Advertisment

Shocking Attack on Student: କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଆକ୍ରମଣ, ଅବସ୍ଥା ଗୁରୁତର

କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଆକ୍ରମଣ। ଗଂଜାମ ପୋଡ଼ାମାରି କଲେଜ ସମ୍ମୁଖରେ ଆକ୍ରମଣ। ଜଣେ +୨ ଛାତ୍ରୀଙ୍କୁ ଆକ୍ରମଣ କଲେ କିଛି ଅଣଛାତ୍ର। ଛାତ୍ରୀଙ୍କୁ ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର।

author-image
Chinmayee Sahoo
Student

Student Photograph: (OTV)

କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଆକ୍ରମଣ। ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି କଲେଜ ସମ୍ମୁଖରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ କିଛି ଅଣକଲେଜ ଛାତ୍ର ଆକ୍ରମଣ କରିଥିବା ଜଣାପଡିଛି l ଆକ୍ରମଣରେ ଆହତ ଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ଓ ସହପାଠୀମାନେ ଛାତ୍ରୀଙ୍କୁ ଚିକିତ୍ସା ଲାଗି ପୋଡ଼ାମାରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। 

Advertisment

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛିl ଖବର ପାଇ ପୋଡ଼ାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

College Attack Student
Advertisment
Related Articles
Advertisment