/odishatv-khabar/media/media_files/2026/01/07/air-pollution-2026-01-07-09-55-13.jpg)
Air Pollution Photograph: (OTV)
ଓଡ଼ିଶାରେ ଏୟାର୍ ପଲ୍ୟୁସନ୍ ରୋକିବାକୁ ଆକ୍ସନ୍ ମୋଡରେ ସରକାର।ସାଂଘାତିକ ବାୟୁ ପ୍ରଦୂଷଣରୁ ରକ୍ଷା ପାଇଁ ନିଆଯାଉଛି କଡ଼ା ପଦକ୍ଷେପ ।୫ ସହରରେ ଲାଗିଲାଣି କଟକଣା।ତାଳଚେର, ବାଲେଶ୍ବର ପରେ କଟକ, ଭୁବନେଶ୍ବର ଓ ଅନୁଗୁଳରେ କଟକଣା ଲଗାଇଛି ପ୍ରଶାସନ।
ଏସବୁ ସହରରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ।କୌଣସି ପ୍ରକାର ଭଙ୍ଗାଭଙ୍ଗି କାର୍ଯ୍ୟ ହୋଇପାରିବ ନାହିଁ।ମୁଖ୍ୟ ରାସ୍ତା ଓ ଜାତୀୟ ରାଜପଥରେ ଦିନକୁ ୩ଥର ପାଣି ସିଞ୍ଚନ କରାଯିବ।ଟୁଇନସିଟିରେ ଘର ବାହାରେ ଆବର୍ଜନା ଜାଳିବା ଓ ହୋଟେଲ କି ଢାବାରେ କୋଇଲା ଏବଂ କାଠରେ ରୋଷେଇ ସଂପୂର୍ଣ୍ଣ ମନା ହୋଇଛି।କଟକଣା ନମାନିଲେ ଗଣିବାକୁ ପଡ଼ିବ ୫ ହଜାର ଫାଇନ୍।
ରାତିରେ ଭାରୀ ଯାନ ଚଳାଚଳ ଉପରେ ବି ଲାଗିଛି କଟକଣା।ଶିଳ୍ପାଞ୍ଚଳରେ ରାସ୍ତା ଗୁଡ଼ିକରେ ନିୟମିତ ପାଣି ସିଞ୍ଚନ ପାଇଁ ଇଡକୋକୁ କୁହାଯାଇଛି।ଏକ୍ୟୁଆଇ ଇଣ୍ଡେକ୍ସ ଡେଞ୍ଜର ଜୋନରେ ଓଡ଼ିଶାର ୭ ସହର।ତାଳଚେର, ଅନୁଗୁଳ, ବାଲେଶ୍ବର, କଳିଙ୍ଗନଗର, ରାଉରକେଲା ପରେ ଭୁବନେଶ୍ବର- କଟକ।ଆଗରୁ ତାଳଚେରକୁ ଗ୍ରାପ ଷ୍ଟେଜ ଟୁ ଜୋନରେ ରଖାଯାଇ ସାରିଛି।ତେବେ ଜାରି ହୋଇଥିବା କଟକଣା ଲୋକେମାନେ କେତେ ମାନିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ତିନି ବର୍ଷ ହେଲା ନଭେମ୍ବରରୁ ଜାନୁଆରି ମଧ୍ୟରେ ବାୟୁ ପ୍ରଦୂଷଣ ଶୀର୍ଷରେ ରହୁଛି। ଅନୁଗୁଳ, ତାଳଚେର, ବାଲେଶ୍ବର ସହରର ବାୟୁର ଗୁଣବତ୍ତା ଗୋଟିଏ ବି ଦିନ ଭଲ ସ୍ଥିତିରେ ନ ଥିଲା। ଭୁବନେଶ୍ବର, କଟକ, ବାରିପଦା ଓ କଳିଙ୍ଗନଗରର ବାୟୁ ଗୁଣବତ୍ତା ଅଧିକାଂଶ ସମୟ ଖରାପ ସ୍ତର ଦେଇ ଗତି କରିଥିଲା। ୨୦୨୩ରେ ଅନୁଗୁଳ ସହରର ବାୟୁ ସର୍ବାଧିକ ୭୩ ଦିନ ଖରାପ, ଅତ୍ୟନ୍ତ ଖରାପ ଓ ସାଂଘାତିକ ସ୍ତରରେ ରହିଥିଲା। ଏଥର ମଧ୍ୟ ସମାନ ସ୍ଥିତି ଲାଗିରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।
BDA Revamps Nicco Park: ନୂଆ ରୂପ ପାଇବ ବିଡିଏ ନିକୋ ପାର୍କ, ୬ ଶହ କୋଟିରେ ହେବ ପାର୍କର ନବକଳେବର

ICC rejects Bangladesh's request: ବାଂଲାଦେଶକୁ ବଡ଼ ଝଟକା; ଆବେଦନକୁ ଖାରଜ କଲା ICC

Road Accident: ଭୟଙ୍କର ଦୁର୍ଘଟଣା; ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

Fresh Violence Erupts in Nepal: ଅଶାନ୍ତ ନେପାଳ; ପୁଣି ରାଜରାସ୍ତାରେ GEN Z

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)