/odishatv-khabar/media/media_files/2026/01/05/ama-bus-transport-commissioner-rides-with-passengers-2026-01-05-15-36-11.jpg)
Ama Bus Transport Commissioner Rides With Passengers Photograph: (OTV)
‘ଆମ ବସ୍ ’ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଯାତ୍ରୀମାନଙ୍କ ସହ ନିଜେ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ। ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଚାଳକଙ୍କୁ ବେଗ ବୃଦ୍ଧି ମନା। ବରିଷ୍ଠ ନାଗରିକ ସାମ୍ନା କରୁଥିବା ସମସ୍ୟା ନେଇ ଅବଗତ ହେଲେ। ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ କହିଲେ କମିଶନର।
ଖାଲି ଆମ ବସ୍ ନୁହେଁ, ରାଉରକେଲା ଘରୋଇ ବସ୍ ର ମଧ୍ୟ ହେଉଛି ଯାଞ୍ଚ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ରାଉରକେଲାର ଦୁଇଟା ସ୍ଥାନରେ କଡ଼ାକଡ଼ି ଚେକିଂ ହେଉଛି । ବସ୍ ଗୁଡ଼ିକୁ ଅଟକାଇ ଡ୍ରାଇଭରଙ୍କ ଲାଇସେନ୍ସ, ଗାଡ଼ିର ପିଟନେସ୍ ଏବଂ ଡ୍ରାଇଭର ମଦ୍ୟପାନ କରିଛନ୍ତି କି ନା ନାହିଁ ତାହାର ଯାଞ୍ଚ କରାଯାଉଛି। ଏହାଛଡ଼ା ଓଭରଲୋଡ୍ ଥିବା ଗାଡ଼ିଠୁ ଫାଇନ୍ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଏକାଧିକ ମୁଣ୍ଡ ଗଡ଼ିବା ପରେ ଆମ ବସକୁ ନେଇ ତତ୍ପରତା। ଆମ ବସ୍ ଗଡ଼ିବା ଆଗରୁ କରାଯାଉଛି ଶପଥପାଠ । ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହିତ ଅଧିକ ସ୍ପିଡରେ ଗାଡ଼ି ନ ଚଳାଇବାକୁ ଶପଥ ନେଉଛନ୍ତି ଡ୍ରାଇଭର ଓ ଅନ୍ୟ କର୍ମଚାରୀ । ନିଶା ସେବନ କରି ଗାଡ଼ି ନଚଳାଇବା , ଗାଡ଼ି ଚଳାଚଳ ସମୟରେ ମୋବାଇଲ୍ ଫୋନ ବ୍ୟବହାନ ନ କରିବା, ରାସ୍ତାର ବିପରୀତ ଦିଗରେ ଗାଡ଼ି ନ ଚଳାଇବା, ସିଲ୍ଟ ବେଲ୍ଟ ବ୍ୟବହାର କରିବା, ଯାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଉତ୍ତମ ବ୍ୟବହାର ଦେଖାଇବା ଏବଂ ସଡ଼କ ଉପରେ ନିଜର ସୁରକ୍ଷା ସହିତ ଯାତ୍ରୀଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ସମସ୍ତେ ଶପଥ ନେଉଛନ୍ତି ।
ରୁଟ୍ କୁ ଗାଡ଼ି ବାହାରିବା ଆଗରୁ ରାଜ୍ୟର ବିଭିନ୍ନ ଆମ ବସ୍ ଡିପୋରେ ଏଭଳି ଶପଥ ପାଠ କରାଯାଉଛି । ବସ୍ ଛାଡିବା ପୂର୍ବରୁ କ୍ରୁଟ୍ ସଦସ୍ୟଙ୍କ ଦ୍ବାରା ଦୈନିକ ସୁରକ୍ଷା ପ୍ରତିଶ୍ରୁତି ଏବଂ ମଦ୍ୟପାନ ଯାଞ୍ଚ କରାଯାଉଛି । ସ୍ୱତନ୍ତ୍ର ସ୍କ୍ବାଡ୍ ଦ୍ବାରା ରୁଟ୍ ରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି ।
ଦେଖନ୍ତୁ ଭିଡିଓ:
Employees Take Oath: ଶପଥ ନେଲେ କର୍ମଚାରୀ, ‘ଆମ ବସ୍’ରେ ବୁଲିଲେ ପରିବହନ କମିଶନର

Shocking Crime: ସୁନ୍ଦରୀ ପ୍ରେମିକାର ଜଘନ୍ୟ କାଣ୍ଡ, ଲିଭ୍-ଇନ୍ ପାର୍ଟନରର ଛାତି ଚିରିଲା

Road Accident Death: ବିବାହ ପୂର୍ବରୁ ଲିଭିଗଲା ଜୀବନ; ଦୁର୍ଘଟଣାରେ ଯୁବକ ମୃତ, ବିଚରା ବିଧମା ମା…

Indian Woman Murdered in US: ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା; ମାରିଦେଲା ପୂର୍ବତନ ପ୍ରେମିକ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)