରିବା ପରେ ଦଳ ତାଙ୍କ ବିରୁଦ୍ଧରେ କି ପଦକ୍ଷେପ ନେଉଛି ତା ଉପରେ ନଜର । 

BJD VK Pandian debashish-samantray
Advertisment
Related Articles
Advertisment