Advertisment

Stray Dogs Save Abandoned Baby: ରାସ୍ତାରେ ଫିଙ୍ଗିଦେଲେ ବାପା ମା’, ସାରା ରାତି ଜଗି ରହିଲେ କୁକୁର

ପଶ୍ଚିମବଙ୍ଗର ନଦିଆର ନବଦ୍ୱୀପ ସହରରେ ଶିତୁଆ ରାତିରେ ଜଣେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ନବଜାତ ଶିଶୁକୁ ଢାଲ ଭଳି ସୁରକ୍ଷା ଦେଇଥିଲେ କିଛି ବୁଲା କୁକୁର।

author-image
Chinmayee Sahoo
Stray Dogs Save Abandoned Baby

Stray Dogs Save Abandoned Baby Photograph: (Stray Dogs Save Abandoned Baby)

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ! ଯାହା ଏହି ଘଟଣାର ସତ୍ୟ ପ୍ରମାଣିତ ହୋଇଛି। ଏଭଳି ଏକ ଘଟଣା ଯାହା ଆପଣମାନେ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ଅନେକ ଥର ଶୁଣିଥିବେ ଯେ, ନବଜାତକ ବା ଶିଶୁଙ୍କୁ ଝୁଣି ଦିଅନ୍ତି କୁକୁର। କିନ୍ତୁ ଏବେ ଏହାର ଠିକ ବିପରୀତ ଘଟଣା ଘଟିଛି। ଏକ ନବଜାତକକୁ ସୁରକ୍ଷା ଦେଇଛନ୍ତି କିଛି କୁକୁର।

Advertisment

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଏହି ନଦୀକୂଳବର୍ତ୍ତୀ ସହରଟି ଶୀତ ସମୟରେ ପୂରା ଅଞ୍ଚଳ ନିସ୍ତବ୍ଧ ଥିଲା। ଏହି ନିସ୍ତବ୍ଧ ଶୀତ ରାତିରେ ବୁଲା କୁକୁରମାନେ ରାସ୍ତାରେ ପଡିଥିବା ଏକ ନବଜାତ ଶିଶୁର ରକ୍ଷା କରିବାର ଘଟଣା ସାମନାକୁ ଆସିଛି। ପଶ୍ଚିମବଙ୍ଗର ନଦିଆର ନବଦ୍ୱୀପ ସହରରେ ଶିତୁଆ ରାତିରେ ଜଣେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ନବଜାତ ଶିଶୁକୁ ଢାଲ ଭଳି ସୁରକ୍ଷା ଦେଇଥିଲେ କିଛି ବୁଲା କୁକୁର। ଶୀତ ରାତିରେ ପହରା ଦେଉଥିଲେ ବୁଲା କୁକୁର। ସେଠାକାର ଲୋକମାନଙ୍କର ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ ଶିଶୁଟିକୁ ଜଗି ରହିଥିଲେ। ଏହି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି, ଅନେକ ଏହାକୁ କିଛି ଚମତ୍କାର ଠାରୁ କମ୍ ନୁହେଁ ବୋଲି କହୁଛନ୍ତି।

ଜଣେ ନବଜାତ ଶିଶୁ ରେଲୱେ କଲୋନୀର ଗୋଟିଏ ବାଥରୁମ ବାହାରେ ଥଣ୍ଡା ମାଟିରେ ଏକୁଟିଆ ପଡ଼ି ରହିଥିଲା। ସ୍ଥାନୀୟ ଲୋକମାନେ ଦେଖିବା ବେଳକୁ ଶିଶୁଟିକୁ ଜନ୍ମ ହେବାର ମାତ୍ର କିଛି ଘଣ୍ଟା ହୋଇଥିଲା। ତା’ର ଶରୀରରେ ଜନ୍ମ ପରର ରକ୍ତ ଚିହ୍ନ ବି ଥିଲା। ଶିଶୁଟି ଏତେ ଦୟନୀୟ ଅବସ୍ଥାରେ ପଡିଥିଲା ଯେ, ଶୀତ ରାତିରେ ପ୍ରବଳ ଥଣ୍ତାରେ ତା’ ପାଖରେ ନା କମ୍ବଳ ଥିଲା, ନା କୌଣସି ଲୋକ। କିନ୍ତୁ ଶିଶୁଟି ସମ୍ପୂର୍ଣ୍ଣ ଏକୁଟିଆ ନ ଥିଲା। ତାର ସୁରକ୍ଷା ଦାୟିତ୍ବରେ ଥିଲେ କିଛି ବୁଲା କୁକୁର।

Advertisment

ଏ ହେଉଛନ୍ତି ସେହି ବୁଲା କୁକୁର, ଯାହାକୁ ଲୋକମାନେ ତଡି ଦିଅନ୍ତି। କିନ୍ତୁ ସେହି କୁକୁର ହିଁ ଏକ ମଣିଷ ଛୁଆର ସୁରକ୍ଷା ଦାୟିତ୍ବରେ ଥିଲେ। ସେମାନେ ଭୁକୁ ନ ଥିଲେ କି ହଲୁ ନ ଥିଲେ, କେବଳ ରାତିସାରା ପହରା ଦେଉଥିଲେ। 

ସ୍ଥାନୀୟ ବାସିନ୍ଦାମାନଙ୍କ କହିବାନୁସାରେ, ସକାଳ ନ ହେବା ପର୍ଯ୍ୟନ୍ତ କୁକୁରମାନେ ରାତିସାରା କାହାକୁ କି ଶିଶୁଟି ପାଖକୁ ଆସିବାକୁ ଦେଇ ନ ଥିଲେ। ନିଦରୁ ଉଠିଲା ପରେ ଆମେ ଶିଶୁଟିକୁ ରାସ୍ତାରେ ପଡିଥିବାର ଦେଖିବାକୁ ପାଇଲୁ।

ଶିଶୁଟିକୁ ପ୍ରଥମେ ମହେଶଗଞ୍ଜ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ କୃଷ୍ଣନଗର ସଦର ହସ୍ପିଟାଲକୁ ରେଫର କରାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ, ଶିଶୁଟିକୁ ଜନ୍ମର କିଛି ଘଣ୍ଟା ପରେ ନୁହେଁ, ବରଂ କିଛି ମିନିଟ୍ ପରେ ହିଁ ଫିଙ୍ଗି ଦିଆଯାଇଥିଲା। 

ନବଦ୍ୱୀପ ପୁଲିସ ଏବଂ ଶିଶୁ ସହାୟତା ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଶିଶୁଟିର ଦୀର୍ଘକାଳୀନ ଯତ୍ନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

West Bengal
Advertisment
Related Articles
Advertisment