/odishatv-khabar/media/media_files/2026/01/29/jatra-controversy-pkg-2026-01-29-18-40-11.jpg)
Photograph: (OTV)
ଯାତ୍ରା ବହିର ନାଁ ଜାନୱର । ଯାତ୍ରା ପାର୍ଟି ଅପେରା ଶ୍ରୀମନ୍ଦିର । କଳାକାର କାହ୍ନା ସ୍ବାଇଁ । ଯାତ୍ରା ଅଭିନୟରେ କାହ୍ନା ସାଥୀ କଳାକାରଙ୍କୁ କହୁଥିଲେ ହିଞ୍ଜଡ଼ା, ମାଇଚିଆ ଏବଂ ଆଉ କିଛି ଏହିଭଳି ଶବ୍ଦ । ବାସ୍ ଏତିକିରେ ଲାଗିଗଲା ନିଆଁ । ଏଭଳି ଡାଇଲଗ କହି କାହ୍ନା ଅପମାନିତ କରିଛନ୍ତି ବୋଲି ଅଭିଯୋଗ କଲା କିନ୍ନର ସମାଜ । ଆଉ ଯଦି କାହ୍ନା ସର୍ବସମ୍ମୁଖରେ ଏଥିପାଇଁ କ୍ଷମା ନମାଗନ୍ତି ତେବେ ତାଙ୍କୁ ଖଣ୍ଡଗିରି ମଞ୍ଚ ଚଢ଼ାଇ ଦେବୁନି କହିଛନ୍ତି କିନ୍ନର ସମାଜ ଉପଦେଷ୍ଟା ମୀରା ପରିଡ଼ା ।
ଗତକାଲି ରାତିରେ ଖଣ୍ଡଗିରି ଯାତ୍ରା ଅଞ୍ଚଳରେ ପହଞ୍ଚି ଯାଇଥିଲେ ମୀରା । ସିଧା ସିଧା କହିଥିଲେ କାହ୍ନା କ୍ଷମା ମାଗନ୍ତୁ । ମୀରାଙ୍କ କହିବା କଥା କାହ୍ନା ପୂର୍ବରୁ ବି ବାରମ୍ବାର ଏଭଳି ଆପତ୍ତିଜନକ ଡାଇଲଗ୍ କହିଛନ୍ତି । ବାରମ୍ବାର କିନ୍ନରମାନଙ୍କୁ ଅପମାନିତ କରିଛନ୍ତି । ଆଉ ତାଙ୍କୁ ଛଡ଼ା ଯିବନି । ଯଦି ଆଜି ସୁଦ୍ଧା କ୍ଷମା ନମାଗନ୍ତି ତେବେ ତାଙ୍କୁ ଖଣ୍ଡଗିରି ମଞ୍ଚ ଚଢ଼ାଇ ଦେବୁନି ।
ମୀରାଙ୍କ ଅଭିଯୋଗ ନେଇ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ନିଜ ମତାମତ ଜଣାଇଛନ୍ତି ସଂପୃକ୍ତ ଯାତ୍ରା ପାର୍ଟି ମାଲିକ । ଯଦି ବିବାଦ ହେଉଛି ତେବେ ଆମେ ସେ ଡାଇଲଗ ବଦଳାଇ ଦେବୁ ବୋଲି କହିଛନ୍ତି ପାର୍ଟି ମାଲିକ । ତେବେ ଏନେଇ କଳାକାର କାହ୍ନା ସ୍ବାଇଁଙ୍କ ପ୍ରତିକ୍ରିୟା ମିଳିନଥିଲା ବେଳେ କାହ୍ନା ହିଁ କ୍ଷମା ମାଗିବେ ବୋଲି ଅଡ଼ି ବସିଛନ୍ତି ମୀରା । ଆମେ କୌଣସି ମାଲିକ ବା ଲେଖକଙ୍କୁ ଚିହ୍ନିନୁ, କାହ୍ନାଙ୍କ ମୁହଁରେ ଲାଇଲଗ ଶୁଣିଥିବାରୁ ସେ ହିଁ କ୍ଷମା ମାଗିବେ କହିଛନ୍ତି ମୀରା । ନହେଲେ ହଜାର ହଜାର କିନ୍ନର ଏକାଠି ହୋଇ ବିରାଟ ପ୍ରତିବାଦ କରିବୁ, କାହ୍ନାଙ୍କୁ ଖଣ୍ଡଗିରି ପୂରାଇ ଦେବୁନି ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ
Tufail Ahmad Earns Odisha Ranji Call-Up: ଓଡ଼ିଶା ରଣଜୀ ଟିମରେ ସାମିଲ୍ ହେଲେ ଅଲରାଉଣ୍ଡର୍ ତୁଫୈଲ ଅହମ୍ମଦ, ବାମହାତୀ ସ୍ପିନ୍ ବୋଲିଂ ସହ ଡାହାଣହାତୀ ବ୍ୟାଟିଂ

Blinded by Witchcraft Belief: ଡାହାଣୀ ସନ୍ଦେହରେ ମାଆକୁ ହାଣି ଦେଲା ପୁଅ, ଭୁଲିଗଲା ମାଆର ମମତା

Decoding Moquim’s Proposed Party Name: ମୋକିମଙ୍କ ପ୍ରସ୍ତାବିତ ନୂଆ ଦଳର ନାମକରଣ ପଛରେ କ’ଣ ରହିଛି ରହସ୍ୟ, ହୋଇପାରିବ କି ଲୋକଙ୍କ ବିଶ୍ୱାସଭାଜନ ?

Shocking Attack on Student: କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଆକ୍ରମଣ, ଅବସ୍ଥା ଗୁରୁତର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)