କୋଲକାତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଏହାପରେ ଜାମିନରେ ସେ ଜେଲ୍ରୁ ମୁକୁଳି ଥିଲେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ଅକ୍ଟୋବରରେ ୨୪ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହୀରା ଦରଠୁ ବି ଅଧିକ ଦାମୀ ମାଛର ଦାମ୍ । ଗଭୀର ସମୁଦ୍ରରୁ ଧରା ହୋଇଛି ୩୫ ଲକ୍ଷର ମାଛ । ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ତେଲିଆ ମାଛଟି ଧରା ହୋଇଛି ।
ଓଡ଼ିଶାରେ ନିରାଡ଼ମ୍ବର ଭାବେ ବିନା ସାଜସଜ୍ଜା ଓ ସୁଉଚ୍ଚ ପ୍ରତିମାରେ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗ କିନ୍ତୁ ମହାମାୟାଙ୍କ ଆବାହନ ପାଇଁ ସଜେଇ ହେଲାଣି । କୋଲକାତାରେ ପୂର୍ବଭଳି ବିଶାଳ ଆକର୍ଷଣୀୟ ତୋରଣ, ସୁଉଚ୍ଚ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଇଲାଣି । ସହରର ପ୍ରସିଦ୍ଧ ଦମ୍ ଦମ୍ ପାର୍କରେ ଦଶହରା ପେଣ୍ଡାଲକୁ ନୂଆ ଢଙ୍ଗରେ ସଜାଯାଇଛି
ପଶ୍ଚିମବଙ୍ଗ ଭବାନୀପୁର ଆସନରୁ ବିପୁଳ ଭୋଟ୍ରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଜିତିଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।
ଫୋକସ୍ରେ ଭବାନୀପୁର । ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ଭବାନୀପୁର ବିଧାନସଭା ଆସନ ନେଇ ଭୋଟ୍ ଗଣନା ଚାଲିଛି । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ଲିଡ୍ରେ ଅଛନ୍ତି । ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଅଛନ୍ତି ମମତା ବାନାର୍ଜୀ ।
ଆଉ କିଛି ଦିନର ଅପେକ୍ଷା। ଧରାବତରଣ କରିବେ ମାଆ ଜଗତଜନନୀ ଦୁର୍ଗା। ଏଥିପାଇଁ ଏବେ ଚଳଚଞ୍ଚଳ କୋଲକାତା। ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି।
ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଓଡ଼ିଶା ସୀମାରେ ଆବାଧ ପ୍ରବେଶ କରିବାକୁ ଅହରହ ଚେଷ୍ଟା ଚଳାଇଥିବା ବେଳେ ସେପଟେ ପଶ୍ଚିମବଙ୍ଗ ମଧ୍ୟ ଆରମ୍ଭ କଲାଣି ଉତ୍ପାତ୍ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ପହଞ୍ଚିବା ରାସ୍ତା ସଫା ହୋଇଯାଇଛି । ପଶ୍ଚିମବଙ୍ଗର ଖାଲି ପଡ଼ିଥିବା ବିଧାନସଭା ଆସନ ମଧ୍ୟରୁ ତିନୋଟି ଏବଂ ଓଡିଶାରେ ଗୋଟିଏ ଆସନରୁ ସେପ୍ଟେମ୍ବର ୩୦ରେ ଉପ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ଭବାନୀପୁର, ଶମଶେରଗଞ୍ଜ, ଜଙ୍ଗିପୁର ସିଟରେ ଉପନିର୍ବାଚନ ହେବ । ସେହିପରି ଓଡ଼ିଶାର ପିପିଲି ସିଟରୁ ଉପନିର୍ବାଚନ କରାଯିବ ବୋଲି ଘୋଷଣା ହୋଇଛି ।
ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପ୍ରସ୍ତୁତି ପବ । ଏଥର ଦୂର୍ଗାପୂଜା ପଣ୍ଡାଲରେ ଲାଗିବ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ମୂର୍ତ୍ତି । କୋଲକାତାର ବାଗୁଇହାଟି ଅଞ୍ଚଳରେ ନଜରୁଲ ପାର୍କ ଉନ୍ନୟନ ସମିତି ଦେବୀ ଦୁର୍ଗାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୂର୍ତ୍ତି ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି
ପଶ୍ଚିମବଙ୍ଗରେ ରାଜନୈତିକ ପଟ୍ଟପରିବର୍ତ୍ତନର ଧାରା ଜାରି ରହିଛି । ଏହାରି ମଧ୍ୟରେ ବିଷ୍ଣୁପୁରରୁ ବିଜେପି ବିଧାୟକ ଥିବା ତନ୍ମୟ ଘୋଷ ବିଜେପି ଛାଡ଼ି ଏବେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଦଳ ଛାଡ଼ିବା ପରେ ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ତନ୍ମୟ । ସେ କହିଛନ୍ତି ବିଜେପି ପଶ୍ଚିମବଙ୍ଗରେ ପ୍ରତିଶୋଧ ପରାୟଣ ହୋଇ କାମ କରୁଛି ।
କଠିନ ପରିଶ୍ରମ କରି ରାଜନାଥ ଦତ୍ତ ମାତ୍ର ୩୦ ସେକେଣ୍ଡରେ ୫୮ ଟି ପୁଶଅପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପଞ୍ଜିକରଣ କରିଛନ୍ତି। ପିଲାଦିନରୁ ଜିମ୍ନାଷ୍ଟିକ୍ ପ୍ରତି ଆଗ୍ରହୀ ଥିବା ରାଜନାଥ ତାଙ୍କ ପିତାମାତାଙ୍କଠାରୁ ପ୍ରେରଣା ପାଇଥିଲେ, କାରଣ ରାଜନାଥଙ୍କ ପିତାମାତା ମଧ୍ୟ ଭଲ ଜିମ୍ନାଷ୍ଟିକ୍ ଖେଳାଳି ଥିଲେ।
ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
କିନ୍ତୁ ଏହି ଦୁଇଟି ଅଂଚଳ ଭାରତର ହୋଇଥିବାରୁ ଜୋର ଜବରଦସ୍ତ ପାକିସ୍ତାନରେ ମିଶାଇବାର ଚେଷ୍ଟା ବିଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଦୁଇଟି ସ୍ଥାନରୁ ଭାରତ ସହ ମିଶାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ। ତେଣୁ ଚାପଗ୍ରସ୍ତ ହୋଇ ଇଂରେଜମାନେ ଅଗଷ୍ଟ ୧୮ ତାରିଖରେ ସେହି ଦୁଇଟି ସ୍ଥାନକୁ ଭାରତ ସହ ମିଶାଇ ଦେଇଥିଲେ। ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି।
ଜାପାନର ରାଜଧାନୀ ଟୋକିଓ ଠାରୁ ୫,୧୨୬ କିଲୋମିଟର ଦୂରରେ ଥିବା ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରର କରକାଇ ଗାଁ ଅଲିମ୍ପିକ୍ସ ଆରମ୍ଭକୁ ଚାତକ ଭଳି ଚାହିଁ ରହିଛି । କାରଣ ଏହି ଗାଁର ଝିଅ ପ୍ରଣତୀ ନାୟକ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଜିମ୍ନାଷ୍ଟ ।
କୋଲକତା: ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ନୋଟିସ୍ ଜାରି କଲେ ନିର୍ବାଚନ ଆୟୋଗ। କହିଲେ, ୪୮ ଘଣ୍ଟାରେ ଜବାବ ଦିଅ। ମମତାଙ୍କ ଗଡ଼ କୁହଯାଉଥିବା ପଶ୍ଚିମବଙ୍ଗରେ ଏବେ ଖୋଦ୍ ମମତାଙ୍କ ସ୍ଥିତି ଟଳମଳ ହେଲାଣି। କିଏ ଯିବ କିଏ ହାରିବ, କାହାର ସରକାର ହେବ ସେନେଇ ଟିଏମସି ନେତା ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛି। ଗୋଟିଏ ପଟେ ମମତା ଛାତି ପିଟି ସରକାର ଗଠନ କରିବେ ବୋଲି ନିର୍ବଚନୀ ସଭା ମଞ୍ଚରେ କହୁଥିବା ବେଳେ ତାଙ୍କ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପଧ୍ୟାୟଙ୍କ କେନ୍ଦ୍ରୀୟ ଡେପୁଟେସନ ପ୍ରସଙ୍ଗକୁ ନେଇ ଉଗ୍ର ହୋଇଛି ବିବାଦ । ତାଙ୍କୁ ଏବେ ରାଜ୍ୟ ସରକାର ଛାଡି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି…
ଥମିବାରେ ନା ନେଉନାହିଁ ମୋଦି-ଦିଦି ବିବାଦ। ଦିନକୁ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍ ଜୋରସୋରରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି।