Advertisment

Fresh Violence Erupts in Nepal: ଅଶାନ୍ତ ନେପାଳ; ପୁଣି ରାଜରାସ୍ତାରେ GEN Z

ପୁଣି ବିଗିଡ଼ିଲା ନେପାଳ ସ୍ଥିତି। ନେପାଳ ବୀରଗଞ୍ଜ ଓ ପର୍ସରେ ଗଣ୍ଡଗୋଳ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ତ୍ରୀବ ରୂପ ନେଲା। ବଢ଼ିଲା ଭାରତ-ନେପାଳ ସୀମାରେ ସୁରକ୍ଷା।

author-image
Chinmayee Sahoo
NEPAL

NEPAL Photograph: (OTV)

କିଛି ଦିନର ବ୍ୟବଧାନ ପରେ ନେପାଳରେ ପୁଣି ହିଂସାକାଣ୍ଡ। ନେପାଳ ବୀରଗଞ୍ଜ ଓ ପର୍ସା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଗତ କିଛି ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ପରସ୍ପର ଭିତରେ ହିଂସା ବଢ଼ିବା ପରେ ପୋଲିସ୍ ଆକ୍ସନ୍ ମୁଡକୁ ଆସିଛି। 

Advertisment

ନେପାଳ ପୋଲିସ୍ ଆସି ବିକ୍ଷୋଭକାରୀଙ୍କୁ ଘଉଡ଼ାଇଛି। ମିଳିଥିବା ସୂଚନା ମୁତାବକ, ଏକ ନିର୍ଦ୍ଦିଷ୍ଟ ଧର୍ମାନୁଷ୍ଠାନକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ସୋସିଆଲ୍ ମିଡିଆରେ ରଖାଯାଇଥିଲା। ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ଆପତ୍ତି ଉଠାଇଥିଲେ। ସେପଟେ ଘଟଣାକୁ ନେଇ ଭାରତୀୟ ସୀମାରେ ସୁରକ୍ଷା ବଢ଼ିଛି। ବିହାର ସୀମାର ବେଶ୍ ନିକଟ ଅଞ୍ଚଳ ହୋଇଥିବାରୁ ଏହାକୁ ନେଇ ସଜାଗ ରହିଛି ସେନା।

ପୁଣି ବିଗିଡ଼ିଲା ନେପାଳ ସ୍ଥିତି 
ନେପାଳ ବୀରଗଞ୍ଜ ଓ ପର୍ସରେ ଗଣ୍ଡଗୋଳ 
ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ତ୍ରୀବ ରୂପ ନେଲା 
ବଢ଼ିଲା ଭାରତ-ନେପାଳ ସୀମାରେ ସୁରକ୍ଷା 
ଅଶାନ୍ତ ନେପାଳ 
ପୁଣି ରାଜରାସ୍ତାରେ GEN Z

Advertisment
Nepal
Advertisment
Related Articles
Advertisment