Advertisment

Zero Night Alert: ‘ରାତି ୧୨ଟା ପରେ ମ୍ୟୁଜିକ୍ ମନା, ମଦ୍ୟପାନ କରି ଗାଡି ଚଳାଇଲେ ଜେଲ ଯିବେ’

ଜିରୋ ନାଇଟ ପାଇଁ ଟ୍ବିନ ସିଟିରେ କଟକଣା। ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ରାତି ୧୨ଟା ପରେ ମ୍ୟୁଜିକ୍ ମନା। ହୋଟେଲ, ବାର୍, ପବରେ ରାତି ୧୨ ପରେ କାର୍ଯ୍ୟକ୍ରମ ବନ୍ଦ।

author-image
Sujit kumar Swain
Zero Night Alert

Zero Night Alert Photograph: (OTV)

ଜିରୋ ନାଇଟ ପାଇଁ ଟ୍ବିନ ସିଟିରେ କଟକଣା। ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ରାତି ୧୨ଟା ପରେ ମ୍ୟୁଜିକ୍ ମନା। ଟ୍ବିନ ସିଟି ସୁରକ୍ଷା ପାଇଁ ୧୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ। ୨୯ଟି ସ୍ଥାନରେ ପୋଲିସର କଡା ନଜର ରହିବ, ୫ଟି କ୍ବିକ୍ ରିଆକସନ୍ ଟିମ ସଜାଗ ରହିବେ। ସମସ୍ତ ଥାନା ଅଞ୍ଚଳରେ ସେହି ଥାନା ଅଧିକାରୀ ଏକ ପାଟ୍ରୋଲିଂ ଟିମ୍ ବ୍ୟବସ୍ଥା କରିବେ। ମଦ୍ୟପାନ କରି ଘରକୁ ଫେରିବା ପାଇଁ ପ୍ଲାନିଂ ଥିଲେ ସାଙ୍ଗରେ ଡ୍ରାଇଭର୍ ଧରି ଆସନ୍ତୁ ବୋଲି କହିଛନ୍ତି ପୋଲିସ କମିଶନର।  ମଦ୍ୟପାନ କରି ଗାଡି ଚଳାଉଥିଲେ ଗାଡି ଜବତ ସହ ଡ୍ରାଇଭର୍ ଜେଲ ଯିବେ। ରାଜଧାନୀରେ ୧୮ ଟି ସ୍ଥାନରେ ନାକାବନ୍ଦୀ ରହିବ । ହୋଟେଲ, ବାର, ପବରେ ୧୨ ପରେ କାର୍ଯ୍ୟକ୍ରମ ବନ୍ଦ।

Advertisment

Zero Night Celebration Zero Night
Advertisment
Related Articles
Advertisment