Advertisment

Accused Demonstrates the Sinister Crime at Spot: ଦୁର୍ଗାପୁର ପିଶାଚ ଦେଖାଇଲେ ଦୁଷର୍ମ ପାପର ଡେମୋ, କ୍ରାଇମ୍ ସ୍ପଟରେ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍

କଡ଼ା ସୁରକ୍ଷାରେ ୫ ଯୌନ ଜହ୍ଲାଦଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା ଦୁର୍ଗାପୁର ପୋଲିସ। ପ୍ରଥମେ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଅପରାଧର ଡେମୋ ଦେଖାଇଲେ। ପରେ ସମସ୍ତଙ୍କୁ ମୁହାଁମୁହିଁ ଜେରା ବି କରିଥିଲା ପୋଲିସ। ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା କ୍ରାଇମ ସିନ୍ ରିକ୍ରିଏସନ୍।

author-image
Tapan Swain
SUSPECT-DURGAPUR

SUSPECT-DURGAPUR Photograph: (OTV)

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ୍। ୫ ଯୌନ ଜହ୍ଲାଦଙ୍କୁ ସାଙ୍ଗରେ ନେଇ ସ୍ପଟରେ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ୧୦ ତାରିଖ ରାତିର ପାପକୁ ପୋଲିସ ଆଗରେ ଦେଖାଇଥିଲେ ଅଭିଯୁକ୍ତ। ଏମାନଙ୍କ ସହ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ବି ଘଟଣାସ୍ଥଳକୁ ନେଇ ତଥ୍ୟ ସାଉଁଟିଛି ପୋଲିସ। କାରଣ ପୁରୁଷ ବନ୍ଧୁଙ୍କ ଭୂମିକାକୁ ନେଇ ପୀଡ଼ିତାଙ୍କ ବାପା ପ୍ରଶ୍ନ ଉଠାଇବା ସହ ନାନା ଆଶଙ୍କା ବି କରୁଛନ୍ତି। ଅନ୍ୟପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମମତା ବାନାର୍ଜୀଙ୍କ ବୟାନ ପରେ ରାଜନୀତି ଜୋର ଧରିଛି। ...

Advertisment

ପିଶାଚ ଦେଖାଇଲେ ୧୦ ତାରିଖ ରାତିର ପାପ। କ୍ରାଇମସ୍ପଟରେ ଦୁର୍ଗାପୁର ଗଣଦୁଷ୍କର୍ମ ଜହ୍ଲାଦ। ଘଟଣାସ୍ଥଳରେ ଦେଖାଇଲେ ନିଜ କୁକର୍ମ, ପୋଲିସ ଆଗରେ ବଖାଣିଲେ ସେକାଳ ରାତିର କଳା କାହାଣୀ। କେଉଁଠୁ ପୀଡ଼ିତାଙ୍କୁ ଉଠାଇ ଆଣିଥିଲେ ? କେମିତି ଘୋଷାଡ଼ି ନେଇଥିଲେ ଜଙ୍ଗଲକୁ ? କଣ କଣ କରିଥିଲେ ? କେଉଁ ସ୍ଥାନରେ ଘଟାଇଥିଲେ ଜଘନ୍ୟ କାଣ୍ଡ ? ମଣିଷରୁ ରାକ୍ଷସ ପାଲଟି ଜଣେ ନିରୀହ ଡାକ୍ତରୀ ଛାତ୍ରୀଙ୍କ ଇଜ୍ଜତ ସହ ଖେଳ ଖେଳିଥିଲେ।

କ୍ରାଇମ ସ୍ପଟରେ ପୂରା ସିନ୍ ରିକ୍ରିଏସନ୍ ହୋଇଛି। କଡ଼ା ସୁରକ୍ଷାରେ ୫ ଯୌନ ଜହ୍ଲାଦଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା ଦୁର୍ଗାପୁର ପୋଲିସ। ପ୍ରଥମେ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଅପରାଧର ଡେମୋ ଦେଖାଇଲେ। ପରେ ସମସ୍ତଙ୍କୁ ମୁହାଁମୁହିଁ ଜେରା ବି କରିଥିଲା ପୋଲିସ। ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା କ୍ରାଇମ ସିନ୍ ରିକ୍ରିଏସନ୍। ପରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ସ୍ପଟକୁ ଆଣି ତନାଘନା ହୋଇଥିଲା। କେମିତି ଓ କେଉଁ ପରିସ୍ଥିତିରେ ସେଦିନ ୫ ସୈତାନ ଏତେବଡ଼ କାଣ୍ଡ ଘଟାଇଲେ ତାଙ୍କଠୁ ତଥ୍ୟ ନେଇଛି ପୋଲିସ। ସିନ୍ ରିକ୍ରିଏସନ୍ ବେଳେ ଦୁର୍ଗାପୁର ଡିସିପି ଉପସ୍ଥିତ ଥିଲେ। ସେ ଚାଲି ଚାଲି ମେଡିକାଲ କଲେଜରୁ ଆସିଥିଲେ କ୍ରାଇମ ସ୍ପଟକୁ। କଲେଜ ଓ ଘଟଣାସ୍ଥଳ ଭିତରେ ଦୂରତା ଓ ଆସିବା ସମୟର ଅନୁଧ୍ୟାନ କରିଥିଲେ। ...

Advertisment

 ଗଣଦୁଷ୍କର୍ମ ମାମଲାରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତକାଲି ଅଭିଯୁକ୍ତ ସେଖ୍ ନାସିରୁଦ୍ଦିନ ଓ ସେଖ୍ ରିଆଜୁଦ୍ଦିନକୁ ନେଇ ତାଙ୍କ ଗାଁକୁ ଯାଇଥିଲା ପୋଲିସ। ଘଟଣା ପରେ ଦୁଇ ଜଣ ଗାଁକୁ ପଳାଇଥିଲେ। ସେଦିନ ସେମାନେ ପିନ୍ଧିଥିବା ପୋଷାକ ଜବତ ହୋଇଛି। ରିମାଣ୍ଡରେ ନେଇ ୫ ଜଣଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରି ସତ ଉଗାରୁଛି ପୋଲିସ। କେତେବେଳେ ପୃଥକ ପୃଥକ ତ ପୁଣି କେତେବେଳେ ମୁହାଁମୁହିଁ ଜେରା। ଅଭିଯୁକ୍ତ ଦେଇଥିବା ବୟାନର ମେଳ ବି କରାଯାଉଛି। ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର କହିଛନ୍ତି ସବୁ ଦିଗରୁ ଚାଲିଛି ତଦନ୍ତ। ସେହିପରି ସେଠିକାର ପୋଲିସ ଓ ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ରହିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ। 

ତଦନ୍ତ ଭିତରେ ପୋଲିସ ସ୍କାନରରେ ବି ଅଛନ୍ତି ପୀଡ଼ିତାଙ୍କ ପୁରୁଷ ବନ୍ଧୁ। ତାଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇବା ସହ ନାନା ସନ୍ଦେହ କରୁଛନ୍ତି ପୀଡ଼ିତାଙ୍କ ବାପା। 
ଅପରାଧୀଙ୍କ ସହ ମିଶି ନଥିଲେ ତ ? କାରଣ ପୀଡ଼ିତାଙ୍କୁ ଖରାପ ଉଦ୍ଦେଶ୍ୟରେ ଟଣାଓଟରା କରିବା ବେଳେ ବଞ୍ଚାଇବାକୁ ନଆସି, ସେଠାରୁ ଚମ୍ପଟ ମାରିଥିଲେ ପୁରୁଷ ବନ୍ଧୁ ? ସାଙ୍ଗ ହୋଇ ସାଙ୍ଗକୁ କିଭଳି ନର ରାକ୍ଷସଙ୍କ ହାବୁଡ଼ରେ ଛାଡ଼ି ଛୁ ମାରିଲେ ? ଘଟଣା ବାବଦରେ କାହାକୁ କିଛି ଜଣାଇ ନଥିଲେ କାହିଁକି ?

ପୋଲିସକୁ କାହିଁକି ଖବର ଦେଇ ନଥିଲେ ? ଏମିତି ତମାମ ପ୍ରଶ୍ନ ଭିତରେ ପୁରୁଷ ବନ୍ଧୁଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଘଟଣାର ତଦନ୍ତ ସିବିଆଇକୁ ଦେବାକୁ କହିଛନ୍ତି ପୀଡ଼ିତାଙ୍କ ବାପା। 
ଦୁର୍ଗାପୁର ଘଟଣାରେ ମମତା ବାନାର୍ଜୀ ଓ ଟିଏମସି ସାଂସଦଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମମତାଙ୍କ ହାତରେ କ୍ଷମତା ନାହିଁ। TMC ସାଂସଦ ସୌଗତ ରାୟ ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ ତୁରନ୍ତ ଇସ୍ତଫା ଦିଅନ୍ତୁ।

ସେପଟେ ମେଡିକାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଗତକାଲି ତାଙ୍କ ସହ ଫୋନରେ କଥା ହୋଇ ଧୈର୍ଯ୍ୟ ଧରିବାକୁ କହିବା ସହ ସାହସ ଦେଇଥିଲେ ମୁଖ୍ୟମନ୍ତ୍ରୀ। ... 

West Bengal Gangrape Odia Girl
Advertisment
Related Articles
Advertisment