Advertisment

Tufail Ahmad Earns Odisha Ranji Call-Up: ଓଡ଼ିଶା ରଣଜୀ ଟିମରେ ସାମିଲ୍ ହେଲେ ଅଲରାଉଣ୍ଡର୍ ତୁଫୈଲ ଅହମ୍ମଦ, ବାମହାତୀ ସ୍ପିନ୍ ବୋଲିଂ ସହ ଡାହାଣହାତୀ ବ୍ୟାଟିଂ

ତୁଫୈଲ ଓଡ଼ିଶାର ୧୬ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ ଟିମରେ ମଧ୍ୟ ସ୍ଥାନ ପାଇଥିଲେ । ଆଜି ଓଡ଼ିଶା ଦଳର ଭେଟେରାନ୍ ଖେଳାଳି ବିପ୍ଲବ ସାମନ୍ତରାୟ ତୁଫୈଲଙ୍କୁ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ ।

author-image
Tapan Swain
Ranji Team

Ranji Team Photograph: (OTV)

ଜାମସେଦପୁରରେ ଖେଳାଯାଉଛି ଓଡ଼ିଶା-ଝାଡଖଣ୍ଡ ରଣଜୀ ଟ୍ରଫି ମ୍ୟାଚ । ଚଳିତ ସିଜନର ଏହା ଓଡ଼ିଶାର ଶେଷ ରଣଜୀ ମ୍ୟାଚ । ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଓଡ଼ିଶା ଶେଷ ଖବର ସୁଦ୍ଧା ୬ ୱିକେଟ ହରାଇ ୨୪୨ ରନ୍ କରିଛି ।  ସ୍ବସ୍ତିକ ସାମଲ୍ ଓ ଗୋବିନ୍ଦ ପୋଦ୍ଦାର  ଅର୍ଦ୍ଧଶତକ ହାସଲ କରିଛନ୍ତି । ସ୍ବସ୍ତିକ ୭୯ ରନ୍ କରିଥିବା ବେଳେ ପୋଦ୍ଦାର ୬୪ ରନ୍ କରିଥିଲେ । ...

Advertisment

ତେବେ ଆଜି ମ୍ୟାଚରେ ଓଡ଼ିଶା ପାଇଁ ରଣଜୀ ପଦାର୍ପଣ କରିଛନ୍ତି ଅଲରାଉଣ୍ଡର ସୟଦ ତୁଫୈଲ ଅହମ୍ମଦ । ୧୮ ବର୍ଷୀୟ ତୁଫୈଲ ବାମହାତୀ ସ୍ପିନ୍ ବୋଲିଂ କରୁଥିବା ବେଳେ ଡାହାଣହାତୀ ବ୍ୟାଟର । ସେ ଏହା ପୂର୍ବରୁ ଚଳିତ ବର୍ଷ ଓଡ଼ିଶା ସିନିୟର ଦଳରେ  ସାମିଲ ହୋଇ ପାଇଁ ବିଜୟ ହଜାରେ ଟ୍ରଫି ଖେଳିସାରିଛନ୍ତି ।

ସେହିପରି ସେ ନିକଟରେ ୨୩ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫିରେ ଓଡିଶାକୁ ପ୍ରତିନିଧିତ୍ବ କରୁଥିଲେ । ପୂର୍ବରୁ ତୁଫୈଲ ଓଡ଼ିଶାର ୧୬ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ ଟିମରେ ମଧ୍ୟ ସ୍ଥାନ ପାଇଥିଲେ । ଆଜି ଓଡ଼ିଶା ଦଳର ଭେଟେରାନ୍ ଖେଳାଳି ବିପ୍ଲବ ସାମନ୍ତରାୟ ତୁଫୈଲଙ୍କୁ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ ।...

Advertisment
Odisha Ranji Team
Advertisment
Related Articles
Advertisment