/odishatv-khabar/media/media_files/2025/10/24/sarapancha-2025-10-24-11-24-18.jpg)
SARAPANCHA Photograph: (OTV)
ପଂଚାୟତରେ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି | ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ, ମନାକରିବାରୁ ମାଡ଼ ମାରିଲେ | ଥାନାରେ ରୁଜୁ ହେଲା ମାମଲା | ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ତୁରକେଲା ବ୍ଲକର ଧାମନଡ଼ଙ୍ଗା ପଂଚାୟତରେ |
ପଂଚାୟତରେ ଆରତୀ ସୁନା ସରପଞ୍ଚ ଥିବା ବେଳେ, ପ୍ରକ୍ସି ସରପଞ୍ଚ ସାଜି ବେଆଇନ ଭାବେ ସବୁ କାମ କରୁଛନ୍ତି ତାଙ୍କ ସ୍ୱାମୀ ପପି ସୁନା | ମନରେଗା କାମରେ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି | ବାରମ୍ବାର ବିଭିନ୍ନ ସମୟରେ ରଜାମରା ଗାଁ ସାଥି ଦ୍ରୋଣାଚାର୍ଯ୍ୟ ରଣାଙ୍କୁ ଧମକ ଚମକ ଦେଇ, ତାଙ୍କ ଠାରୁ ଦାଦା ବଟି ନେଉଥିଲେ ପପି | ଯାହାର ପ୍ରମାଣ ମଧ୍ୟ ରହିଛି |
ଏହା ସହିତ ମନରେଗା କାମରେ ଟଙ୍କା ହରିଲୁଟ କରିବା ପାଇଁ ବାଧ୍ୟ କରୁଥିଲେ ପପି ସୁନା | କିନ୍ତୁ ଦୁର୍ନୀତି କରିବା ପାଇଁ ପ୍ରତିବାଦ କରିବାରୁ ଗାଁ ସାଥିଙ୍କୁ ମାଡ଼ ମାରିଛନ୍ତି ପ୍ରକ୍ସି ସରପଞ୍ଚ | କଣ୍ଟାବାଞ୍ଜି ଥାନାରେ ଏନେଇ ରୁଜୁ ହୋଇଛି ମାମଲା | ଘଟଣାର ତଦନ୍ତ କରୁଛି ପୋଲିସ |
ପଂଚାୟତରେ ମହିଳା ସରପଂଚ ସ୍ୱାମୀଙ୍କ ଦାଦାଗିରି
ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ
ମନାକରିବାରୁ ମାଡ଼ ମାରିଲେ, ଥାନାରେ ମାମଲା
Speculation Mounts: ବିଜେପିରେ ମିଶିବେ କି କର୍ପୋରେଟର ଅମରେଶ ଜେନା ? ଫୁଲତୋଡ଼ା ଦେଇ ସ୍ବାଗତ କଲେ ବିଜେପି ନେତା ଜଗା ପ୍ରଧାନ

India Women Beat: ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ , ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍

Two Youths Drown: ଭେଣ୍ଡିଆ ପୁଅକୁ ଟାଣିନେଲା ନଦୀ, ବାଲି ମାଫିଆଙ୍କ ଯୋଗୁଁ ଭାସିଗଲା ୩ ପରିବାର

Lahore Turns Gas Chamber: ଭାରତ ଧୂଆଁରେ ଅଣନିଶ୍ବାସୀ ପାକିସ୍ତାନ, ବର୍ଡର ପାର୍ କଲା ଦୀପାବଳି ଧୂଆଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)