Advertisment

Remembering Humane Sagar: କଳାକାରଙ୍କୁ କଳାରେ ସମ୍ମାନ; ଟୁକୁରା କାଠ ଯୋଡି ଦେଲେ ଅବିକଳ ରୂପ

କଳାକାରଙ୍କୁ କଳାରେ ସମ୍ମାନ। ଟୁକୁରା କାଠ ଯୋଡି ଦେଲେ ଅବିକଳ ରୂପ। ଜନ୍ମଦିନକୁ ନିଆରା କରିବାକୁ ପ୍ରୟାସ। ହ୍ୟୁମାନ ସାଗରଙ୍କ ଜନ୍ମଦିନରେ ତାଙ୍କୁ କଳାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଳାକାର।

author-image
Chinmayee Sahoo
Humane-Sagar-Wood-Art

Humane-Sagar-Wood-Art Photograph: (OTV)

ଓଡିଆ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ବଢିବାରେ ଲାଗିଛି। ଦ୍ୱନ୍ଦ୍ୱ ଭିତରେ ଗୋଟିଏ ପରେ ଗୋଟିଏ ଗୁମର ସାମ୍ନାକୁ ଆସୁଛି। ଓଡିଶାର ଏଭଳି ଜଣେ ଆଗ ଧାଡିର ଗାୟକଙ୍କ ମୃତ୍ୟୁକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ତାଙ୍କ ମୃତ୍ୟୁର ଏହି ରହସ୍ୟ ଭିତରେ କିନ୍ତୁ ଆସିଛି ତାଙ୍କ ଜନ୍ମଦିନ। ସେ ସିନା ଏ ଦୁନିଆଁରେ ଆଉ ନାହାନ୍ତି, କିନ୍ତୁ ଲୋକେ ନା ଭୁଲିପାରିବେ ତାଙ୍କୁ। ନା ଭୁଲିପାରିବେ ତାଙ୍କ ସଙ୍ଗୀତକୁ କି ତାଙ୍କ ଜନ୍ମଦିନକୁ। ସେ ଆଜି ଆମ ଗହଣରେ ନଥିଲେ ବି ପ୍ରଶଂସକ ତାଙ୍କ ଜନ୍ମଦିନକୁ ନିଆରା କରିବାକୁ ଚେଷ୍ଟା କରିଛନ୍ତି। କଳାକାରକୁ କଳାରେ ସମ୍ମାନ ଦେଇଛନ୍ତି।

Advertisment

ଏହି ଅବସରରେ ବ୍ରହ୍ମପୁରର ଅରୁଣ ଉଡେନ୍‌ ଆର୍ଟ ଠାରେ ତାଙ୍କ ପ୍ରଶଂସକ, ସହରର ବୁଦ୍ଧିଜୀବୀମାନେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରିଛନ୍ତି। ଏଠାରେ କାଠର କାରୁକାର୍ଯ୍ୟରେ ତିଆରି ହୋଇଥିବା ତାଙ୍କ ଫଟୋ ଚିତ୍ର ପ୍ରଦର୍ଶିତ ହୋଇଛି। ତେବେ ହ୍ୟୁମାନ ଗାଇଥିବା ବହୁ ଓଡ଼ିଆ ଗୀତର ଗୀତିକାର ତଥା ଲେଖକ ଅରୁଣ ସାହୁ ହ୍ୟୁମାନଙ୍କ ସ୍ମୃତିରେ ଏକ କାଠ ପୋଟ୍ରେଟ୍‌ କରିଛନ୍ତି। ଟୁକୁରା କାଠରେ ଗାୟକଙ୍କ ମୁହଁକୁ ଅବିକଳ ଥୋଇଛନ୍ତି।

ହ୍ୟୁମାନଙ୍କ ଏହି କାଠ ପ୍ରତିକୃତି ପାଇଁ ଅରୁଣଙ୍କୁ ୪ରୁ ୫ଦିନ ଲାଗିଛି। ଖଣ୍ଡ ଖଣ୍ଡ କାଠକୁ ଯୋଡି ସେ କଳାକାରଙ୍କୁ ରୂପ ଦେଇଛନ୍ତି। କାଠ ଟୁକୁରାରେ ମୁହଁର ବିଭିନ୍ନ ଅଂଶ, ଚୁଟି ଆଦି କାଟି ପରେ ସେସବୁ ଅଠାରେ ଯୋଡିଛନ୍ତି ଅରୁଣ। ଏସବୁକୁ ସେ ଗମ୍ଭାରୀ ଓ ଶାଗୁଆନ୍ କାଠରେ ତିଆରି କରିଛନ୍ତି। ଖାଲି ସେତିକି ନୁହେଁ ସେ ଏହି କଳା ମଧ୍ୟରେ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି। ଲେଖିଛନ୍ତି, “ଯେପର୍ଯ୍ୟନ୍ତ ସଂଗୀତ ଥିବ, ତୁମ ସୁମଧୁର କଣ୍ଠ ସ୍ୱର ଅମର ହୋଇ ସବୁ ହୃଦୟରେ ରହିଥିବ”। ଜଣେ କଳାକାରକୁ ଏହାଠାରୁ ବଡ ସମ୍ମାନ ଆଉ ବା କ’ଣ ହୋଇପାରେ।

Advertisment

ତେବେ ସଂଗୀତ ଶିଳ୍ପରେ କାମ କରିବା ବେଳେ ହ୍ୟୁମାନଙ୍କ ସହ ସଂସ୍ପର୍ଶରେ ଆସିଥିଲେ ଅରୁଣ ଆଉ ତାଙ୍କ ପା‍ଇଁ ଗୀତ ଲେଖିଥିଲେ। ତାଙ୍କ ଜନ୍ମଦିନରେ ଅରୁଣ ଓ ଅନ୍ୟ ଗୀତିକାର ମାନେ ତାଙ୍କର ଏହି କାଠ ପ୍ରତିଛବିକୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତିଚାରଣ କରିଛନ୍ତି।

humane sagar case
Advertisment
Related Articles
Advertisment