ଯୋଗ କରିବା ଦ୍ୱାରା ଶାରୀରିକ ସମନ୍ୱୟ ଏବଂ ଏକାଗ୍ରତା ଠିକ୍ ରହିଥାଏ। ବୃକ୍ଷାସନ ଏପରି ଏକ ଅତ୍ୟନ୍ତ ଉପକାରୀ ଆସନ, ଯାହା ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ।
ଆଲ୍ଝିମର ପରି ସମସ୍ୟା ସାଧାରଣତଃ ୭୦ବର୍ଷ ବୟସ ପରେ ହୋଇଥାଏ, କିନ୍ତୁ ଖରାପ ଜୀବନଶୈଳୀ ହେତୁ ଗତ କିଛି ବର୍ଷ ମଧ୍ୟରେ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ଆପଣ ଜଦି ଏହି ସମସ୍ୟାରେ ପିଡିତ ତେବେ କରନ୍ତୁ ଏମିତି, ମିଳିବ ମୁକ୍ତି।
ବସିବା ଜୀବନଶୈଳୀ ହେତୁ ଲୋକଙ୍କ ଅଣ୍ଟା, ପିଠି ଯନ୍ତ୍ରଣାରୁ ନେଇ ସର୍ଭାଇକଲ୍ ଏବଂ ଫ୍ରୋଜେନ୍ ସୋଲ୍ଡର ଭଳି ସମସ୍ୟା ଦେଖାଯାଉଛି। ଯେଉଁମାନେ ଏଭଳି ସମସ୍ୟାରେ ପିଡିତ ସେମାନଙ୍କ ଏକମାତ୍ର ସମାଧାନର ବାଟ ହେଉଛି ଯୋଗ। ତେବେ ଆସନ୍ତୁ ଜାଣିନେବା ଏହି ସମସ୍ୟାରୁ ମୁକ୍ତି ପାଇଁ କେଉଁ ସବୁ ଯୋଗାସନ କରିବାର ଅଛି।
ସଠିକ୍ ଉପାୟରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ଏହାର ଭୁଲ ଅନେକ କୁପ୍ରଭାବ ମଧ୍ୟ ଆଣିପାରେ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବାବେଳେ କେଉଁ ତ୍ରୁଟିରୁ ଦୂରେଇ ରହିବା ଉଚିତ।
ଭ୍ରାମରୀ ପ୍ରାଣାୟାମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଶ୍ୱାସକୁ ସ୍ଥିର ରଖିବାବେଳେ ମନକୁ ଶାନ୍ତ ରଖିବାରେ ଏହି ପ୍ରାଣାୟାମ ବହୁତ ଉପକାରୀ। ଏହାକୁ ଅଭ୍ୟାସ କରିବାର ଦ୍ୱାରା ସୁଖ ନିଦ୍ରା ମଧ୍ୟ ହୋଇଥାଏ। ଏହି ପ୍ରାଣାୟାମ ଚାପ, କ୍ରୋଧ ଏବଂ ଚିନ୍ତା ମଧ୍ୟ ଦୂର କରେ। ଆସନ୍ତୁ ଜାଣିବା ଏହାର ପଦ୍ଧତି।
ଯୋଗ ଶରୀରର ଓଜନ ହ୍ରାସ ଠାରୁ ଆରମ୍ଭ କରି ଋତୁସ୍ରାବ ଯନ୍ତ୍ରଣା ହ୍ରାସ କରିବା, ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଯଦି ଜଣେ ଯୋଗାସନକୁ ନିଜର ଦିନ ଆରମ୍ଭ କରେ ତେବେ ଦିନସାରା ଶକ୍ତିଶାଳୀ ରହିବା ସହ ଚଳଚଞ୍ଚଳ ରହିଥାଏ।
ନଟରାଜସନ ଏମିତି ଏକ ଯୋଗ ଅଭ୍ୟାସ ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧି ହେବା ସହ ଓଜନ ହ୍ରାସ ହୁଏ। ବାହୁ, ଜଙ୍ଘ, ଗୋଡ, ଅଣ୍ଟା ଓ ପେଟ ସମେତ ସମଗ୍ର ଶରୀର ପାଇଁ ଏହା ଅତ୍ୟନ୍ତ ଉପକାରୀ।
ବେକ ଯନ୍ତ୍ରଣାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଏପରି ହେଲେ ଏହା ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। କିଛି ଲୋକଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ବଢି ପିଠି ଏବଂ କାନ୍ଧରେ ପହଞ୍ଚିଯାଏ। ତେବେ ଆସନ୍ତୁ ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଆସନ ଦରକାର ସେ ବିଷୟରେ ଜାଣିନେବା।
ଲିଭର୍ର ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ପୁଷ୍ଟିକର ଖାଦ୍ୟ ସହିତ, ଏହାକୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ କରିବା ମଧ୍ୟ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହାକୁ ସୁସ୍ଥ ରଖିବାକୁ କେଉଁ ଯୋଗ କରିବା ଜରୁରୀ।
ପିଲାମାନଙ୍କୁ ଯୋଗାସନ ଅଭ୍ୟାସ କରି ସେମାନଙ୍କୁ ଅନେକ ସମସ୍ୟାରୁ ରକ୍ଷା କରାଯାଇପାରିବ ଏବଂ ଶାରୀରିକ ଓ ମାନସିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ। ପିଲାମାନଙ୍କୁ ସ୍ଥିର କରିବା, ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା, ସ୍ମୃତି ଶକ୍ତି ବଜାୟ ରଖିବା ନେଇ ଯୋଗକୁ ବହୁତ ଉପକାରୀ।
ଯୋଗାସନ ମଧ୍ୟରେ ସୁଖାସନ ଏପରି ଏକ ଅଭ୍ୟାସ ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ। ଏହା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଉଭୟ ଶରୀର ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିବା ସହିତ ଅନେକ ରୋଗର ଲକ୍ଷଣକୁ ହ୍ରାସ କରିଥାଏ।
ଯୋଗାସନ କେବଳ ଆମକୁ ସକ୍ରିୟ କରେ ନାହିଁ ବରଂ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ। ଏହା ସହିତ ଶରୀରରୁ ଅନେକ ପ୍ରକାରର ଯନ୍ତ୍ରଣା ଏବଂ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ମାଂସପେଶୀର କଠିନତାକୁ ଦୂର କରିବାରେ ବିଭିନ୍ନ ପ୍ରକାରର ଆସନର ଧ୍ୟାନପୂର୍ବକ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ।
ଅନୁଲମ୍-ବିଲୋମ୍ ପ୍ରାଣାୟାମ ହେଉଛି ଶ୍ୱାସ ନେବା ଓ ଛାଡିବାର ଏକ ପ୍ରକ୍ରିୟା, ଯାହା ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ। ଏହି ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ଚାପ, ଉଦାସୀନତା ଓ ଚିନ୍ତାଜନିତ ରୋଗ ହ୍ରାସ ହେବା ସହିତ ହୃଦୟ, ଫୁସ୍ଫୁସ୍ ଓ ଶରୀରର ଅନ୍ୟ ଅଙ୍ଗକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ।
ଶାରୀରିକ ସ୍ୱାସ୍ଥ୍ୟକୁ ଠିକ ରଖିବା ନେଇ ଅନେକ ପ୍ରକାରର ଯୋଗାସନର ବିଶେଷତ୍ୱ ରହିଛି। ପ୍ରତିଦିନ ଅଭ୍ୟାସ କରି ଆପଣ ନିଜ ସ୍ୱାସ୍ଥ୍ୟକୁ ଫିଟ୍ ରଖିପାରିବେ। ସେ ସବୁ ଆସନ ଭିତରେ ଚକ୍ରସନ ଗୋଟିଏ ଏମିତି ଆସନ ଯାହା ଶରୀରକୁ ଅନେକ ଲାଭ ଦେଇଥାଏ।
ଅନେକ ରୋଗର ଆଶଙ୍କା ହ୍ରାସ କରିବା ସହିତ ଶରୀରର ଶକ୍ତି ବୃଦ୍ଧି, ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦେବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ସର୍ବାଙ୍ଗାସନ ଏମିତି ଏକ ଆସନ ଯାହା ଶରୀରରେ ସକରାତ୍ମକ ଶକ୍ତିକୁ ବଢେଇବା ସହିତ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।
ଶରୀରକୁ ମଜବୁତ କରିବା ସହ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ନେଇ ବଜ୍ରାସନ ଏକ ଲାଭଦାୟକ ଅଭ୍ୟାସ। ତେବେ ଆସନ୍ତୁ ଏହାକୁ କିପରି କରାଯାଏ, ଏହା କରିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ଓ ଏହି ଆସନକୁ କେଉଁମାନେ ନ କରିବେ ଜାଣିନେବା।
ଲୋକଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଲୋକଙ୍କ ଶରୀରରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ବଢିଯାଇଛି। ଯଦି ଆପଣ ଦୀର୍ଘ ସମୟ ଧରି କାମ କରୁଛନ୍ତି, ତେବେ ଆପଣ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗିପାରନ୍ତି। ଏହିସବୁ ଯୋଗ ଆପଣଙ୍କୁ ମୁକ୍ତି ଦେବ।
ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଖାଦ୍ୟ ସହିତ ଦୈନନ୍ଦିନ ଜୀବନରେ କିଛି ଯୋଗାସନ ଅନ୍ତର୍ଭୁକ୍ତ କରିବା ମଧ୍ୟ ବହୁତ ଲାଭଦାୟକ ହୋଇପାରେ।
ଲୋକମାନେ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ହାତ – ଗୋଡ ମସାଜ୍ କରନ୍ତି। ମସାଜ୍ ଯନ୍ତ୍ରଣାକୁ ସାଙ୍ଗେ ସାଙ୍ଗେ ଆରାମ ଦେଇଥାଏ ସତ କିନ୍ତୁ ଏହା ଦୀର୍ଘ ସମୟ ପାଇଁ ନୁହେଁ। ତେଣୁ ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା ଭାବରେ ଲାଭଦାୟକ।
ପିଲାମାନଙ୍କ ପରୀକ୍ଷା ସମୟ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଅନେକ ପିଲା ହୁଏତ ଚାପରେ ଥିଲେ। କିନ୍ତୁ ସବୁ ଅସୁବିଧା ସତ୍ତ୍ୱେ ପିଲାଙ୍କ ଭବିଷ୍ୟତ ନଷ୍ଟ ନ ହେବା ଜରୁରୀ। ଏଠାରେ କେତେକ ଆସନର ତାଲିକା ଦିଆଗଲା। ଏହାକୁ କରିଲେ ସବୁ ସମସ୍ୟା ଦୂର ହୋଇଯିବ।
ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଅନେକ ଶାରୀରିକ ସମସ୍ୟାର କାରଣ ହେଉଛି। ଅତି କମ ବୟସର ଲୋକେ ବି ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିଭିନ୍ନ ଔଷଧ ସେବନ ଦ୍ୱାରା ବି ସେଭଳି ଫଳ ମିଳୁନି। ଲୋକେ ଧୀରେ ଧୀରେ ଯୋଗ ଆଡକୁ ମନ ବଳେଇଲେଣି। ଏହା ହିଁ ଏକମାତ୍ରା ଉପାୟ ଯାହା ଏକ ରୋଗମୁକ୍ତ ଜୀବନ ଦେଇପାରିବ।
ଆଜିର ଦୌଡମୟ ଜୀବନରେ ସମସ୍ତେ ପ୍ରାୟ ନିଜ ନିଜ କାମକୁ ନେଇ ବ୍ୟସ୍ତ। ଏନେଇ ନା କେହି ଠିକ୍ ସମୟରେ ଖାଉଛନ୍ତି ନା କେହି ଠିକ ସମୟରେ ଶୋଉଛନ୍ତି। ଫଳରେ ଏ ସବୁର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି। ଏସିଡିଟି ହେଉଛି ସେହିଭଳି ଏକ ସମସ୍ୟା। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାରେ ପୀଡିତ। ଏହାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଭବିଷ୍ୟତରେ ବହୁ ବଡ ସମସ୍ୟା ତିଆରି କରିପାରେ। ଭାରତୀୟ ପୁରାତନ ପରମ୍ପରାରେ ଏମିତି କିଛି ଯୋଗାସନ ରହିଛି ଯାହାକୁ ଆପଣ ଦୈନିକ ଜୀବନରେ ବ୍ୟବହାର କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।