Advertisment

Major Fire Breaks Out at Factory: ଫ୍ୟାକଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଆସିଲା ୧୦ଟି ଦମକଳ

ନିଆଁର ପ୍ରକୋପ ଏତେ ଥିଲା ଯେ, ୬ଟି ଟିମ ନିଆଁକୁ ଆୟତ୍ତ କରିପାରିନଥିଲା । ତେଣୁ ଆଉ ୪ଟି ଟିମକୁ ଡକାଯାଇଥିଲା । ୧୦ଟି ଗାଡି ଭୟଙ୍କର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

author-image
Tapan Swain
Fire

Fire Photograph: (OTV)

ସବୁ ଛାରଖାର  ହୋଇଗଲା । ଜଳିଗଲା ସବୁ ।  କିଛି  ସମୟ ପାଇଁ ଆକାଶ ନାଲି ହେଇଗଲା।  ହୁତୁ ହୁତୁ ହୋଇ ଜଳିଗଲା ସବୁ । ରାତି ପ୍ରାୟ ୧୧ଟା ସମୟ ।  ପଶ୍ଚିମବଙ୍ଗର ହାଓଡା । ଦକ୍ଷିଣ ହାଓଡାର ହାନ୍ସଖାଲୀ ପୋଲ ନିକଟରେ ଥିବା ସ୍ପଞ୍ଜ ମାନୁଫାକ୍ଚରିଂ ଫ୍ୟାକଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ସ୍ପଞ୍ଜ ଥିବାରୁ ନିଆଁ ଅଧିକ ବ୍ୟାପିଗଲା।  

Advertisment

୧୦ଟି  ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହୋଇଗଲେ । ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।  ନିଆଁକୁ ଦେଖି  ସ୍ଥାନୀୟ ପୁଲିସ ଓ ଫାୟାର ବିଭାଗକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବହିନୀ ବି ତରନ୍ତ ୬ଟି ଭ୍ୟାନ ଧରି  ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । କିନ୍ତୁ  ନିଆଁର ପ୍ରକୋପ ଏତେ ଥିଲା ଯେ, ୬ଟି ଟିମ ନିଆଁକୁ ଆୟତ୍ତ କରିପାରିନଥିଲା । ତେଣୁ ଆଉ ୪ଟି ଟିମକୁ ଡକାଯାଇଥିଲା । ୧୦ଟି ଗାଡି ଭୟଙ୍କର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

ଏହାର ଆଖପାଖରେ ଥିବା କାରଖାନାକୁ ନିଆଁ ଯେଉଁଭଳି ନ ବ୍ୟାପିବ ସେଥିପାଇଁ  ସମସ୍ତେ ଚେଷ୍ଟା କରୁଥିଲେ । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ନିଆଁକୁ  ଦେଖି ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅଗ୍ନଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ  ସବୁ ପ୍ରକାର ଚେଷ୍ଟା କରିଥିଲେ ।

Advertisment

West Bengal Fire
Advertisment