Advertisment

Artificial Intelligence: ଯିବାକୁ ପଡିବନି ମନ୍ଦିର... ପାଖରେ ମିଳିବେ ଭଗବାନ

ଆସିଲା ନୂଆ ଟେକ୍ନୋଲୋଜୀ।ଆଉ ଯିବାକୁ ପଡିବନି ମନ୍ଦିର। ପାଖରେ ମିଳିବେ ଭଗବାନ। ଏବେ ‘କୃଷ୍ଣ’ଙ୍କ ସହ ହେବ ଚାଟ୍। ପ୍ରଶ୍ନ ପଚାରିଲେ ସାଙ୍ଗେ ସାଙ୍ଗେ ମିଳିବ ଉତ୍ତର।

author-image
Chinmayee Sahoo
Chat-With-God

Chat-With-God Photograph: (OTV)

ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱାସର ଏହି ନୂଆ ଯୁଗରେ, ଲୋକମାନେ ଏବେ ଈଶ୍ୱରଙ୍କ ସହ ଯୋଗାଯୋଗ କରିବା ପାଇଁ AI ବ୍ୟବହାର କରୁଛନ୍ତି। ଭାରତ ସମେତ ବିଶ୍ୱର ଅନେକ ଦେଶର ଶ୍ରଦ୍ଧାଳୁମାନେ ଏବେ ଧାର୍ମିକ ଶିକ୍ଷା ଏବଂ ପବିତ୍ର ଗ୍ରନ୍ଥ ଉପରେ ଆଧାରିତ ସ୍ୱତନ୍ତ୍ର ଚାଟ୍‌ବଟ୍ ବ୍ୟବହାର କରୁଛନ୍ତି। 
ପୂର୍ବରୁ ଲଞ୍ଚ ହୋଇଥିବା Text With Jesus ଆପ୍ ୟୁଜରମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ସହ ଚାଟ୍ କରିବାର ସୁଯୋଗ ଦିଏ। ସେହିପରି ‘QuranGPT’ ଇସଲାମିକ୍ ଶିକ୍ଷା ଉପରେ ଆଧାରିତ ଏକ ପ୍ରଶ୍ନ-ଉତ୍ତରର ପ୍ଲାଟଫର୍ମ।
ଭାରତରେ ମଧ୍ୟ "GitaGPT" ଭଳି ଚାଟବଟ୍ ସୃଷ୍ଟି ହୋଇଛି, ଯାହା ୟୁଜରମାନଙ୍କୁ କୃଷ୍ଣ, ଶିବ ଏବଂ ଅନ୍ୟାନ୍ୟ ଦେବୀ ଦେବତାଙ୍କ ଶିକ୍ଷା ସହିତ କଥାବାର୍ତ୍ତା ହେବାର ସୁଯୋଗ ଦିଏ। ଏହି "GitaGPT"କୁ  ରାଜସ୍ଥାନର ଜଣେ ଯୁବକ ଡେଭେଲପ୍ କରିଛନ୍ତି। ଏହା ଭଗବଦ୍ ଗୀତାର ୭୦୦ଟି ପବିତ୍ର ଶ୍ଳୋକ ଉପରେ ଆଧାରିତ ଏକ AI ଚାଟ୍‌ବଟ୍ ଏବଂ ଭଗବାନ କୃଷ୍ଣଙ୍କ ପରି ପ୍ରତିକ୍ରିୟା ଦେବା ନେଇ ଏହାକୁ ଡିଜାଇନ୍ କରାଯାଇଛି। ଏହାକୁ ନିଜ ସମସ୍ୟାକୁ ନେଇ ପ୍ରଶ୍ନ କଲେ ଯେଉଁ ଉତ୍ତର ଆସିବ, ଲାଗିବ ସତେ ଯେପରି ଆପଣ ସ୍ୱୟଂ ଭଗବାନ କୃଷ୍ଣଙ୍କ ସହିତ କଥା ହେଉଛନ୍ତି।
ଏବେ, ପ୍ରମୁଖ ଆଧ୍ୟାତ୍ମିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ପ୍ରଯୁକ୍ତିବିଦ୍ୟା ଆଡକୁ ମୁହାଁଇଛନ୍ତି। ଈଶା ଫାଉଣ୍ଡେସନ “Miracle of Mind” ନାମକ ଏକ ଆପ୍ ଲଞ୍ଚ କରିଛି, ଯେଉଁଥିରେ ଧ୍ୟାନ ଏବଂ ଆଧ୍ୟାତ୍ମିକ ଚେତନାର ମାର୍ଗଦର୍ଶନ ରହିଛି। ଫାଉଣ୍ଡେସନ କହିଛି ଯେ ଏହାର ଉଦ୍ଦେଶ୍ୟ ହେଉଛି "ପ୍ରାଚୀନ ଜ୍ଞାନକୁ ଆଧୁନିକ ଉପାୟରେ" ଲୋକଙ୍କ ପାଖରେ ପହଞ୍ଚାଇବା।
୨୦୨୫ ମହାକୁମ୍ଭ ମେଳାରେ AI ମଧ୍ୟ ଇତିହାସ ରଚିଥିଲା। Digital Mahakumbh Experience Centre ଭର୍ଚୁଆଲ୍ ରିଏଲିଟି ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ଏକ ଆଧ୍ୟାତ୍ମିକ ଅନୁଭୂତି ଦେଇଥିଲା। କିଛି ଭକ୍ତ ଭିଡିଓ କଲ୍ ମାଧ୍ୟମରେ ଡିଜିଟାଲ୍ ସ୍ନାନ ମଧ୍ୟ କରିଥିଲେ। ତେବେ ସେ GitaGPT ହେଉ କି Miracle of Mind, ଏହି ପଦକ୍ଷେପଗୁଡ଼ିକ ଦର୍ଶାଉଛି ଯେ ଭବିଷ୍ୟତର ଆସ୍ଥା ଡିଜିଟାଲ୍ ହିଁ ହେବ।

Advertisment

ଅଧିକ ଦେଖନ୍ତୁ:

Technology
Advertisment
Related Articles
Advertisment