/odishatv-khabar/media/media_files/2026/01/07/uzbekistan-2026-01-07-14-14-17.jpg)
Uzbekistan Photograph: (OTV)
ଉଜବେକିସ୍ତାନରେ ଫସିଛନ୍ତି ଓଡ଼ିଆ। ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡ଼ିଆଙ୍କ ସମେତ ଅନେକ ଭାରତୀୟ। ଫସିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଓ ଦିଗପହଣ୍ଡିର ଅନେକ ଇଞ୍ଜିନିୟର ଓ ଶ୍ରମିକ। ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ଗଲା ୫ ଦିନ ଧରି ଆନ୍ଦୋଳନ କରୁଛନ୍ତି ଏମାନେ।
ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଶ୍ରମିକ ଏଠି ଆସିଥିଲେ। ଏଥିରେ ୧୫ ଶହରୁ ଅଧିକ ଭାରତୀୟ ଥିବା ବେଳେ କେବଳ ଓଡ଼ିଆ ୬ ଶହରୁ ଅଧିକ ରହିଛନ୍ତି। ଅଭିଯୋଗ ଅନୁସାରେ କମ୍ପାନି ପ୍ରତିଶ୍ରୁତି ମୁତାବକ ଦରମା ଓ ଆନୁସଙ୍ଗିକ ବ୍ୟବସ୍ଥା ଦେଇନି। ଫଳରେ ଏମାନେ ଧାରଣାକୁ ଓହ୍ଲାଇଛନ୍ତି। ଘଟଣାକୁ ନେଇ ଏଣ୍ଟର ଇଂଜିନିୟର କମ୍ପାନୀରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଦରମା ସହ ଖାଇବା ଦେଉନଥିବା ଯୋଗୁଁ ଚିନ୍ତାରେ ଭାରତୀୟ। ଏଣ୍ଟର ଇଂଜିନିୟର କମ୍ପାନୀ ରେ ୧୫୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଚାକିରୀ କରୁଥିବା ବେଳେ ଦୀର୍ଘ ୪ ମାସ ଅର୍ଥାତ ଅକ୍ଟୋବର ମାସ ଠାରୁ ଦରମା ଦେଉନଥିବା ବେଳେ ଖାଇବା ଦେଉହାହିଁ। ବଡ଼ କଷ୍ଟରେ ଘରୁ ଟଙ୍କା ମଗାଇ ଚଳୁଛନ୍ତି ଭାରତୀୟ।
ଭାରତୀୟ ଦୂତାବାସ ମଧ୍ୟ ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ଭିଡିଓ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇ ଭିଡିଓ ପଠାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)