Advertisment

Blinded by Witchcraft Belief: ଡାହାଣୀ ସନ୍ଦେହରେ ମାଆକୁ ହାଣି ଦେଲା ପୁଅ, ଭୁଲିଗଲା ମାଆର ମମତା

ଏହି ଘଟଣା ପରେ ନିଜ ମାଆ ରାଇମଣି ସିଂ ଉପରେ ସବୁବେଳେ ସନ୍ଦେହ କରୁଥିଲା ଯେ ମାଆ ଡାହାଣୀ ହୋଇ ତା ପିଲାକୁ ନଷ୍ଟ କରି ଦେଇଛି । ଆଜି  ସକାଳୁ ନିଶାସକ୍ତ ଅବସ୍ଥାରେ ନିଜ ମାଆକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ଅଭିଯୋଗ ହୋଇଥିଲା।

author-image
Tapan Swain
murder

murder Photograph: (OTV)

ଅନ୍ଧବିଶ୍ବାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ନିଜ ମାଆ କୁ ହାଣି ଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ଗାଁରେ ତପନ ସିଂ ନାମକ ଜଣେ ଯୁବକଙ୍କ ଘର ବାରଣ୍ଡାରେ ମହିଳାଙ୍କ ଶବ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । 

Advertisment

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ ପୁଅ ତପନ ସିଂଙ୍କ ସ୍ତ୍ରୀ ଗର୍ଭଧାରଣ କରିଥିବା ବେଳେ ଦୁଇ ମାସ ତଳେ ତାଙ୍କ ପିଲା ନଷ୍ଟ ହୋଇ ଯାଇଥିଲା । ଏହି ଘଟଣା ପରେ ତପନ ନିଜ ମାଆ ରାଇମଣି ସିଂ ଉପରେ ସବୁବେଳେ ସନ୍ଦେହ କରୁଥିଲା ଯେ ମାଆ ଡାହାଣୀ ହୋଇ ତା ପିଲାକୁ ନଷ୍ଟ କରି ଦେଇଛି । ଆଜି  ସକାଳୁ ତପନ ନିଶାସକ୍ତ ଅବସ୍ଥାରେ ନିଜ ମାଆକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ଅଭିଯୋଗ ହୋଇଥିଲା।

ଅତ୍ୟଧିକ ରକ୍ତସ୍ରାବ ହେତୁ ବୃଦ୍ଧା ମାଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବେତନଟୀ ପୋଲିସ ପହଞ୍ଚି ପୁଅ ତପନକୁ ଅଟକ ରଖିଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

Advertisment

ଅନ୍ଧବିଶ୍ୱାସରୁ ଏପରି ଘଟଣା ଘଟିଛି । ଗୁଣିଗୋରେଡି ମିଛ କଥା । ଏହାକୁ ନେଇ କାହାରିକୁ ବି କୌଣସି ପରିସ୍ଥିତିରେ ସନ୍ଦେହ କରିବା ଉଚିତ ନୁହେଁ । ହେତୁବାଦୀମାନେ ଏହା ସ୍ପଷ୍ଟ ଭାବେ କହୁଛନ୍ତି । ଲୋକଙ୍କୁ ସଚେତନ ବି କରାଯାଉଛି । କିନ୍ତୁ ତଥାପି ଏଭଳି ଘଟଣା ସାମନାକୁ ଆସୁଛି । 

ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା

ନିଶାସକ୍ତ ଅବସ୍ଥାରେ ମା’କୁ ହାଣିଥିବା ଅଭିଯୋଗ
ମୟୂରଭଞ୍ଜ କଲରାଫୁଲିଆ ଗାଁରେ ହତ୍ୟାକାଣ୍ଡ
ସ୍ତ୍ରୀର ଗର୍ଭ ନଷ୍ଟ ପରେ ମା'କୁ ଡାହାଣୀ ସନ୍ଦେହରେ ହତ୍ୟା
ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ତଦନ୍ତ

Murder Witchcraft
Advertisment
Related Articles
Advertisment