/odishatv-khabar/media/media_files/2026/01/05/collector-action-2026-01-05-15-05-55.jpg)
Collector Action Photograph: (OTV)
ବାବୁଙ୍କୁ ମହଙ୍ଗା ପଡ଼ିଲା ଡେରିରେ ଅଫିସ୍ ଆସିବା। ବିଳମ୍ବ ପାଇଁ ବାହାର କରିଦେଲେ ଜିଲ୍ଲାପାଳ। ସରକାରୀ ଅଧିକାରୀଙ୍କୁ ସମୟାନୁବର୍ତ୍ତିତାର ପାଠ ପଢାଇବା ସହିତ ଏଭଳି ଆକ୍ସନ ନେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। ବିଳମ୍ବରେ ଆସିବାରୁ ୧୨ ଅଧିକାରୀଙ୍କୁ ଜନ ଅଭିଯୋଗ ଶୁଣାଣି ସ୍ଥଳରୁ ବାହାର କରିଦେଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି।
ସୂଚନା ଅନୁସାରେ ଆଜି, ବର୍ଷର ପ୍ରଥମ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ରହିଛିଲା। ନିର୍ଦ୍ଧାରିତ ସମୟରେ ଜିଲ୍ଲାପାଳ ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଅଧିକାରୀ ବିଳମ୍ବରେ ଆସିଥିଲେ । ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । CSO, DIPRO, ACF ଓ DWO ସମେତ ୧୨ ଅଧିକାରୀଙ୍କୁ ବାହାର କରିଦେଇଥିଲେ। ସରକାରୀ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଖିଦୃଶିଆ ଆକ୍ସନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ଡେରିରେ ଆସିବାରୁ ବାହାର କରିଦେଲେ ଜିଲ୍ଲାପାଳ
ବିଳମ୍ବରେ ଆସିଥିବାରୁ ଜନଶୁଣାଣିକୁ ଆସିବାକୁ ଦେଲେନି ଜିଲ୍ଲାପାଳ
୧୨ ଅଧିକାରୀଙ୍କୁ ଜିଲ୍ଲାପାଳ ବାହାର କରିଦେଲେ
CSO, DIPRO, ACF ଓ DWOଙ୍କୁ ବାହାର କରିଦେଲେ
ଦେଖନ୍ତୁ ଭିଡ଼ିଓ:
Indian Woman Murdered in US: ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା; ମାରିଦେଲା ପୂର୍ବତନ ପ୍ରେମିକ...

Road Accident Death: ବିବାହ ପୂର୍ବରୁ ଲିଭିଗଲା ଜୀବନ; ଦୁର୍ଘଟଣାରେ ଯୁବକ ମୃତ, ବିଚରା ବିଧମା ମା…

Shocking Crime: ସୁନ୍ଦରୀ ପ୍ରେମିକାର ଜଘନ୍ୟ କାଣ୍ଡ, ଲିଭ୍-ଇନ୍ ପାର୍ଟନରର ଛାତି ଚିରିଲା

Employees Take Oath: ଶପଥ ନେଲେ କର୍ମଚାରୀ, ‘ଆମ ବସ୍’ରେ ବୁଲିଲେ ପରିବହନ କମିଶନର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)