/odishatv-khabar/media/media_files/2025/10/14/afghan-pakistan-war-2025-10-14-13-15-05.jpg)
Afghan-Pakistan-War Photograph: (OTV)
ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରି ପାକିସ୍ତାନ ନିଜକୁ ତିସମାର ଖାଁ ଭାବୁଥିଲା। ହେଲେ ଏହି ସମୟରେ, ପଶ୍ଚିମ ଦିଗରୁ ତାଲିବାନ ପାକ୍ ସେନା ଉପରେ ପ୍ରତିଆକ୍ରମଣ କରିଥିଲେ। ଆଉ ଏପରି ଆଘାତ ଦେଇଥିଲେ ଯେ ବିଚରା ଅସୀମ ମୁନିରଙ୍କ ମୁଣ୍ଡ ଘୂରେଇ ଯାଇଥିଲା।
ତାଲିବାନ ଆକ୍ରମଣରେ, ୫୮ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣଙ୍କୁ ବନ୍ଦୀ କରାଯାଇଥିଲା ଏବଂ ଏକ ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଳା। ଏହାସହ ସାତ ଜଣ ସୈନିକଙ୍କୁ ଅପହରଣ କରାଯାଇଥିବା ଦାବି କରିଥିଲା ତାଲିବାନ। ମାତ୍ର ଦୁଇ ଘଣ୍ଟାର ଯୁଦ୍ଧ ମଧ୍ୟରେ, ଆଫଗାନିସ୍ତାନ ପାକିସ୍ତାନକୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା, ପାକିସ୍ତାନୀ ସୈନିକମାନେ ନିଜ ଜୀବନ ପାଇଁ ସେମାନଙ୍କର ପୋଷ୍ଟ ଛାଡ଼ି ପଳାଇଥିଲେ।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନର ୨୭ ଟି ଚେକପୋଷ୍ଟରେ ପ୍ରବଳ ଗୁଳିଚାଳନା ହୋଇଥିଲା ଦୁଇ ଘଣ୍ଟା ମଧ୍ୟରେ, ପାକିସ୍ତାନୀ ସୈନ୍ୟ ୨୦ ଟି ଚେକପୋଷ୍ଟରୁ ପଳାଇ ଯାଇଥିଲେ। ଅନେକ ଚେକ୍ ପଏଣ୍ଟରେ, ପାକିସ୍ତାନୀ ସେନା ସେମାନଙ୍କର ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ପ୍ୟାଣ୍ଟ ପର୍ଯ୍ୟନ୍ତ ସବୁକିଛି ଛାଡି ପଳାଇଥିଲେ। ଏହାକୁ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ଉପହାସ କରାଯାଉଛି। ଏହାକୁ ପାକିସ୍ତାନୀ ସୈନିକଙ୍କ ପୁରୁଣା ଅଭ୍ୟାସ ବୋଲି କୁହାଯାଉଛି। ଯେତେବେଳେ ସେମାନେ ଚାପରେ ପଡ଼ିଥାନ୍ତି, ସେମାନେ ସେମାନଙ୍କର ଚେକ୍ ପଏଣ୍ଟ ଛାଡି, ସେମାନଙ୍କର ପ୍ୟାଣ୍ଟ ଖୋଲି ଫୋପାଡ଼ି ଦିଅନ୍ତି ଏବଂ ସେହିପରି ପଳାୟନ କରନ୍ତି।
ତାଲିବାନକୁ ହାଲୁକା ଭାବରେ ନେଇ ପାକିସ୍ତାନ ପ୍ରଥମେ ଆକ୍ରମଣ କରିଥିଲା। ହେଲେ ଆଫିଗାନିସ୍ତାନର ଜବାବୀ କାର୍ଯ୍ୟାନୁଷ୍ଠାନରେ ତ୍ରାହି ତ୍ରାହି ଡାକିଲେଣି ମୁନୀର। ଆଉ ପାକିସ୍ତାନ ଯୁଦ୍ଧବିରତି ପାଇଁ ଏବେ କାତାର ଏବଂ ସାଉଦି ଆରବର ସାହାଯ୍ୟ ମାଗିଥିବା ଜଣା ପଡ଼ିଛି।
ଅଧିକ ଦେଖନ୍ତୁ:
Israel-Gaza Ceasefire: ଇସ୍ରାଏଲ-ହମାସ ଅସ୍ତ୍ରବିରତି; ୨୦ ଜଣ ବନ୍ଧକ ଗାଜାରୁ ମୁକ୍ତ

Erdogan-Meloni: ଆପଣ ବହୁତ ସୁନ୍ଦର, କିନ୍ତୁ ଏମିତି କରନ୍ତୁନି... ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏର୍ଡୋଗାନ୍ ଓ ମେଲୋନିଙ୍କ ବାର୍ତ୍ତାଳାପ

Trump Praises PM Modi: ବିଶ୍ବ ମଞ୍ଚରେ ପୁଣି ଲୋକହସା ହେଲା ପାକିସ୍ତାନ; ମୋଦିଙ୍କୁ ପ୍ରଶଂସା, ତାଳିମାରିଲେ ଶେହବାଜ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)