Advertisment

Shocking Crime: ସୁନ୍ଦରୀ ପ୍ରେମିକାର ଜଘନ୍ୟ କାଣ୍ଡ, ଲିଭ୍-ଇନ୍ ପାର୍ଟନରର ଛାତି ଚିରିଲା

ଦୁହେଁ ପ୍ରାୟ ଦୁଇ ବର୍ଷ ହେଲା ଲିଭ୍-ଇନ୍ ରିଲେସନରେ ଥିଲେ । ହେଲେ କାହିଁକି ହତ୍ୟାକାରୀ ପାଲଟିଗଲା ପ୍ରେମିକା ? ଯାହାକୁ ହୃଦୟ ଦେଇ ଭଲ ପାଉଥିଲା, ଯାହା ସହ ଲିଭ୍-ଇନରେ ରହୁଥିଲା ତା’ରି ଛାତିରେ ହିଁ ଛୁରୀ ଭୁସି କଲବଲ କରି ମାରିଦେଲା ।

author-image
Tapan Swain
Korean-Boyfriend-Murdered

Korean-Boyfriend-Murdered Photograph: (OTV)

ବିଅର ବାର୍‌ରୁ ବନ୍ଧୁତା । ଧୀରେ ଧୀରେ ପ୍ରେମ ଆଉ ତା' ପରେ ଲିଭ୍-ଇନ୍‌ ରିଲେସନ । ବିଦେଶୀ ପ୍ରେମିକର ପ୍ରେମରେ ଉବୁଟୁବୁ ହେଉଥିଲେ ମଣିପୁରର ଲୁନଜେନା । ଦୁହେଁ ପ୍ରାୟ ଦୁଇ ବର୍ଷ ହେଲା ଲିଭ୍-ଇନ୍ ରିଲେସନରେ ଥିଲେ । ହେଲେ କାହିଁକି ହତ୍ୟାକାରୀ ପାଲଟିଗଲା ପ୍ରେମିକା ? ଯାହାକୁ ହୃଦୟ ଦେଇ ଭଲ ପାଉଥିଲା, ଯାହା ସହ ଲିଭ୍-ଇନରେ ରହୁଥିଲା ତା’ରି ଛାତିରେ ହିଁ ଛୁରୀ ଭୁସି କଲବଲ କରି ମାରିଦେଲା ।

Advertisment

ଗତକାଲି ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଦକ୍ଷିଣ କୋରିଆର 'ଡକ୍ ହି ହୁ' (Duck Hee Yuh) । ସେ ଏଠି ଏକ ମୋବାଇଲ କମ୍ପାନୀରେ ମ୍ୟାନେଜର ଥିଲେ । 

ଦକ୍ଷିଣ କୋରିଆ ପ୍ରେମିକ, ମଣିପୁରର କିଲର୍ ପ୍ରେମିକା

ମଣିପୁରର ଲୁନଜେନା ପମାଇଙ୍କ ସହ ଡକ୍‌ଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ନୋଏଡାର ଏକ ଆପାର୍ଟମେଣ୍ଟରେ ଏକାଠି ରହୁଥିଲେ । ପୋଲିସର ସୂଚନା ଅନୁସାରେ, ପ୍ରେମିକ ଡକ୍ ସବୁବେଳେ ମଦ ପିଇ ଆସି ପ୍ରେମିକାକୁ ମାରପିଟ୍ କରୁଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହୁଥିଲା ବିବାଦ ।

Advertisment

ହତ୍ୟାକାଣ୍ଡ ଦିନ ବି ମଦ ନିଶାରେ ଦୁହିଁଙ୍କର ଝଗଡା ହୋଇଥିଲା । ଚାହୁଁ ଚାହୁଁ ଝଗଡା ଉଗ୍ର ରୂପ ନେଇଥିଲା ଓ ଯୁବତୀ ରାଗରେ ପ୍ରେମିକର ଛାତିକୁ ଛୁରୀ ଭୁସି ଦେଇଥିଲା । ଏହାପରେ ଯୁବତୀ ନିଜେ ପ୍ରେମିକକୁ ନେଇ ହସ୍ପିଟାଲକୁ ଯାଇଥିଲେ, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । 

ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରେମିକା ଲୁନଜେନା ପମାଇକୁ ଗିରଫ କରିଛି । ମୃତକ ଜଣେ ବିଦେଶୀ ନାଗରିକ ହୋଇଥିବାରୁ ଏ ସମ୍ପର୍କରେ ଦୂତାବାସକୁ ସୂଚନା ଦିଆଯାଇଛି । 

Murder Live-in Partner
Advertisment
Related Articles
Advertisment