ମଦୁଆ ମାଙ୍କଡ଼ର କାରନାମା । ମଦ ନମିଳିଲେ ଦୋକାନୀ ଓ ଗ୍ରାହକ ଉଭୟଙ୍କୁ କାମୁଡ଼ି ଗୋଡ଼ାଉଛି ।
ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଗୁରୁବାର ଦିନ ସହରରେ ଥିବା ଏହି ୩ ମହଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗି ଯାଇଥିଲା। ୩ ଘଣ୍ଟାର ସଂଘର୍ଷ ପରେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇଥିଲା।
ଲକ୍ଷ୍ନୌରେ ୧୬ ବର୍ଷର ବାଳକ PUBG ପାଇଁ ମା’କୁ ହତ୍ୟା ଘଟଣାରେ ନୂଆମୋଡ଼ ଆସିଛି। ନାବାଳକ ଜଣକ ବିଦେଶୀ ପିସ୍ତଲରେ ମା’କୁ ହତ୍ୟା କରିବା ପରେ ଭିଡିଓ କଲ୍ କରି ବାପାକୁ ଏସମ୍ପର୍କରେ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି।
୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର କାରଣ ସମସ୍ତଙ୍କୁ ଚକିତ କରିଛି। PUBG ଖେଳିବାକୁ ମା’ ମନା କରିବାରୁ ନାବାଳକ ଜଣକ ଗୁଳି କରି ମା’କୁ ହତ୍ୟା କରିଛନ୍ତି।
ରୀତିନୀତି ଅନୁସାରେ ରାତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା, ହେଲେ ସକାଳ ହେଲା ବେଳକୁ ସବୁକିଛି ଓଲଟପାଲଟ ହୋଇଗଲା। ବିବାହର କିଛି ଘଣ୍ଟା ପରେ ନବବିବାହିତା ନିଜ ନୂଆ ଜୀନବସାଥୀ ସହ ସମ୍ପର୍କ ତୁଟାଇ ଦେଇଥିଲେ।
ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।
ଜନତାଙ୍କୁ ଯୋଗୀ ସରକାରର ବଡ ଉପହାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୫ କୋଟି ଜନତାଙ୍କ ପାଇଁ ମାଗଣା ଖାଦ୍ୟାନ୍ନ ଯୋଜନାକୁ ୩ ମାସ ପାଇଁ ବଢେଇ ଦିଆଯାଇଛି।
ଉତ୍ତର ପ୍ରଦେଶ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ୫୨ ମନ୍ତ୍ରୀ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ଜାଣନ୍ତୁ କିଏ କେଉଁ ପଦବୀ ପାଇବାର ସମ୍ଭାବନା ରହିଛି।
ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ପୋଲିସ ଏନ୍କାଉଣ୍ଟରରେ ଏକ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ୍ ଥିବା ଅପରାଧି ରାହୁଲ ସିଂଙ୍କୁ ହତ୍ୟା କରିଛି। ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂ ୱାଣ୍ଟେଡ୍ ଥିଲା।
ଅନେକ ଆସନରେ ସମାଜବାଦୀ ପାର୍ଟି ସହିତ ପ୍ରତିଯୋଗିତାରକୁ ଦୃଷ୍ଟିରେ ରଖି ବିଜେପି କ୍ୟାମ୍ପେନ୍କୁ ଜୋରଦାର କରୁଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନର ସମୀକ୍ଷା କରୁଥିବାବେଳେ ବାକି ପାଞ୍ଚଟି ପର୍ଯ୍ୟାୟ ପାଇଁ ଅଧିକରୁ ଅଧିକ ବୈଠକ କରିବାକୁ ବିଜେପି ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି ।
ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। କାର୍ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ।
ଚାକିରିରୁ ବାହାର କରି ଦେଲେ ବୋଲି ରାଗ ଶୁଝାଇଲେ, ଡାକ୍ତରଙ୍କ ପୁଅକୁ ଅପହରଣ ପରେ ହତ୍ୟା
ଉତ୍ତର ପ୍ରଦେଶ କାନପୁରରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ହୁସେନ୍ଙ୍କ ସାଇକେଲ୍ ଗଡ଼ିଲେ ତାଙ୍କ ଉପରେ ସମସ୍ତଙ୍କ ଆଖି ଲାଖି ରହୁଛି । ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାଙ୍କୁ ଚାହିଁ ରହୁଛନ୍ତି ।
ସ୍ୱାମୀ ପ୍ରସାଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ।
କଂଗ୍ରେସ ମାରାଥନ୍ରେ ଦଳାଚକଟା ପରିସ୍ଥିତି। କଂଗ୍ରେସ ପକ୍ଷରୁ ଆୟୋଜିତ ‘ladki hun, lad sakti hun’ ମାରାଥନ୍ରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ନଜର ଆସିଛି।
କୋଟିପତି ପର୍ଫ୍ୟୁମ୍ ବ୍ୟବସାୟୀ ପୀୟୂଷ ଜୈନଙ୍କ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯିବ। ପୀୟୂଷଙ୍କ ୩ଟି ଘର, ଫ୍ୟାକ୍ଟ୍ରି ଇତ୍ୟାଦିରୁ ୧୯୪ କୋଟି ୪୫ ଲକ୍ଷ ନଗଦ ଟଙ୍କା, ୨୩ କିଲୋ ସୁନା ଓ ୬ କ୍ୱିଣ୍ଟାଲ୍ ଚନ୍ଦନ କାଠ ଜବତ ହୋଇଛି।
ଲଗାତାର ୪ ଦିନ ଧରି ରେଡ୍ ପରେ କାନପୁରର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଜିଏସ୍ଟି ଇଣ୍ଟେଲିଜେନ୍ସ ରବିବାର ଗିରଫ କରିଛି। ପୀୟୁଷଙ୍କ କାନପୁର ସ୍ଥିତ ଘରୁ ନଗଦ ୧୮୦ କୋଟି ଟଙ୍କା ମିଳିଥିଲା। ଏହାସହ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ଆୟୋଜନ ନକରିବାକୁ ନିବେଦନ କରିଛନ୍ତି ଯଦି, ଏବେ ରାଲି ବନ୍ଦ ହେଉନି। ତେବେ ଆଗାମୀ ପରିସ୍ଥିତି ଦ୍ୱିତୀୟ ଲହର ଭଳି ହୋଇପାରେ।
ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ।
ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ ଆଜ୍ଞା...ନେହୁରା ହୋଇ ପୋଲିସ୍ ବାବୁଙ୍କୁ ବାରମ୍ବାର କହି ଚାଲିଥିଲେ ବ୍ୟକ୍ତି ଜଣକ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପୋଲିସ୍ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍ ପଡ଼ିନଥିଲା।
ବିଗତ ୩ ଦଶନ୍ଧି ହେଲା ମୁଖ୍ୟ ପର୍ସନାଲ୍ ଓ୍ୱିପନ୍ ଭାବେ ଇନସାସ୍ ରାଇଫଲକୁ ବ୍ୟବହାର କରିଆସୁଛନ୍ତି ଭାରତୀୟ ସେନାର ଯବାନ। ତେବେ ଏହା ଅପେକ୍ଷାକୃତ ଓଜନିଆ, ଲମ୍ବା ଏବଂ କମ୍ ଘାତକ।