/odishatv-khabar/media/media_files/2025/10/24/cyclone-2025-10-24-14-43-30.jpg)
CYCLONE Photograph: (OTV)
୨୭ ସକାଳୁ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୨୭ ସକାଳେ ବାତ୍ୟାର ରୂପ ନେବ । ଏହା ପ୍ରଭାବରେ ୨୭ରୁ ପ୍ରବଳ ବର୍ଷା ପବନ ହେବ। ୨୮ ଓ ୨୯ରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ହେବ ବୋଲି କୁହାଯାଇଛି।
ଭିଡିଓ କ୍ଲିକ କରି ଦେଖନ୍ତୁ
ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିପାରେ। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଜଣାପଡିନଥିଲେ ବି ଆନ୍ଧ୍ରକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି କୁହାଯାଇଛି। ଓଡିଶାରେ କେବଳ ପ୍ରବଳ ବର୍ଷା ହେବ। ତିନି ଦିନ ଧରି ବର୍ଷା ପବନ ରହିଛି ।
#୨୭ସକାଳେ_ବାତ୍ୟା !
— ଓଟିଭି (@otvkhabar) October 24, 2025
-ବଙ୍ଗୋପସାଗରରେ ଆସୁଛି ବାତ୍ୟା
-୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା
-ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବା ସମ୍ଭାବନା
-ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
-ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା
-ଘନୀଭୂତ ହୋଇ କାଲି ସୁଦ୍ଧା ଅବପାତର ରୂପ ନେବ
-୨୬… pic.twitter.com/wPgOn0SffX
ଆଗାମୀ ୨୪ ଘଣ୍ଟାରେ ବାତ୍ୟା ଗତିପଥର ଚିତ୍ର ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି। ଅଧିକାଂଶ ପାଣିପାଗ ବିଜ୍ଞାନୀ ଏନେଇ ପୂର୍ବାନୁମାନ କରିଥିବା ବେଳେ ସୃଷ୍ଟି ହୋଇଥିବା ମଡେଲ ତାହା ପ୍ରମାଣିତ କରିଛି। ବଡ ଆକାରରେ ନହେଲେ ବି ଛୋଟଧରଣର ବାତ୍ୟା ହେବା ଥୟ ବୋଲି ସେ କହିଛନ୍ତି।
#ଆମେ_ପ୍ରସ୍ତୁତ_ଅଛୁ- ସୁରେଶ ପୂଜାରୀ
— ଓଟିଭି (@otvkhabar) October 24, 2025
-ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା
-ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ
-ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ
-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି
-ମଧ୍ୟମରୁ ପ୍ରବଳ ବର୍ଷା ହେବାର… pic.twitter.com/5fAaKiS4BV
ତେବେ ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS , ୟୁରୋପୀୟ ECMWF ମଡେଲର ପୂର୍ବାନୁମାନ ଠିକ ଏହି ଦିଗକୁ ଯାଉଛି। ସେପଟେ ଓଡିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଅସ୍ପଷ୍ଟ ରହିଛି। ଅକ୍ଟୋବର ଶେଷ ହୋଇନଥିବାରୁ ଏବେ ବି ଭୟ ରହିଛି। କାହିଁକି ନା ଅକ୍ଟୋବର ଆସିଲେ ବାତ୍ୟା କଥା ମନକୁ ଆସିଯାଏ । ୧୯୯୯ ମହାବାତ୍ୟା ଭୟ ଏବେ ବି ଲୋକଙ୍କ ମନରେ ରହିଛି।
୧୧ ଜିଲ୍ଲାକୁ ଜାରି ହେଲା ୱାର୍ଣ୍ଣିଂ , ବିଜୁଳି ଘଡଘଡି ସହ ୪ ଦିନ ବର୍ଷିବ#lowpressure#rain#alert#odisha#OTVhttps://t.co/dddmiBxOys
— ଓଟିଭି (@otvkhabar) October 24, 2025
୨୭ରୁ ୨୯ ତିନିଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼. ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୮ରେ ସାରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ ।
'#ସୋମବାର_ସକାଳେ_ବାତ୍ୟା'
— ଓଟିଭି (@otvkhabar) October 24, 2025
୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିପାରେ ।' - ମନୋରମା ମହାନ୍ତି, ନିର୍ଦ୍ଦେଶକ, ଭୁବନେଶ୍ବର ପାଣିପାଗ କେନ୍ଦ୍ର।#BayOfBengalStormAlert#AndhraPradeshHeavyRain#OTVpic.twitter.com/7wT8ruImod
କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିଭଳି ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅତିପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି ।
44 Lawyers to Defend: ବିକ୍ରମଙ୍କ ପାଇଁ ଲଢ଼ିବେ ୪୪ ଓକିଲ , କୋର୍ଟରେ ୱକାଲାତନାମା ଦାଖଲ କଲେ

Sarpanchs Husband Accused: ପଂଚାୟତରେ ମହିଳା ସରପଂଚ ସ୍ୱାମୀଙ୍କ ଦାଦାଗିରି , ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ !

Devotees Protest: ପୁଣି ମହାପ୍ରଭୁଙ୍କୁ ଅପମାନ, ଶାଢୀ ଓ ବ୍ଲାଉଜରେ ମହାପ୍ରଭୁଙ୍କ ଫଟୋ

Ration Card Holders: ରାସନ କାର୍ଡଧାରୀଙ୍କୁ ଅଧିକ ୫ କେଜି ଚାଉଳ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ମିଳିବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)