Advertisment

Road Accident Death: ବିବାହ ପୂର୍ବରୁ ଲିଭିଗଲା ଜୀବନ; ଦୁର୍ଘଟଣାରେ ଯୁବକ ମୃତ, ବିଚରା ବିଧମା ମା…

ଆଉ କେଇଟା ଦିନ ପରେ ଯାଇଥାନ୍ତେ ବରଯାତ୍ରୀ ନେଇ। ହେଲେ ହୋଇଗଲେ ସ୍ୱର୍ଗଯାତ୍ରାର ପଥିକ। ବୁଲିବାକୁ ଯାଇଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ। ଭାଙ୍ଗିଗଲା ବିଧବା ମା’ର ସ୍ୱପ୍ନ।

author-image
Pramod Behera
Road Accident Death

ବିବାହ ପୂର୍ବରୁ ଲିଭିଗଲା ଜୀବନ Photograph: (OTV)

ଆଉ କେଇଟା ଦିନ ପରେ ଯାଇଥାନ୍ତେ ବରଯାତ୍ରୀ ନେଇ। ହେଲେ ହୋଇଗଲେ ସ୍ୱର୍ଗଯାତ୍ରାର ପଥିକ। ବୁଲିବାକୁ ଯାଇଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ। ଭାଙ୍ଗିଗଲା ବିଧବା ମା’ର ସ୍ୱପ୍ନ। କାନ୍ଦୁଛି ମା’, ଭଉଣୀ ଆଉ ସାରା ପରିବାର।

Advertisment

ଗଜପତି ଜିଲ୍ଲା ମୋହନା ବ୍ଳକ୍ ଗୋବିନ୍ଦପୁର ଗାଁର ନୀଳାଞ୍ଚଳ ନାୟକ, ବୟସ ମାତ୍ର ୨୫। ନୀଳାଞ୍ଚଳ ଓ ଗାଁର ୪ ଜଣ ସାଙ୍ଗ ମିଶି ତାମିଲନାଡୁର କନ୍ୟାକୁମାରୀ ବୁଲିବାକୁ ଗତ ୨୬ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। ୩୧ ତାରିଖରେ କନ୍ୟାକୁମାରୀ ପହଞ୍ଚିବା ପରେ ସେଠାରେ ରହିବା ପାଇଁ ଏକ ହୋଟେଲ ବୁକ୍ କରିବା ପାଇଁ ନୀଳାଞ୍ଚଳ ଓ ଅନ୍ୟ ଜଣେ ସାଙ୍ଗ ସନ୍ତୋଷ ରାସ୍ତା ପାର ହେଉଥିଲେ। ଏହି ସମୟରେ ଦୃତ ଗତିରେ ଏକ ଟାଭେରା ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ନୀଳାଞ୍ଚଳ ଓ ସନ୍ତୋଷ ଆହତ ହୋଇଥିଲେ। ନୀଳାଞ୍ଚଳଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ତାଙ୍କୁ ସେଠାରେ ଥିବା ଏକ ମେଡିକାଲରେ ଆଇସିୟୁରେ ରଖାଯାଇଥିଲା। ନୀଳାଞ୍ଚଳଙ୍କ ବ୍ରେନ୍ ଡେଡ୍ ହେବା ପରେ  ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବରର ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଲିକ୍ କରନ୍ତୁ:

ସୋମବାର ତାଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ଆଉ ତାଙ୍କର ଶେଷକୃତ୍ୟ କରାଯାଇଛି। ପ୍ରକାଶଥାଉ ଯେ କିଛି ବର୍ଷ ପୂର୍ବରୁ ନୀଳାଞ୍ଚଳଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେ ଥିଲେ ଘରର ସବୁ କିଛି। ଆଉ କିଛି ଦିନ ପରେ ତାଙ୍କର ବିବାହ ହୋଇଥାନ୍ତା। ଏନେଇ ଝିଅ ଦେଖା ସରିଥିଲା ଆଉ ଶେଷ ବି ହୋଇଯାଇଥିବା ନିର୍ବନ୍ଧ। ବିଧବା ମାଆ ବି ପୁଅ ବିବାହ କରି ବୋହୂ ଆଣିବାକୁ ଦେଖୁଥିଲେ ଦିନରାତି ସ୍ଵପ୍ନ। ସବୁ ବିଧିର ବିଧାନ ବିଚିତ୍ର। ସବୁ ହୋଇଗଲ ଓଲଟ ପାଲଟ। ଖୁସିର ମୁହୂର୍ତ୍ତ ଦୁଃଖରେ ପରିଣତ ହେଲା। ବୁଲିବାକୁ ଯାଇ ନୀଳାଞ୍ଚଳ ଘରକୁ ଶବ ହୋଇ ଫେରିଛନ୍ତି। ଆଉ ଭାଙ୍ଗିଯାଇଛି ମାଆର ସ୍ୱପ୍ନ। 
 
ତେତେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ୍ ଜବତ କରି ଏକ ମାମଲା ରୁଜୁ କରିଥିବା ବେଳେ ସରକାର ଏହି ଗରିବ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଓ ଗ୍ରାମବାସୀ ଦାବି କରିଛନ୍ତି।

Advertisment
Gajapati Mohana Road Accident Deaths
Advertisment
Advertisment