Advertisment

West Bengal Politics: ଆଜିଠୁ S.I.R ଆରମ୍ଭ, ପଶ୍ଚିମବଙ୍ଗରେ ତୀବ୍ର ବିରୋଧ

ଆଜିଠୁ ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଏସଆଇଆର୍ ଆରମ୍ଭ ହେଉଥିବାବେଳେ ଏହାକୁ ନେଇ ସରଗରମ ରହିଛି ରାଜନୀତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଏହା ବିରୋଧରେ ଏକ ରାଲି କରିଥିବାବେଳେ ସପକ୍ଷରେ ଶୋଭାଯାତ୍ରା ବାହାର କରୁଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ।

author-image
Debadatta Aryashrestha
Special Intensive Revision

Special Intensive Revision in West Bengal Photograph: (OTV)

ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଏସଆଇଆର୍। ଏହାକୁ ନେଇ ପଶ୍ଚିମବଙ୍ଗରେ ସରଗରମ ରହିଛି ରାଜନୈତିକ ମାହୋଲ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀଙ୍କଠାରୁ ଆରମ୍ଭ କରି ଦଳର ନେତା ତଥା ମନ୍ତ୍ରୀ ଏସଆଇଆରକୁ ବିରୋଧ କରିଛନ୍ତି। ସେପଟେ ଆଜି କୋଲକାତାରେ ଏକ ବିରୋଧ ରାଲି କରିଛନ୍ତି ମମତା। ଅନ୍ୟପକ୍ଷରେ, ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରିବା ଦାବିରେ SIR ମାଧ୍ୟମରେ ଉତ୍ତର ୨୪ ପ୍ରଗନା ଜିଲ୍ଲାରେ ଏକ ଶୋଭାଯାତ୍ରା ବାହାର କରିବେ।

Advertisment

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନ ନିକଟରେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା SIRର ଦ୍ୱିତୀୟ ପର୍ଯ୍ୟାୟ କରାଯିବ। ପ୍ରଥମ ପର୍ଯ୍ୟାୟ ବିହାରରେ ଶେଷ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ବୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ SIR ଆରମ୍ଭ କରାଯାଇଛି। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୋଟ ୫୧ କୋଟି ଭୋଟର ଅଛନ୍ତି। SIRର ଦ୍ବିତୀୟ ପର୍ଯ୍ୟାୟ ଆଜିଠୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଡ୍ରାଫ୍ଟ ଭୋଟର ତାଲିକା ଡିସେମ୍ବର ୯ରେ ପ୍ରକାଶିତ ହେବ। ଚୂଡ଼ାନ୍ତ ଭୋଟର ତାଲିକା ଫେବୃଆରୀ ୭ରେ ପ୍ରକାଶ ପାଇବ। 

West Bengal odishatv Suvendu Adhikari Mamata Banerjee Bengal Politics
Advertisment
Related Articles
Advertisment