Advertisment

India’s longest railway tunnel: ହିମାଳୟ ଛାତି ଉପରେ ନିର୍ମାଣ ହେଉଛି ଦେଶର ସବୁଠୁ ଲମ୍ବା ରେଳ ସୁଡଙ୍ଗ

ହିମାଳୟରେ ନିର୍ମାଣ ହେଉଥିବା ଏହି T-8 ରେଳ ସୁଡଙ୍ଗ (ଜାନାସୁ ସୁଡଙ୍ଗ) ଡିସେମ୍ବର ୨୦୨୬ ସୁଦ୍ଧା ଏହାକୁ ଖୋଲାଯିବ ବୋଲି ଆଶା କରାଯାଉଛି। ଉତ୍ତରାଖଣ୍ଡରେ ରେଳ ଯାତାୟାତ ସହଜ ହେବ।

author-image
Chinmayee Sahoo
Rail Tunnel

Rail Tunnel Photograph: (OTV)

ଭାରତର ସବୁଠାରୁ ଲମ୍ବା ସୁଡଙ୍ଗ (Tunnel)ରାସ୍ତାର ମାନ୍ୟତା ଅଟଳ ଟନେଲ ନାମରେ ଅଛି। କିନ୍ତୁ ଖୁବ୍ ଶୀଘ୍ର ‌ଏହି ମାନ୍ୟତା ଜୋଜିଲା ସୁଡଙ୍ଗକୁ ମିଳିବାକୁ ଯାଉଛି। ସେହିପରି ସବୁଠାରୁ ଲମ୍ବା ରେଳ ସୁଡଙ୍ଗର ମାନ୍ୟତା ଉତ୍ତରାଖଣ୍ଡରେ ଋଷିକେଶକୁ କର୍ଣ୍ଣପ୍ରୟାଗ ସହ ଯୋଡୁଥିବା ୧୪.୫୭ କିଲୋମିଟର ବିଶିଷ୍ଟ ଲମ୍ବା ସୁଡଙ୍ଗ ରହିଛି। ହିମାଳୟର କଠିନ ପର୍ବତ ଅଞ୍ଚଳରେ ନିର୍ମାଣ ହେଉଥିବା ଏହି T-8ରେଳ ସୁଡଙ୍ଗ (ଜାନାସୁ ସୁଡଙ୍ଗ) ନିର୍ମାଣ କରିବା ପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଆଶା କରାଯାଉଛି ଯେ ଡିସେମ୍ବର ୨୦୨୬ ସୁଦ୍ଧା ଏହାକୁ ଖୋଲାଯିବ।

Advertisment

ହିମାଳୟର ପର୍ବତ ମଧ୍ୟରେ ସୁଡଙ୍ଗ ନିର୍ମାଣ କରିବା କୌଣସି ସହଜ କାମ ନୁହେଁ। ସୁଡଙ୍ଗ ଖୋଳିବା ପାଇଁ ବିଶେଷ ମେସିନ୍ ମଗାଯାଇଥିଲା, ଅନେକ ମେସିନ୍ ବିଦେଶରୁ ଅଣା ଯାଇଥିଲା। ପ୍ରଥମ ଥର ପାଇଁ ହିମାଳୟରେ ସୁଡଙ୍ଗ ଖୋଳିବା ପାଇଁ TBM (ଟନେଲ ବୋରିଂ ମେସିନ୍) ବ୍ୟବହାର କରାଯାଇଥିଲା। ଏହା ବ୍ୟତୀତ ପୀରପଞ୍ଜାଲ ରେଲୱେ ସୁଡଙ୍ଗ ଏବଂ T-50ସୁଡଙ୍ଗ ଦେଶର ଲମ୍ବା ରେଳ ଟନେଲ ମଧ୍ୟରେ ଅନ୍ତର୍ଭୁକ୍ତ। ପୀରପଞ୍ଜାଲ ସୁଡଙ୍ଗଜମ୍ମୁ ଓ କାଶ୍ମୀରର ଉଧମପୁର ଓ ବାନିହାଲ ମଧ୍ୟରେ ନିର୍ମିତ। ଏହି ରେଳୱେ ସୁଡଙ୍ଗର ଲମ୍ବ ୧୧.୨ କିଲୋମିଟର ଏବଂ T-50ସୁଡଙ୍ଗର ଲମ୍ବ ୧୨.୭ କିଲୋମିଟର।

କେଉଁଠାରୁ କେଉଁଠାକୁ ନିର୍ମାଣ ହେଉଛି ରେଳ ସୁଡଙ୍ଗ?

ଦେଶର ସବୁଠାରୁ ଲମ୍ବା ରେଳ ସୁଡଙ୍ଗ ୧୨୫ କିଲୋମିଟର ଲମ୍ବା ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରୋଜେକ୍ଟର ଏକ ଅଂଶ। ଏହାକୁ ନିର୍ମାଣ କରିବାର ଦାୟିତ୍ୱ ରେଳ ବିକାଶ ନିଗମ ଲିମିଟେଡ଼ (RVNL) ପାଖରେ ଅଛି। ଏହି ରେଳ ସୁଡଙ୍ଗ ନିର୍ମାଣ ହେବା ଦ୍ୱାରା ଉତ୍ତରାଖଣ୍ଡରେ ରେଳ ଯାତାୟାତ ସହଜ ହେବ। ଏହା ଚମୋଲି, ରୁଦ୍ରପ୍ରୟାଗ, ପୌଡ଼ି ଗଡ଼ଓ୍ୱାଲ, ଟିହରି ଗଡ଼ଓ୍ୱାଲ ଏବଂ ଡେରାଡୁନକୁ ଯୋଡ଼ିବ।

Advertisment

ଏହି ରେଳ ସୁଡଙ୍ଗ ହେଲେ କ’ଣ ଲାଭ ହେବ?

ଏହି ରେଳ ସୁଡଙ୍ଗ ପ୍ରସ୍ତୁତ ହେବା ପରେ ପାହାଡ଼ି ଯାତ୍ରା ସହଜ ହେବ। ଏହି ରେଳ ମାର୍ଗର ୮୩%ରୁ ଅଧିକ ଅଂଶ ସୁଡଙ୍ଗ ମାଧ୍ୟମରେ ଯାଇଥାଏ। ସୁଡଙ୍ଗ କାମ ସମ୍ପୂର୍ଣ୍ଣ ହେବା ପରେ ଯାତ୍ରାରେ ସୁବିଧା ହେବ। ଯାତ୍ରାର ଦୂରତା ଏବଂ ସମୟ ଦୁହେଁ କମିଯିବ। ସବୁ ଋତୁରେ ଏହି ମାର୍ଗରେ ଯିବା ଆସିବା କରିହେବ। ଉତ୍ତରାଖଣ୍ଡରେ ପର୍ଯ୍ୟଟନ ବୃଦ୍ଧି ହେବାର ସମ୍ଭାବନା ରହିଛି।

Tunnel
Advertisment
Related Articles
Advertisment