Advertisment

Lionel Messi India Tour Turns Ugly: ମେସି ଶୋ’ରେ ପ୍ରବଳ ହଙ୍ଗାମା, ରଣକ୍ଷେତ୍ର ପାଲଟିଲା ଷ୍ଟାଡିୟମ୍, ଅଧାବାଟରୁ ଫେରିଗଲେ ମମତା

ମେସିଙ୍କୁ ଦେଖିନପାରିବାରୁ ପ୍ରବଳ ଗଣ୍ଡଗୋଳ କରିଛନ୍ତି ଦର୍ଶକ। ରଣକ୍ଷେତ୍ର ପାଲଟିଛି ସଲ୍ଟ ଲେକ୍ ଷ୍ଟାଡିୟମ୍। ବ୍ୟାରିକେଡ୍ ଭାଙ୍ଗି ଷ୍ଟାଡିୟମ୍ ଭିତରକୁ ଧସେଇ ପଶିଛନ୍ତି ଦର୍ଶକ।

author-image
Chinmayee Sahoo
West Bengal

West Bengal Photograph: (OTV)

ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି ଷ୍ଟାର୍ ଫୁଟବଲ୍ ଖେଳାଳୀ ଲିଓନେଲ୍ ମେସି। ସଲ୍ଟ ଲେକ୍ ଷ୍ଟାଡିୟମରେ ଶ୍ରୀଭୂମି ସ୍ପୋଟିଂ କ୍ଲବ ପକ୍ଷରୁ ଏକ ୭୦ ଫୁଟିଆ ମେସୀଙ୍କ ଷ୍ଟ୍ୟାଚୁ ନିର୍ମାଣ କରାଯାଇଛି, ଯାହାକୁ ଉଦଘାଟନ କରିଛନ୍ତି ମେସି। ମେସିଙ୍କ ଗସ୍ତକୁ ନେଇ ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ଦେଖି ନପାରିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି।

Advertisment

ମେସି ଶୋ’ରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ମେସିଙ୍କୁ ଦେଖିନପାରିବାରୁ ପ୍ରବଳ ଗଣ୍ଡଗୋଳ କରିଛନ୍ତି ଦର୍ଶକ। ରଣକ୍ଷେତ୍ର ପାଲଟିଛି ଷ୍ଟାଡିୟମ୍। ବ୍ୟାରିକେଡ୍ ଭାଙ୍ଗି ଷ୍ଟାଡିୟମ୍ ଭିତରକୁ ଧସେଇ ପଶିଛନ୍ତି। ଷ୍ଟାଡିୟମ୍ ଭିତରକୁ ବୋତଲ ଓ ଚେୟାର ଫୋପାଡ଼ିଛନ୍ତି। ସେଲିବ୍ରେସନ୍ ପାଇଁ ଲାଗିଥିବା ଟେଣ୍ଟକୁ ମଧ୍ୟ ଓପାଡି ଦେଇଛନ୍ତି।

ନିରାଶ ହୋଇ ଫେରିଥିବା ଫ୍ୟାନ୍ସମାନେ କହିଛନ୍ତି, “ଲିଓନେଲ୍ ମାତ୍ର ୧୦ ମିନିଟ୍‌ ପାଇଁ ଆସିଥିଲେ। ସେହି ସମୟରେ ତାଙ୍କୁ ଘେରିଗଲେ ନେତା ଓ ମନ୍ତ୍ରୀ। ଯାହା ଫଳରେ ସାଧାରଣ ଧର୍ଶକଙ୍କୁ ଦେଖଇବାକୁ ସୁଯୋଗ ମିଳିଲାନି। ଆୟୋଜକ କହିଥିଲେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ ଆସିବେ। କିନ୍ତୁ ସେ ବି ଆସିଲେନି। ୧୨ ହଜାର ଟଙ୍କାର ଟିକେଟ୍‌ କଲୁ ଘଣ୍ଟା ଘଣ୍ଟା ଅପେକ୍ଷା କଲୁ, ଯାହା ବୃଥା ବୋଲି କହିଛନ୍ତି ଫ୍ୟାନ୍ସ। ସେପଟେ ଷ୍ଟାଡିୟମକୁ ଆସୁଥିବା ବେଳେ ଅଧାବାଟରୁ ଫେରି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ୍ ଲାଠି ଚାର୍ଜ କରିଛି।

Advertisment

•    ମେସି ଶୋ’ରେ ପ୍ରବଳ ହଙ୍ଗାମା 
•    ରଣକ୍ଷେତ୍ର ପାଲଟିଲା ଷ୍ଟାଡିୟମ୍
•    ଫ୍ୟାନ୍ ଭାଙ୍ଗିଲେ ଷ୍ଟାଡିୟମ୍ 
•    ସଲ୍ଟ ଲେକ୍ ଷ୍ଟାଡିୟମରେ ଭଙ୍ଗାରୁଜା 
•    ପଡ଼ିଆ ଭିତରକୁ ଧସେଇ ପଶିଲେ ଫ୍ୟାନ୍ 
•    ମେସିଙ୍କୁ ଦେଖିନପାରିବାରୁ ପ୍ରବଳ ଗଣ୍ଡଗୋଳ 
•    ଅଧା ବାଟରୁ ଫେରିଗଲେ ମମତା ବାନାର୍ଜୀ
•    ଚେୟାର ଭାଙ୍ଗିଲେ, ବୋତଲ ଫିଙ୍ଗିଲେ 

West Bengal Lionel Messi
Advertisment
Related Articles
Advertisment