/odishatv-khabar/media/media_files/2026/01/07/odia-people-in-uzbekistan-2026-01-07-14-27-53.jpg)
Odia People in Uzbekista Photograph: (OTV)
ନିଜ ପରିବାର ମୁହଁରେ ଦାନା ଗଣ୍ଡେ ଦେବାକୁ ଓଡ଼ିଶାରୁ ସୁଦୂର ଉଜବେକିସ୍ତାନକୁ ଉଡ଼ି ଯାଇଥିଲେ। ଭାବିଥିଲେ କିଛି ଟଙ୍କା ରୋଜଗାର ହେଲେ ପରିବାର ଭଲରେ ଚଳିବ । ହେଲେ ସେଠି ରୋଜଗାର ବଦଳରେ ମିଳିଲା ଧୋକା। ନିଜ ଦାବି ପାଇଁ ପାଟି ଫିଟାଇ ଫସିଯାଇଛନ୍ତି ବହୁ ଓଡ଼ିଆ।
ଫସିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଓ ଦିଗପହଣ୍ଡିର ଅନେକ ଇଞ୍ଜିନିୟର ଓ ଶ୍ରମିକ। ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ଗଲା ୫ ଦିନ ଧରି ସେମାନେ ଆନ୍ଦୋଳନ କରୁଛନ୍ତି । କାମ ଆଶାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଶ୍ରମିକ ଉଜବେକିସ୍ତାନମୁହାଁ ହୋଇଥିଲେ। ।ଏଥିରେ ୧୫ ଶହରୁ ଅଧିକ ଭାରତୀୟ ଥିବା ବେଳେ କେବଳ ଓଡ଼ିଆ ୬ ଶହରୁ ଅଧିକ ରହିଛନ୍ତି।
ମାତ୍ର କମ୍ପାନୀ ମନଇଚ୍ଛା ଖଟାଉଥିବା ବେଳେ ପ୍ରତିଶ୍ରୁତି ମୁତାବକ ଦରମା ଓ ଆନୁସଙ୍ଗିକ ବ୍ୟବସ୍ଥା ଦେଉନି। ନ୍ୟାୟ ଦାବିରେ ସେମାନେ ଧାରଣାକୁ ଓହ୍ଲାଇଛନ୍ତି। ଘଟଣାର ସମାଧାନ ହୋଇ ପାରି ନ ଥିବା ବେଳେ ଏନେଇ ଏଣ୍ଟର ଇଂଜିନିୟର କମ୍ପାନୀରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)