Advertisment

Odisha: ଏପ୍ରିଲରୁ ଓଡ଼ିଶାରେ ଜନଗଣନା

ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ। ୨୦୨୭ ଫେବୃଆରୀରେ ହେବ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ।

author-image
Sujit kumar Swain
CENSUS_MEETING

CENSUS_MEETING Photograph: (OTV)


ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ। ୨୦୨୭ ଫେବୃଆରୀରେ ହେବ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା। ଏହା ପୂର୍ବରୁ ସବୁ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂ। 

Advertisment

ଲୋକସେବା ଭବନରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବି ଉପସ୍ଥିତ ଥିଲେ। ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର ଓ କଟକରେ ଏଥିପାଇଁ ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଓ ପୌରପାଳିକା ସୀମା ବି ଫାଇନାଲ ହୋଇଛି। 

ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ। ୨୦୦ ଘର ପାଇଁ ଜଣେ ଲେଖାଏଁ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ରାଜ୍ୟରେ ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତି ପାଇବେ । ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ।

Advertisment

ଜଣେ ଲୋକ ନିଜେ ଚାହିଁଲେ ନିଜ ତଥ୍ୟ ଦେଇ ୱେବସାଇଟ ଜରିଆରେ ପଞ୍ଜିକୃତ କରିପାରିବେ। ଏଥିପାଇଁ ମୋବାଇଲ ନମ୍ବରରେ ଓଟିପି ବେସଡ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ହେବନି କି ଆପରୁ ସ୍କ୍ରିନ ସଟ୍ ମଧ୍ୟ ନେଇହେବ ନାହିଁ। ପ୍ରାୟ ୯୦ ପ୍ରତିଶତ କାମ ଅନଲାଇନରେ ହେବ। ୧୦୦ ପ୍ରତିଶତ ସଠିକ ଜନଗଣନା କରାଯିବ। 

Odisha otv
Advertisment
Related Articles
Advertisment