Advertisment

BSNL: ଲଞ୍ଚ୍ ହେଲା VoWiFi; ଘର ଭିତରେ ବି ମଜବୁତ୍ କଲ୍

BSNL ବର୍ତ୍ତମାନ ସିଧାସଳଖ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଭଳି ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ସହିତ ପ୍ରତିଯୋଗିତା ଆରମ୍ଭ କରିଦେଇଛି। ଏବେ ବିନା ନେଟ୍‌ୱାର୍କରେ ହେବ କଲ୍।

author-image
Chinmayee Sahoo
BSNL-VoWiFi-Service

BSNL Photograph: (OTV)

ଏବେ ବିନା ନେଟ୍‌ୱାର୍କରେ ହେବ କଲ୍। ଭାରତରେ ଲଞ୍ଚ୍ ହେଲା VoWiFi। ୟୁଜର୍ସ ପାଇବେ ମାଗଣାରେ ଏହି ସେବା। ଏହି ନୂଆ ଫିଚର ଆରମ୍ଭ କରି BSNL ବର୍ତ୍ତମାନ ସିଧାସଳଖ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍ଆଇଡିଆ ଭଳି ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ସହିତ ପ୍ରତିଯୋଗିତା ଆରମ୍ଭ କରିଦେଇଛି। ଏହି କମ୍ପାନୀଗୁଡିକ ପୂର୍ବରୁ ସେମାନଙ୍କର ଗ୍ରାହକମାନଙ୍କୁ Wi-Fi କଲିଂ ସୁବିଧା ଦେଇ ଆସୁଛନ୍ତି।
ସାଧାରଣତଃ କମ୍ ସିଗ୍‌ନାଲ୍‌ ଅଞ୍ଚଳ କିମ୍ବା ଘର ଭିତରେ କଥାବାର୍ତା ଅନେକ ସମୟରେ ସ୍ପଷ୍ଟ ହୁଏ ନାହିଁ। ୟୁଜରମାନେ ଏବେ ଫାଇଦା ନେବେ। ବର୍ତ୍ତମାନ BSNLର VoWiFi ସେବା ଏଭଳି ସମସ୍ୟାରୁ ମୁକ୍ତି ଦେବ। କମ୍ ସିଗ୍‌ନାଲ୍‌ରେ କିମ୍ବା ଘର ଭିତରେ ମଧ୍ୟ ହୋଇପାରିବ ମଜବୁତ୍ କଲ୍।
ତେବେ BSNLର ଏହି ଫିଚର କେବଳ ସେହିମାନେ ବ୍ୟବହାର କରିପାରିବେ ଯେଉଁମାନଙ୍କ ପାଖରେ ଆଧୁନିକ Android ଏବଂ iPhone ମଡେଲର ମୋବାଇଲ୍ ଥିବ। ଏହା ସହିତ ହୋମ୍ ବ୍ରଡବ୍ୟାଣ୍ଡ ପରି ସ୍ଥାୟୀ Wi-Fi ନେଟୱାର୍କ ସହିତ ଲାଟେଷ୍ଟ୍ ସଫ୍ଟୱେର୍ ଅପଡେଟ୍ ମଧ୍ୟ ଦରକାର।
ଆପଣଙ୍କ ପାଖରେ ଯଦି ଏହି ସୁବିଧା ଅଛି ତେବେ ଆପଣଙ୍କ ଫୋନରେ BSNL SIM ପକାନ୍ତୁ। ଏହା ପରେ ଫୋନରେ VoWiFi ଫିଚର ଏନେବଲ୍ କରି ଫୋନକୁ ଏକ ସ୍ଥାୟୀ Wi-Fi ନେଟୱାର୍କ ସହିତ କନେକ୍ଟ୍ କରନ୍ତୁ।
ଏନେଇ ଆଉ କୌଣସି ଅତିରିକ୍ତ ଆପ୍ କିମ୍ବା ହାର୍ଡୱେୟାର ଆବଶ୍ୟକ ହେବ ନାହିଁ। ତେବେ BSNLର ଏହି Wi-Fi ନେଟୱାର୍କରେ କଲ୍ କରିବା ପାଇଁ କୌଣସି ଅତିରିକ୍ତ ମୂଲ୍ୟ ଦେବାକୁ ପଡିବ ନାହିଁ। ଏହା ସମ୍ପୂର୍ଣ୍ଣ ମାଗଣା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା କେବଳ ଦକ୍ଷିଣ ଏବଂ ପଶ୍ଚିମ ସର୍କଲରେ ଲଞ୍ଚ ହୋଇଛି, ଖୁବ୍ ଶୀଘ୍ର ଦେଶବ୍ୟାପୀ ଲଞ୍ଚ କରିବାର ଯୋଜନା ଚାଲିଛି। BSNLର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାର 4G ନେଟୱାର୍କକୁ ବିସ୍ତାର କରିବା। 
ରିପୋର୍ଟ ଅନୁସାରେ BSNL ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ମୋବାଇଲ୍ ଟାୱାର ବସାଇ ସାରିଛି। କମ୍ପାନୀ ଏବେ ସାରା ଭାରତରେ ନେଟୱାର୍କ କଭରେଜକୁ ସୁଦୃଢ଼ କରିବା ପାଇଁ ଆଉ ପ୍ରାୟ ୯୭,୫୦୦ ଅଧିକ ଟାୱାର ବସାଇବାକୁ ଯୋଜନା କରୁଛି।

Advertisment

ଅଧିକ ଦେଖନ୍ତୁ:

BSNL
Advertisment
Related Articles
Advertisment