/odishatv-khabar/media/media_files/2026/01/05/oath_taking-2026-01-05-13-52-46.jpg)
OATH_TAKING Photograph: (OTV)
ଏକାଧିକ ମୁଣ୍ଡ ଗଡ଼ିବା ପରେ ‘ଆମ ବସ୍’କୁ ନେଇ ତତ୍ପରତା। ‘ଆମ ବସ୍’ ଗଡ଼ିବା ଆଗରୁ କରାଯାଉଛି ଶପଥପାଠ । ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହିତ ଅଧିକ ସ୍ପିଡରେ ଗାଡ଼ି ନ ଚଳାଇବାକୁ ଶପଥ ନେଉଛନ୍ତି ଡ୍ରାଇଭର ଓ ଅନ୍ୟ କର୍ମଚାରୀ ।
ନିଶା ସେବନ କରି ଗାଡ଼ି ନଚଳାଇବା , ଗାଡ଼ି ଚଳାଚଳ ସମୟରେ ମୋବାଇଲ୍ ଫୋନ ବ୍ୟବହାର ନ କରିବା, ରାସ୍ତାର ବିପରୀତ ଦିଗରେ ଗାଡ଼ି ନ ଚଳାଇବା, ସିଲ୍ଟ ବେଲ୍ଟ ବ୍ୟବହାର କରିବା, ଯାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଉତ୍ତମ ବ୍ୟବହାର ଦେଖାଇବା ଏବଂ ସଡ଼କ ଉପରେ ନିଜର ସୁରକ୍ଷା ସହିତ ଯାତ୍ରୀଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ସମସ୍ତେ ଶପଥ ନେଉଛନ୍ତି । ରୁଟ୍ କୁ ଗାଡ଼ି ବାହାରିବା ଆଗରୁ ରାଜ୍ୟର ବିଭିନ୍ନ ‘ଆମ ବସ୍’ ଡିପୋରେ ଏଭଳି ଶପଥ ପାଠ କରାଯାଇଛି ।
ବସ୍ ଛାଡିବା ପୂର୍ବରୁ କ୍ରୁଟ୍ ସଦସ୍ୟଙ୍କ ଦ୍ବାରା ଦୈନିକ ସୁରକ୍ଷା ପ୍ରତିଶ୍ରୁତି ଏବଂ ମଦ୍ୟପାନ ଯାଞ୍ଚ କରାଯାଉଛି । ସ୍ୱତନ୍ତ୍ର ସ୍କ୍ବାଡ୍ ଦ୍ବାରା ରୁଟ୍ ରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି ।
ଯାତ୍ରୀଙ୍କ ସହ କଥାହେଲେ ପରିବହନ କମିଶନର
'ଆମ ବସ୍’ରେ ନିଜେ ଯାଇ ସ୍ଥିତି ପରଖିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଯାତ୍ରୀମାନଙ୍କ ସହ ନିଜେ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଛନ୍ତି । ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଚାଳକଙ୍କୁ ବେଗ ବୃଦ୍ଧି କରିବାକୁ ମନା କରାଯାଇଛି । ବରିଷ୍ଠ ନାଗରିକ ସାମ୍ନା କରୁଥିବା ସମସ୍ୟା ନେଇ ମଧ୍ୟ ଏହି ଯାତ୍ରା ସମୟରେ ସେ ଅବଗତ ହୋଇଛନ୍ତି । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ କହିଛନ୍ତି ପରିବହନ କମିଶନର ।
ଗତ ଶନିବାର ଦିନ ରାଜଧାନୀରେ ପୁଣି ମାରିଥିଲା ‘ଆମ ବସ୍’। ସହିଦ ନଗର ରୁପାଲି ଛକରେ ଅଟୋକୁ ପିଟିଥିଲା ଦ୍ରୁତଗତିରେ ଯାଉଥିବା ‘ଆମ ବସ୍’। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଯାହା ପରେ ଘଟଣାସ୍ଥଳରେ ଡିସିପି ଜଗମୋହନ ମୀନା ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ୍ କରିଥିବା ବେଳେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ନିୟନ୍ତ୍ରଣକୁ ଆସିଥିଲା ପରିସ୍ଥିତି।
ସୂଚନା ଅନୁଯାୟୀ, ରୂପାଲି ଛକ ଟ୍ରାଫିକରେ ଗୋଟିଏ ଶିକ୍ଷାନୁଷ୍ଠାନର ବସ୍ ଠିଆ ହୋଇରହିଥିଲା । ତାପଛକୁ ଥିଲା ଅଟୋ । ଅଟୋରେ ଜଣେ ମହିଳା ଯାତ୍ରୀଙ୍କ ସହ ଡ୍ରାଇଭର ଥିଲେ । ଏହି ସମୟରେ ‘ଆମ ବସ୍’ ଦ୍ରୁତଗତିରେ ଆସି ଅଟୋ ପଛରୁ ଧକ୍କା ଦେଇଥିଲା। ଅଟୋଟି ସାମନାରେ ଥିବା ବସ୍ ମଧ୍ୟରେ ଚାପି ହୋଇଯାଇଥିଲା। ଯାହାଫଳରେ ଅଟୋରେ ଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଥିଲେ।
ବସ୍ ଡ୍ରାଇଭରଙ୍କ ବାପରୁଆ ଡ୍ରାଇଭିଂ ଯୋଗୁଁ ଅଟୋଟି ସମ୍ପୂର୍ଣ୍ଣ ଚୂନା ହୋଇଯାଇଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଆମ ବସକୁ ଦୁର୍ଘଟଣା ଏଡ଼ାଇବାରକୁ ତତ୍ପରତା
ଆମ ବସ୍ ଗଡ଼ିବା ଆଗରୁ କରାଯାଉଛି ଶପଥପାଠ
ସମବେତ ଭାବେ ଶପଥ ନେଉଛନ୍ତି ଡ୍ରାଇଭର୍ ଓ କର୍ମଚାରୀ
ଅଧିକ ସ୍ପିଡରେ ଗାଡ଼ି ନ ଚଳାଇବାକୁ ଶପଥ
ନିଶା ସେବନ କରି ଗାଡ଼ି ନଚଳାଇବାକୁ ନେଉଛନ୍ତି ସଂକଳ୍ପ
ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଗଡ଼ିବ ଆମ ବସ୍
ସୁରକ୍ଷା ପ୍ରତିଶ୍ରୁତି ଏବଂ ମଦ୍ୟପାନ ଯାଞ୍ଚ କରାଯାଉଛି
ସ୍ୱତନ୍ତ୍ର ସ୍କ୍ବାଡ୍ ଦ୍ବାରା ରୁଟ୍ ରେ ଯାଞ୍ଚ ପ୍ରକ୍ରିୟା ଜୋରଦାର
Medical Staff Misconduct: ଡାକ୍ତର ବାବୁଙ୍କ ଦାଦାଗିରି; ସାମ୍ବାଦିକଙ୍କୁ ଧକ୍କା ମାରିଲେ, ମୋବାଇଲ୍ ଛଡାଇନେଲେ

BDO Abuse Row: ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଏଏସ୍ ସଂଘ

Picnic Fun Turns Risky: ପିକନିକ କରିବାକୁ ଯାଆନ୍ତୁ, କିନ୍ତୁ ଏମିତି ଭୁଲ୍ କରନ୍ତୁ ନାହିଁ

OPD Services Hit for Two Hours: ଦୁଇ ଘଣ୍ଟା ଓପିଡିରେ ରୋଗୀ ଦେଖିଲେ ନାହିଁ ଡାକ୍ତର, ଆନ୍ଦୋଳନକୁ ଓହ୍ଲାଇଛି ଓମସା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)