Advertisment

Silent Layoffs: ଡରାଇଲାଣି ସାଇଲେଣ୍ଟ ଲେ-ଅଫ୍‌; ଘରେ ବସିଥିବେ, ମେସେଜ୍ ଆସିବ- You are fired

ଗୋଟିଏ ସେକେଣ୍ଡରେ ଚାକିରି ହୋଇଯିବ ଗୋଲ୍‌। ଦୁଇ ମାସରେ ୫୦ରୁ ହଜାରରୁ ଅଧିକ ଚାକିରି ଯିବ। ଏଆଇ ସହ ନିଜକୁ ଖାପଖୁଆଇବା ପାଇଁ କମ୍ପାନୀ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା ।

author-image
Chinmayee Sahoo
IT-SILENT-LAYOFFS

IT-SILENT-LAYOFFS Photograph: (OTV)

ଥରେ ଭାବନ୍ତୁ, ଆପଣ ଘରେ ବସି କାମ କରୁଥିବେ, HRରୁ ମେଲ୍‌ ଆସିବ- 'କମ୍ପାନୀରେ ଆପଣଙ୍କର ଆଉ ଦରକାର ନାହିଁ । ୟୁ ଆର୍ ଟର୍ମିନେଟେଡ୍ ।' କ'ଣ ହେବ ଆପଣଙ୍କ ଅବସ୍ଥା ! କିଛି ବୁଝିବା ପୂର୍ବରୁ ଆପଣଙ୍କ ଚାକିରି ଚାଲିଯାଇଥିବ । ହଁ ଆଜ୍ଞା ! ଏ ବର୍ଷ ଆଇଟି କର୍ମଚାରୀମାନଙ୍କ କିଛି ଏପରି ଅବସ୍ଥା ହେବାକୁ ଯାଉଛି । 
ଭାରତୀୟ ଆଇଟିଟେକ୍ ଇଣ୍ଡଷ୍ଟ୍ରୀରେ ଘନାଉଛି ସାଇଲେଣ୍ଟ ଲେ-ଅଫ୍‌ର (silent layoffs) ମହାସଙ୍କଟ । କମ୍ପାନୀଗୁଡିକ ଚୁପଚାପ୍‌ ଭାବରେ କର୍ମଚାରୀଙ୍କୁ କରୁଛନ୍ତି ଛଟେଇ । କିଏ ଇମେଲ୍‌ରେ ଟର୍ମିନେସନ ଲେଟର୍ ପଠାଉଛନ୍ତି ତ ଆଉ କିଏ ଅଫିସ୍‌କୁ ଡକାଇ କହୁଛନ୍ତି- ୟୁ ଆର ଫାୟାର୍ଡ । ୨୦୨୫ ଶେଷ ବେଳକୁ ଏମିତି ୫୦ ହଜାରରୁ ଅଧିକ ଆଇଟି କର୍ମଚାରୀଙ୍କ ଚାକିରି ଯିବ ବୋଲି କରାଯାଇଛି ଆକଳନ । 
ଇଣ୍ଟଷ୍ଟ୍ରୀ ଏକ୍ସପର୍ଟଙ୍କ କହିବା କଥା- ଅଚାନକ ଛଟେଇ, ଜବରଦସ୍ତ ଇସ୍ତଫା, ପରଫର୍ମାନ୍ସ ଆଧାରରେ ବାଧ୍ୟତମୂଳକ ଛଟେଇ କରାଯାଉଛି । ୨୦୨୩-୨୪ରେ ଦେଶରେ ଆଇଟି କ୍ଷେତ୍ରରେ ୨୫ ହଜାର ଚାକିରି ଛଟେଇ ହୋଇଥିଲା । ଏ ବର୍ଷ ଦୁଇ ଗୁଣା ହେବ ଏହି ସଂଖ୍ୟା । ବର୍ତ୍ତମାନ ଆଇଟି କମ୍ପାନୀଗୁଡିକ ଏଆଇ ଟେକ୍ନୋଲୋଜି ଉପରେ ଫୋକସ୍ କରୁଛନ୍ତି । ରୁଟିନ ଇଞ୍ଜିନିୟରିଂ ଟାସ୍କ ପାଇଁ ମଣିଷ ବଦଳରେ ଏଆଇ ଟୁଲ୍ସର ହେଉଛି ବ୍ୟବହାର । ଯେଉଁଥିପାଇଁ କର୍ମଚାରୀ ସଂଖ୍ୟା କମାଉଛନ୍ତି କମ୍ପାନୀ । ଏକ ପ୍ରମୁଖ ଆଇଟି କମ୍ପାନୀର ଏଚ୍ ଆର୍ ବିଭାଗ ଦିନକୁ ୩୦୦ରୁ ଉର୍ଦ୍ଧ୍ୱ ଛଟେଇ ଇ-ମେଲ୍ ପଠାଉଥିବା ଜଣାପଡିଛି ।
ଜଣେ ଆଇଟି କର୍ମଚାରୀ ନିଜର ଏକ୍ସପେରିଏନ୍ସ ସେୟାର କରି କହିଛନ୍ତି, ମୁଁ ୩ ବର୍ଷ ହେଲା ଗୋଟେ କମ୍ପାନୀରେ କାମ କରୁଥିଲେ । ହଠାତ୍ ମତେ ଏଚ୍‌ଆର୍‌ ଡାକି କହିଲେ, ମୋର ଆଉ ଦରକାର ନାହିଁ । ଆଜି ଅଫିସରେ ମୋର ଶେଷ ଦିନ । ୩ ମାସର ସେଭରାନ୍ସ ପ୍ୟାକେଜ ଦେଇ ଅଲଗା କମ୍ପାନୀରେ ଚାକିରି ଖୋଜିବାକୁ କହିଲେ ।
ଜୁଲାଇ ପରଠୁ ଟିସିଏସ୍ ଓ ଆକ୍ସେଞ୍ଚର ମିଳିତ ଭାବେ ୨୩ ହଜାରରୁ ଅଧିକ ଛଟେଇ କରିଛନ୍ତି । ଆକ୍ସେଞ୍ଚର ସାରା ବିଶ୍ୱରେ ଥିବା ନିଜ ଅଫିସଗୁଡିକରୁ ୧୧ ହଜାର କର୍ମଚାରୀ ଛଟେଇ କରିଛି । ଆଗକୁ ଏହି ସଂଖ୍ୟା ଆହୁରି ବଢିବ । କମ୍ପାନୀଗୁଡିକ କର୍ମଚାରୀଙ୍କୁ କିଛି ମାସର କ୍ଷତିପୂରଣ ବା ସେଭେରାନ୍ସ ପ୍ୟାକେଜ ଦେଇ ରିଜାଇନ୍‌ ଦେବାକୁ କହୁଛନ୍ତି । ଏଆଇର ଦ୍ରୁତ ଗ୍ରହଣୀୟତା, ଯୁଦ୍ଧ, ଟାରିଫ୍ ସ୍ଥିତିରେ ରାଜସ୍ୱ ଅଭିବୃଦ୍ଧି କମ୍ପାନୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏଆଇ ସହ ନିଜକୁ ଖାପଖୁଆଇବା ପାଇଁ କମ୍ପାନୀ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା । ଯାହାକି ବଡ ଛଟେଇର ମୁଖ୍ୟ କାରଣ ବୋଲି କହୁଛନ୍ତି ଏକ୍ସପର୍ଟ ।

Advertisment

ଅଧିକ ଦେଖନ୍ତୁ:

silent layoffs
Advertisment
Related Articles
Advertisment