୨୦୨୪ ବର୍ଷର ଶେଷ ମାସ ଚାଲିଛି। ଏହି ବର୍ଷ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅନେକ ମିଠା ମୁହୂର୍ତ୍ତ ଆଣିଥିବାବେଳେ ସିନେମା ଶିଳ୍ପ ମଧ୍ୟ ଅନେକ ତିକ୍ତ ସ୍ମୃତିରେ ପରିପୂର୍ଣ୍ଣ ଥିଲା। ଏହି ବର୍ଷ ଅନେକ ତାରକା ବିବାହ କରି ଘର ବସାଇଥିବା ବେଳେ, ଅନେକ ତାରକାଙ୍କ ଘର ମଧ୍ୟ ଭାଙ୍ଗିଛି।
ଅନେକ ସେଲିବ୍ରିଟିଙ୍କ ପାଇଁ ଚଳିତ ବର୍ଷ ଅଭିଶାପ ପାଲଟିଛି। ସେମାନଙ୍କ ଛାଡପତ୍ର ହୋଇଛି। ଏହି ତାରକାଙ୍କ ତାଲିକାରେ ଅନେକ ନାଁ ଥିବା ବେଳେ କେତେକଙ୍କ ଛାଡପତ୍ର ସେମାନଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି। ଛାଡପତ୍ର ନେଇଥିବା ସେଲିବ୍ରେଟିଙ୍କ ତାଲିକାରେ ଏଆର୍ ରହମାନ-ସାଇରା ବାନୁ, ଧନୁଷ-ଐଶ୍ୱର୍ଯ୍ୟା ଏବଂ ଆହୁରି ଅନେକ ନା ସାମିଲ ଅଛି। ଆସନ୍ତୁ ଜାଣିବା…
Also Read
ଅଧିକ ପଢ଼ନ୍ତୁ: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ
ନତାଶା-ହାର୍ଦ୍ଦିକ ପାଣ୍ଡ୍ୟା:

ନତାଶା ଷ୍ଟେନ୍କୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ଖୁବ୍ କମ ଦିନରେ ହୋଇଛି। ସେମାନଙ୍କ ଛାଡପତ୍ର ଘୋଷଣା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଏହାକୁ ନେଇ ସମସ୍ତେ ମଧ୍ୟ ଭାବିବାକୁ ବାଧ୍ୟ ହୋଇଥିଲେ। ସେମାନେ ଚଳିତ ବର୍ଷ ଜୁଲାଇରେ ଛାଡପତ୍ର ଘୋଷଣା କରିଥିଲେ। ଚାରି ବର୍ଷ ଏକାଠି ରହିବା ପରେ ହାର୍ଦ୍ଦିକ ଏବଂ ନତାଶା ଅଲଗା ହୋଇଛନ୍ତି। ଉଭୟଙ୍କର ଏକ ପୁଅ ଅଛି, ଯାହାର ନାମ ଅଗସ୍ତ୍ୟ।
ଈଶା ଦେଓଲ-ଭରତ ତଖତାନି:

ଈଶା ଦେଓଲ ଓ ଭରତ ତଖତାନି ଏକାଠି ଏକ ବିବୃତ୍ତି ଜାରି କରି ସେମାନଙ୍କ ଅଲଗା ହେବାର ବିଷୟରେ ସୂଚନା ଦେଇଥିଲେ। ସେମାନେ ଏକ ପୋଷ୍ଟ ଶେୟାର କରି କହିଥିଲେ, “ଆମେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମ ଜୀବନରେ ଏହି ପରିବର୍ତ୍ତନ ହେତୁ, ଆମେ ଆମ ଝିଅମାନଙ୍କ ଉପରେ ଏହାର ପ୍ରଭାବ ପକାଇବାକୁ ଦେବୁ ନାହିଁ।”
ଅଧିକ ପଢ଼ନ୍ତୁ: ୨୦୨୪ରେ ଲୋକେ ସବୁଠାରୁ ଅଧିକ ଆପଣେଇ ଥିବା ୫ଟି ଘରୋଇ ଉପଚାର
ଏଆର୍ ରହମାନ-ସାଇରା ବାନୁ:

ଚଳିତ ବର୍ଷ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖବର ହେଉଛି ଏଆର୍ ରହମାନ-ସାଇରା ବାନୁଙ୍କ ଅଲଗା ହେବାର ଖବର। ଏଆର୍ ରହମାନ ବିବାହର ୨୯ ବର୍ଷ ପରେ ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଲେ। ରହମାନ ଏବଂ ସାଇରା ବାନୁ ୧୯୯୫ରେ ବିବାହ କରିଥିଲେ। ସେମାନଙ୍କର ତିନି ସନ୍ତାନ ଖତିଜା, ରହୀମା ଏବଂ ଆମିନ ଅଛନ୍ତି।
ଜୟମ ରବି-ଆରତୀ:

ଚଳିତ ବର୍ଷ ଛାଡପତ୍ର ହୋଇଥିବା ତାରକା ତାଲିକାରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍ଷ୍ଟାର୍ ଜୟମ ରବି ଏବଂ ଆରତୀ ମଧ୍ୟ ଅନ୍ତର୍ଭୁକ୍ତ। ୨୦୦୯ ମସିହାରେ ଜୟମ ରବି ଏବଂ ଆରତୀ ବିବାହ କରିଥିଲେ। ବିବାହର ୨୫ ବର୍ଷ ପରେ, ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେପ୍ଟେମ୍ବର ୨୦୨୪ରେ ସେମାନେ ଛାଡପତ୍ର ଘୋଷଣା କରିଥିଲେ।
ଧନୁଷ-ଐଶ୍ୱର୍ଯ୍ୟା:

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର 'ଥଲାଇଭା' ରଜନୀକାନ୍ତଙ୍କ ଝିଅଙ୍କର ମଧ୍ୟ ଚଳିତ ବର୍ଷ ଛାଡପତ୍ର ହୋଇଛି। ଅଭିନେତା ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ୨୦୦୪ ମସିହାରେ ବିବାହ କରିଥିଲେ। ଦୁହେଁ ୨୦୨୨ ମସିହାରେ ଅଲଗା ହେବାକୁ ଘୋଷଣା କରିଥିଲେ। ୨୦୨୪ ମସିହାରେ, ଉଭୟ କୋର୍ଟରୁ ଛାଡପତ୍ର ପାଇଁ ଆନୁଷ୍ଠାନିକ ଭାବରେ ଅନୁମତି ପାଇଲେ।
ସାନିଆ ମିର୍ଜା-ଶୋଏବ ମଲିକ:

ଭାରତର ସବୁଠାରୁ ଲୋକପ୍ରିୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ସେ ଚଳିତ ବର୍ଷ ଜାନୁଆରୀରେ ଶୋଏବ ମଲିକଙ୍କଠାରୁ ଛାଡପତ୍ର ହୋଇଛନ୍ତି।
ଉର୍ମିଲା ମାତୋଣ୍ଡକର ଏବଂ ମୋହସିନ୍:

ଅଭିନୟ ପରେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏବଂ ତାଙ୍କ ପୂର୍ବତନ ସ୍ୱାମୀ ମୋହସିନ୍ ଅଖତର ମୀର୍ ମଧ୍ୟରେ ୨୦୨୪ରେ ଛାଡପତ୍ର ହୋଇଛି। ସେମାନେ ୮ ବର୍ଷ ପୂର୍ବେ ୨୦୧୬ରେ ମୁମ୍ବାଇରେ ବିବାହ କରିଥିଲେ।