Advertisment

Modi’s Message Ups Pressure on Didi: ମୋଦିଙ୍କ ଆହ୍ବାନ ପରେ ବଢ଼ିଲା ଦିଦିଙ୍କ ଟେନସନ୍, ଦେଶରେ ଗେରୁଆ ଗେରୁଆ ହେଲାଣି ୨୦ ରାଜ୍ୟ

ବିହାର ବିଜୟ ସେଲିବ୍ରେସନ୍ ଷ୍ଟେଜରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଆହ୍ବାନ ପରେ ପଶ୍ଚିମବଙ୍ଗରେ ବଡ଼ ହଲଚଲ। ଫୁଲ୍ ଜୋସରେ ବିଜେପି ନେତା ଓ କର୍ମୀ। ଟେନସନରେ ଦିଦି। ବିହାରରେ ଏନଡିଏ ଦୋ ଶୋ ପାର କରିବା ପରେ ପଶ୍ଚିମବଙ୍ଗରେ ଦିଦିଙ୍କ ବସ୍ତାନୀ ବନ୍ଦ କରିବାକୁ ମହାଯୋଜନା ଆରମ୍ଭ ହୋଇଛି।

author-image
Tapan Swain
Bengal-Next-Target

Bengal-Next-Target Photograph: (OTV)

ବିହାରରେ ବମ୍ପର ବିଜୟ ପରେ ଏବେ ବେଙ୍ଗଲ ଉପରେ ବିଜେପିର ଆଖି। ୨୦୨୬ରେ ମିଶନ ପଶ୍ଚିମବଙ୍ଗ ପାଇଁ ରୋଡମ୍ୟାପ୍ ହେଲାଣି। ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ପଶ୍ଚିମବଙ୍ଗରୁ ଜଙ୍ଗଲରାଜ ଅନ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି।

Advertisment

ଦିଦିଙ୍କ ଟେନସନ୍ ବଢ଼ିଥିବା ବେଳେ ପଶ୍ଚିମବଙ୍ଗରେ ବିଜେପି ନେତା ଓ କର୍ମୀଙ୍କୁ ମିଳିଛି ଟନିକ୍। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୭ଟି ରାଜ୍ୟରେ ବିଜେପି ଓ ଏନଡିଏ ସରକାର ଥିବା ବେଳେ ଏହି ସଂଖ୍ୟା ଏବେ ୨୦ରେ ପହଞ୍ଚିଛି। ଆଗକୁ ପଶ୍ଚିମବଙ୍ଗ ସହ ତାମିଲନାଡୁ ଓ କେରଳ ଦଖଲ ଲକ୍ଷ୍ୟ ରଖିଛି ବିଜେପି।...

 ଏବେ ପଶ୍ଚିମବଙ୍ଗ ଟାର୍ଗେଟ୍ 

୨୦୨୬ରେ ଦିଦିଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ବିଗ୍ ପ୍ଲାନ। ବିହାର ମହାବିଜୟ ପରେ ବେଙ୍ଗଲ ନକ୍ସା ତୟାର । ବିହାର ମିଶନ୍ ସକସେସ । ବିଜେପି ପାଇଁ ବିଜୟ ରାସ୍ତା ତିଆରି ହେଲା। ବିହାର ଭଳି ପଶ୍ଚିମବଙ୍ଗରୁ ଜଙ୍ଗଲରାଜ ଯୁଗର ଶେଷ ହେବ। ବିହାର ବିଜୟ ସେଲିବ୍ରେସନ୍ ଷ୍ଟେଜରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଆହ୍ବାନ ପରେ ପଶ୍ଚିମବଙ୍ଗରେ ବଡ଼ ହଲଚଲ। ଫୁଲ୍ ଜୋସରେ ବିଜେପି ନେତା ଓ କର୍ମୀ। ଟେନସନରେ ଦିଦି। ବିହାରରେ ଏନଡିଏ ଦୋ ଶୋ ପାର କରିବା ପରେ ପଶ୍ଚିମବଙ୍ଗରେ ଦିଦିଙ୍କ ବସ୍ତାନୀ ବନ୍ଦ କରିବାକୁ ମହାଯୋଜନା ଆରମ୍ଭ ହୋଇଛି।

Advertisment

ଗତକାଲି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେଲିବ୍ରେସନ୍ ବେଳେ ପଶ୍ଚିମବଙ୍ଗରେ ୨୦୨୬ରେ ହେବାକୁ ଥିବା ନିର୍ବାଚନକୁ ଟାର୍ଗେଟ୍ କରି ପିଏମ୍ ମୋଦି କହିଥିଲେ, ଗଙ୍ଗା ନଦୀ ବିହାର ଦେଇ ବେଙ୍ଗଲକୁ ଯାଇଛି। ସେମିତି ବିଜେପିର କ୍ଷମତା ବିହାର ଦେଇ ପଶ୍ଚିମବଙ୍ଗକୁ ଯିବ। ବିହାରରେ ଜଙ୍ଗଲରାଜର ମୂଳୋତ୍ପାଟନ କରିଛୁ। ଆଗକୁ ପଶ୍ଚିମବଙ୍ଗରେ ବି ଜଙ୍ଗଲରାଜର ଅନ୍ତ କରିବୁ। ଜନସାଧାରଣ ବିଜୟ ପଥ ପ୍ରସ୍ତୁତ କରିବେ ବୋଲି ମୋଦି କହିବା ପରେ ମିଶନ ବେଙ୍ଗଲକୁ ନେଇ ପଶ୍ଚିମବଙ୍ଗ ବିଜେପି ନେତା ଓ କର୍ମୀଙ୍କ ଉତ୍ସାହିତ।... 

ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳି ପରେ ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି। ଜମ୍ମୁ କାଶ୍ମୀର, ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ଓ ବିହାର ନିର୍ବାଚନରୁ ୪ଟିରେ ଜିତିଛି ବିଜେପି। ମହାରାଷ୍ଟ୍ର, ହରିୟାଣାରେ ସରକାର ସହ ଦିଲ୍ଲୀରେ ଆପକୁ ଗାଦିଚ୍ୟୁତ କରି ୨୭ ବର୍ଷ ପରେ କ୍ଷମତା ଦଖଲ କରିଛି। ଦିଲ୍ଲୀ ପରେ ବିହାରରେ କ୍ଲିନସୁଇପ୍। ଆଗକୁ ମୋଦିଙ୍କ ବିଜୟ ରଥ ପଶ୍ଚିମବଙ୍ଗ ମୁହାଁ ହେବ। ୨୦୨୬ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ଏଥିପାଇଁ ମୂଳଦୁଆ ପଡ଼ିଲା ବୋଲି ମୋଦି କହିବା ପରେ ବେଙ୍ଗଲ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ ହୋଇଛି।

୨୦୧୬ରେ ପଶ୍ଚିମବଙ୍ଗରେ ବିଜେପି ଜିତିଥିଲା ମାତ୍ର ୩ଟି ସିଟ୍। ୨୦୨୧ରେ ଏହି ସଂଖ୍ୟା ୭୭ ଛୁଇଁଥିବା ବେଳେ ପ୍ରମୁଖ ବିରୋଧୀ ଦଳ ଆସନରେ ବସିଛି। ୨୦୨୬ରେ ଦିଦିଙ୍କୁ ହଟାଇ ସରକାର ଗଢ଼ିବା ଲକ୍ଷ୍ୟରେ ଆଗଉଛି ବିଜେପି। ରାଜନୀତି ସମୀକ୍ଷକଙ୍କ ମତରେ, ବିହାର ଭଳି ବେଙ୍ଗଲ ଅଭିଯାନ ଏତେ ସହଜସାଧ୍ୟ ନୁହେଁ।କିନ୍ତୁ ସରକାର ବିରୋଧୀ ହାୱା ଥିବାରୁ ରଣନୀତିରୁ ଫାଇଦା ମିଳିପାରେ। ...

ସାରା ଦେଶରେ କିମିଆ କରୁଛି ମୋଦି ମ୍ୟାଜିକ୍। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ନେବା ବେଳେ ଦେଶରେ ୭ଟି ରାଜ୍ୟରେ ବିଜେପି ଓ ଏନଡିଏ ସରକାର ଥିଲା। ଏବେ ୨0ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସରକାରରେ ରହିଛି। ଆଗକୁ ଲକ୍ଷ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳ। ... 

West Bengal PM Modi CM Mamata Banerjee
Advertisment
Related Articles
Advertisment