/odishatv-khabar/media/media_files/2025/10/08/ukraine-2025-10-08-13-56-17.jpg)
ukraine Photograph: (OTV)
ୟୁକ୍ରେନ-ରୁଷ ଯୁଦ୍ଧର ମଝିରେ ଏକ ଭାରତୀୟ ଯୁବକଙ୍କ କାହାଣୀ ସାମ୍ନାକୁ ଆସିଛି, ଯାହା ଆଲୋଡ଼ନ ସୃଷ୍ଟି କରିଛି। ୨୨ ବର୍ଷୀୟ ମଜୋତି ସାହିଲ ମହମ୍ମଦ ହୁସେନ, ଗୁଜରାଟର ମୋରବୀ ନିବାସୀ, ରୁଷ ସେନା ପାଇଁ ଯୁଦ୍ଧ କରୁଥିବା ଅଭିଯୋଗରେ ୟୁକ୍ରେନ ସେନା ଦ୍ୱାରା ଗିରଫ ହୋଇଛନ୍ତି। ଏହି ଘଟଣା ନେଇ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୟାନ ଦେଇନାହାଁନ୍ତି, କିନ୍ତୁ ତଥ୍ୟ ଯାଞ୍ଚ ଚାଲିଛି।
ମିଛ ପ୍ରତିଶ୍ରୁତିର ଜାଲ
ହୁସେନ ରୁଷକୁ ପାଠ ପଢ଼ିବା ପାଇଁ ଯାଇଥିଲେ। କିନ୍ତୁ ‘ରିପୋର୍ଟ ଅନୁଯାୟୀ, ନିଶା କାରବାର ମାମଲାରେ ତାଙ୍କୁ ୭ ବର୍ଷ ଜେଲଦଣ୍ଡ ମିଳିଥିଲା। ଜେଲରେ ଥିବାବେଳେ ରୁଷ ସେନା ତାଙ୍କୁ ଏକ ପ୍ରସ୍ତାବ ଦେଇଥିଲା । ଯୁଦ୍ଧରେ ସାମିଲ ହେଲେ ଜେଲରୁ ମୁକ୍ତି ଓ ଆର୍ଥିକ ସହାୟତା। ଏହି ଲୋଭରେ ପଡ଼ି ହୁସେନ ଚୁକ୍ତି କରିଥିଲେ ଓ ରୁଷ-ୟୁକ୍ରେନ ଯୁଦ୍ଧରେ ସାମିଲ ହୋଇଥିଲେ ।
ଯୁଦ୍ଧ ଓ ଆତ୍ମସମର୍ପଣ
୧୬ ଦିନର ପ୍ରଶିକ୍ଷଣ ପରେ ହୁସେନ ଅକ୍ଟୋବର ୧ରେ ୟୁକ୍ରେନ ବିପକ୍ଷ ଯୁଦ୍ଧରେ ସାମିଲ ହୋଇଥିଲେ। ମାତ୍ର ତିନି ଦିନ ଯୁଦ୍ଧ କରିବା ପରେ କମାଣ୍ଡରଙ୍କ ସହ ବଚସା ଯୋଗୁଁ ସେ ୟୁକ୍ରେନ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଏକ ଭିଡିଓରେ ସେ କହିଛନ୍ତି, “ରୁଷରେ ସବୁ ମିଛ। ମୁଁ ଫେରିବାକୁ ଚାହୁଁନାହିଁ। ୟୁକ୍ରେନରେ ଜେଲରେ ରହିବା ମୋ ପାଇଁ ଭଲ।
ବିଦେଶୀଙ୍କୁ ଯୁଦ୍ଧରେ ବ୍ୟବହାର
ୟୁକ୍ରେନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୁଷ ବିଦେଶୀ ନାଗରିକଙ୍କୁ ଚାକିରି ଓ ଅର୍ଥର ଲୋଭ ଦେଖାଇ ଯୁଦ୍ଧରେ ନିୟୋଜିତ କରୁଛି। ଭାରତ ଓ ଉତ୍ତର କୋରିଆର ଅନେକ ଯୁବକ ଏହି ଜାଲରେ ଫସିଛନ୍ତି। ଗତ ଜାନୁଆରୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଜଣାଇଥିଲା ଯେ ୧୨୬ ଜଣ ଭାରତୀୟଙ୍କୁ ରୁଷରେ ବିଭ୍ରାନ୍ତ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ୧୨ ଜଣ ଯୁଦ୍ଧରେ ପ୍ରାଣ ହରାଇଥିଲେ ଓ ୧୬ ଜଣ ନିଖୋଜ ଅଛନ୍ତି।
Daily Horoscope 8th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Chanakya Niti: ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି? ତାହାଲେ ଭୁଲରେ ବି ଏହି ୫ଟି ସ୍ଥାନକୁ ଯାଆନ୍ତୁ ନାହିଁ

Chicken’s Neck of India: ଭାରତର କେଉଁ ସହରକୁ କୁହାଯାଏ ‘କୁକୁଡ଼ା ବେକ’, ଜାଣିବା ପାଇଁ ପଢନ୍ତୁ....

Pitabas Panda Murder Case: ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା: କେମିତି ମାରିଥିଲେ ଦୁର୍ବୃତ୍ତ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା ବଡ ତଥ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)