Advertisment

Cuttack Zero Night: ବଲିଉଡ ନାଇଟ୍‌ ସହ ବିଦେଶୀ ଡ୍ୟାନସରଙ୍କ ଶୋ' ରେ କମ୍ପିବ କ୍ଲବ

କଟକର ବିଭିନ୍ନ କ୍ଲବ ଓ ହୋଟେଲଗୁଡିକରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବଲିଉଡ ନାଇଟ୍‌ ସହ ବିଦେଶୀ ଡ୍ୟାନସରଙ୍କ ଶୋ' ରେ କମ୍ପିବ ବିଭିନ୍ନ କ୍ଲବ। କଟକର ପ୍ରମୁଖ ୟୁନିଅନ କ୍ଲବ, କଟକ କ୍ଲବ, ଓସିଏ କ୍ଲବରେ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

author-image
Pramod Behera
Cuttack Zero Night

ବଲିଉଡ ନାଇଟ୍‌ ସହ ବିଦେଶୀ ଡ୍ୟାନସରଙ୍କ ଶୋ' ରେ କମ୍ପିବ କ୍ଲବ Photograph: (OTV)

ଆଉ ଗୋଟିଏ ଦିନ ପରେ ନୂଆବର୍ଷ। ୨୦୨୫ କୁ ବିଦାୟ ଦେଇ ନୂଆବର୍ଷ ୨୦୨୬କୁ ସ୍ୱାଗତ କରିବେ ସମସ୍ତେ। ଏଥିପାଇଁ କଟକର ବିଭିନ୍ନ କ୍ଲବ ଓ ହୋଟେଲଗୁଡିକରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବଲିଉଡ ନାଇଟ୍‌ ସହ ବିଦେଶୀ ଡ୍ୟାନସରଙ୍କ ଶୋ' ରେ କମ୍ପିବ ବିଭିନ୍ନ କ୍ଲବ। କଟକର ପ୍ରମୁଖ ୟୁନିଅନ କ୍ଲବ, କଟକ  କ୍ଲବ, ଓସିଏ କ୍ଲବରେ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। 

Advertisment


ଚଳିତ ବର୍ଷ ୟୁନିଅନ କ୍ଲବରେ ରସିଆନ ଏରିଏଲ ଡାନ୍ସ ସହ ବଲିଉଡ୍‌ ସିଙ୍ଗର ଓ ତା’ ସହ ଫେମସ ଲୟାତ୍ମିକା ଡିଜେରେ ମତୁଆଲା ହେବେ ଦର୍ଶକ। ସେହିପରି ସହରର ସର୍ବ ପୁରାତନ କଟକ କ୍ଲବରେ ମଧ୍ୟ ଜିରୋ ନାଇଟ୍‌ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଜିରୋ ନାଇଟ ପାଇଁ ବଲିଉଡ କଳାକାର ବିଶ୍ୱଙ୍କ ସହ ବିଦେଶୀ କଳାକାରଙ୍କ ବେଲି ଡାନ୍ସ ଓ ଓସିଏ କ୍ଲବରେ ବଲିଉଡ ସିଙ୍ଗର ମଧୁବନ୍ତି ଓ ରଞ୍ଜିନି ସେନଗୁପ୍ତଙ୍କ ସହ ମହାରାଷ୍ଟ୍ର ଢୋଲ ଗ୍ରୁପ ଓ ସମ୍ବଲପୁରୀ ଦୁଲଦୁଲି ଶୋ’ରେ କମ୍ପିବ କ୍ଲବ। 


କେବଳ କ୍ଲବ ନୁହେଁ ବରଂ ସହରରେ ଥିବା ବିଭିନ୍ନ ହୋଟେଲଗୁଡିକରେ ବି ଚାଲିଛି ବ୍ୟାପକ ପ୍ରସ୍ତୁତି। ସେପଟେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କୁହାଯାଇଛି। 

Advertisment
Dance Zero Night New Year Cuttack
Advertisment
Advertisment