/odishatv-khabar/media/media_files/2025/11/26/odisha-assembly-2025-11-26-08-47-14.jpg)
Odisha Assembly Photograph: (OTV)
ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଅଧିବେଶନର ଦିନକ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳର ସହଯୋଗ ଲୋଡ଼ିବେ ବାଚସ୍ପତି।
ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଚଳିତ ଥର ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ଏଥରର ଶୀତ ଅଧିବେଶନ ଐତିହାସିକ ହେବ। କାରଣ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ଯିବେ ଗଭର୍ଣ୍ଣର ହାଉସ। ସେଠାରେ କିଛି ସମୟ ବିଶ୍ରାମ ପରେ ୪ଟା ୨୦ରେ ବିଧାନ ସଭାକୁ ଆସିବେ। ଠିକ୍ ସାଢ଼େ ୪ଟାରେ ଗୃହରେ ଉଦବୋଧନ ଦେବେ ରାଷ୍ଟ୍ରପତି।
• କାଲିଠାରୁ ବିଧାନସଭାର ଶୀତ ଅଧିବେଶନ
• ଆଜି ବସିବ ସର୍ବଦଳୀୟ ବୈଠକ
• ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ
• ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡ଼ିବେ ବାଚସ୍ପତି
• ପ୍ରଥମ ଦିନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
• ଆସନ୍ତାକାଲି ଅପରାହ୍ନରେ ଗୃହକୁ ସମ୍ୱୋଧିତ କରିବେ ରାଷ୍ଟ୍ରପତି
Daily Horoscope 26th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 26th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ISKCON Again Violates: ଅମାନିଆ ଇସ୍କନ, ନାଇଜେରିଆ ଓ ତାଇୱାନରେ ପୁଣି ପାଳିଲା ଅଦିନିଆ ରଥଯାତ୍ରା

A Historic Moment in Ayodhya: ନୂଆ ଗାଥା ଲେଖିଲା ରାମ ନଗରୀ ଅଯୋଧ୍ୟା, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)