/odishatv-khabar/media/media_files/2026/01/07/cake-cutting-2026-01-07-14-44-21.jpg)
Cake Cutting Photograph: (OTV)
ଅଭିଯୋଗ ଶୁଣାଣି ବେଳେ କଟା ହେଲା ବାର୍ଥ ଡେ କେକ୍। ଶହ ଶହ ଲୋକଙ୍କୁ ଅପେକ୍ଷା କରାଇ ନିଜ ଡ୍ରାଇଭରର ଜନ୍ମଦିନ ପାଳିଲେ ବିଡିଓ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତରୁ।
ଗତ ୫ ତାରିଖରେ ବୋଲଗଡ଼ ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଲୋକଙ୍କ ଅଭିଯୋଗ ଶୁଣିବା ବଦଳରେ ମଞ୍ଚରେ ନିଜ ଘରୋଇ ଡ୍ରାଇଭରଙ୍କ ଜନ୍ମଦିନ ପାଳନ କରିଥିବା ଅଭିଯୋଗ ହୋଇଛି । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନାପସନ୍ଦ କରିଛନ୍ତି ଅଞ୍ଚଳବାସୀ।
କେବଳ ଏତିକି ନୁହେଁ ବିଡିଓ ମହୋଦୟା ବ୍ଲକ ଅଧ୍ୟକ୍ଷା କିମ୍ବା ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ କାହାକୁ ବି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଉ ନଥିବା ଅଭିଯୋଗ ହୋଇଛି । ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ବେଖାତିର କରୁଥିବା କହିଛନ୍ତି ବ୍ଲକ ଅଧ୍ୟକ୍ଷା ।
ଏସମ୍ପର୍କରେ ପଚାରିବାରୁ ବିଡିଓ କହିଛନ୍ତି ଯେ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କେକ୍ କଟାଯାଇଥିଲା। ଏହାକୁ ନେଇ ଅଯଥାରେ ଇସ୍ୟୁ କରାଯାଉଥିବା କହିଛନ୍ତି ବିଡିଓ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)