/odishatv-khabar/media/media_files/2025/10/25/suicide-2025-10-25-10-58-11.jpg)
Suicide Photograph: (OTV)
ସମ୍ବଲପୁର ଚିପିଲିମା ପାୱାର ଚ୍ୟାନେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବଲାଙ୍ଗିରର ସୌରଭ ସମ୍ବିତ । ଭିମସାର ବଡ଼ ଡାକ୍ତରଖାନାକୁ ମାଆଙ୍କୁ ଚିକିତ୍ସା ପାଇଁ ନେଇ ଆସିଥିବା ସୌରଭ ଗତ ଦୁଇ ଦିନ ହେଲା ନିଖୋଜ ଥିଲେ । ତାଙ୍କ ମାଆ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ମାଆଙ୍କ ଅବସ୍ଥା ଦେଖି ଭାଙ୍ଗି ପଡ଼ିଥିଲେ ସୌରଭ ।
ଗତ ବୁଧବାର ରାତିରେ ସେ ଡାକ୍ତରଖାନାରୁ କୁଆଡ଼େ ପଳାଇଥିଲେ । ପରେ ମାଆଙ୍କ ପାଖକୁ ଏକ ଭାବବିହ୍ବଳ ମୋବାଇଲ ମେସେଜ୍ ପଠାଇଥିଲେ । ନିଜେ ଜୀବନ ହାରିବାକୁ ଯାଉଥିବା କଥା ଉଲ୍ଲେଖ କରିଥିଲେ ସୌରଭ । ମେସେଜ ଅନୁସାରେ ବୁର୍ଲା ପୋଲିସ ଓ ଦମକଳ ବାହିନୀ ଖୋଜାଖୋଜି କରି ତାଙ୍କ ମୃତଦେହ କରିଛନ୍ତି ।
ତେବେ କାହିଁକି କେଉଁ ପରିସ୍ଥିତିରେ ପଡ଼ି ସୌରଭ ଏଭଳି ଚରମ ନିଷ୍ପତ୍ତି ନେଲେ ତାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
ଅଧିକ ଦେଖନ୍ତୁ:
• ଚିପିଲିମା ପାୱାର ଚ୍ୟାନେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
• ମୃତକ ହେଲେ ବଲାଙ୍ଗିରର ସୌରଭ ସମ୍ବିତ
• ଭିମସାର ବଡ଼ ଡାକ୍ତରଖାନାକୁ ମାଆଙ୍କୁ ଚିକିତ୍ସା ପାଇଁ ଆଣିଥିଲେ ସୌରଭ
• ଗତ ଦୁଇଦିନ ହେଲା ନିଖୋଜ ଥିଲେ ସୌରଭ
• ମାଆଙ୍କ ପାଖକୁ ପଠାଇଥିଲେ ଭାବବିହ୍ବଳ ମେସେଜ୍
• ନିଜେ ଜୀବନ ହାରିବାକୁ ଯାଉଥିବା ମେସେଜରେ ଉଲ୍ଲେଖ କରିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)