Advertisment

PCS Officer: ମ୍ୟାଡାମ୍‌ ସାହେବାଙ୍କ ଭାଇରାଲ ନିଶା; ଲାଇଭ ଆସୁଛନ୍ତି, ଫ୍ୟାନ୍ ଖୋଜୁଛନ୍ତି

ଫେସବୁକରେ ଲାଇଭ ଆସୁଛନ୍ତି ଓ ଫ୍ୟାନ୍ ଖୋଜୁଛନ୍ତି। କହୁଛନ୍ତି ମୋତେ ଭାଇରାଲ କର, ମୁଁ ଡାକିବି। ୩୦ ଦିନ ଯାଏଁ ମୋ ପୋଷ୍ଟକୁ ଭାଇରାଲ କର। ଯେମିତି ସରକାରୀ ଅଫିସର ନୁହଁନ୍ତି ତ କୌଣସି ମଡେଲ୍ ପରି ଲାଗୁଛନ୍ତି।

author-image
Chinmayee Sahoo
PCS

PCS Photograph: (OTV)

ଫେସବୁକରେ ଲାଇଭ ଆସୁଛନ୍ତି ମ୍ୟାଡାମ୍‌ ସାହେବା। ଫ୍ୟାନ୍ ଖୋଜୁଛନ୍ତି, ଆଉ ଭାଇରାଲ କରିବାକୁ କହୁଛନ୍ତି। ଭାଇରାଲ କଲେ ହିଁ ଦେଖା ଦେବେ ବୋଲି ଲାଇଭରେ କହୁଛନ୍ତି ଏହି ସରକାରୀ ଅଫିସର ମ୍ୟାଡାମ୍ ଜଣକ। 
ସରକାରୀ କର୍ମଚାରୀ ହେଲେ ବି ମଡେଲ୍ ଭଳି ଲାଗୁଥିବା ଏହି ମ୍ୟାଡମ ହେଲେ ଉତ୍ତରପ୍ରଦେଶର PCS ଅଧିକାରୀ ସ୍ୱାତୀ ଗୁପ୍ତା । ସେ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ । କିନ୍ତୁ ମ୍ୟାଡମକୁ ଲାଗିଛି ସୋସିଆଲ ମିଡିଆରେ ଫେମସ୍ ହେବାର ଭୂତ । ତାଙ୍କୁ ଭେଟିବାକୁ ରଖୁଛନ୍ତି ଅଜବ ସର୍ତ୍ତ ।  
ଫେସବୁକ ଲାଇଭରେ କହୁଛନ୍ତି, ମୋତେ ଭେଟିବାକୁ ଚାହୁଁଛି ତ, ଫେସବୁକ ପେଜ୍‌ରେ ମତେ ଫଲୋ କର, ମୋର ଟପ୍‌ ଫ୍ୟାନ୍ ହୁଅ । ଆଉ ମୋ ପୋଷ୍ଟକୁ ଲଗାତାର ୩୦ ଦିନ ଯାଏ ସେୟାର କର । ତାହାଲେ ଯାଇ ମୁଁ ମୋ ଆଡୁ ତମକୁ ଭେଟିବାକୁ ଡାକିବି । ମ୍ୟାଡମ୍‌ଙ୍କ ଫେସବୁକ ଲାଇଭ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । 
ଗତ ରବିବାର ସକାଳେ ଫେସବୁକରେ ଲାଇଭ୍ ଆସିଥିଲେ PCS ଅଧିକାରୀ ସ୍ୱାତୀ ଗୁପ୍ତା । ତାଙ୍କୁ କିପରି ଭେଟିପାରିବେ ବୋଲି ଲାଇଭ ଚାଟ୍‌ରେ ପଚାରିଥିଲେ ଲୋକେ । ଏହାର ଉତ୍ତରରେ ଚା' ପିଇ ପିଇ ମ୍ୟାଡମ କହିଥିଲେ, ମୋତେ ଭେଟିବାକୁ ଅନେକ ଲୋକ ଆସନ୍ତି । କିନ୍ତୁ ମତେ ଭେଟିବାକୁ ହେଲେ ଦୁଇଟି ସର୍ତ୍ତ ମାନିବାକୁ ପଡିବ । ପ୍ରଥମେ ମୋ ଫ୍ୟାନ ହେବାକୁ ପଡିବ ଆଉ ମୋ ପୋଷ୍ଟ ୩୦ ଦିନ ଯାଏଁ ଲଗାତାର ସେୟାର କରିବାକୁ ପଡିବ । ମ୍ୟାଡମଙ୍କ ଏହି ଲାଇଭ ଭିଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । 
ସ୍ୱାତୀ ଗୁପ୍ତାଙ୍କ ଘର ୟୁପି ମେରଟରେ । ସେ ସୋସିଆଲ ମିଡିଆରେ ଭାରି ଆକ୍ଟିଭ । ତାଙ୍କ ଇନଷ୍ଟାଗ୍ରାମରେ ଦୁଇ ଲକ୍ଷରୁ ଅଧିକ ଫଲୋଅର୍ସ । ସ୍ୱାତୀ ଗୁପ୍ତା ୨୦୧୭ ବ୍ୟାଚ୍‌ର ପିସିଏସ ଅଧିକାରୀ । ବର୍ତ୍ତମାନ ସେ ପଞ୍ଚାୟତିରାଜ ବିଭାଗରେ ଥିବା ବେଳେ ପଞ୍ଚାୟତର ବଜେଟ, ଖର୍ଚ୍ଚ ଓ ନିର୍ମାଣର ଦାୟିତ୍ୱ ରହିଛି ତାଙ୍କ ଉପରେ । କିନ୍ତୁ ମ୍ୟାଡାମଙ୍କୁ ଭାଇରାଲ ହେବାର ନିଶା ତାଙ୍କୁ ଆଣିଛି ଚର୍ଚ୍ଚାକୁ । ଜଣେ ସରକାରୀ ଅଧିକାରୀଙ୍କ ଏପରି ଲାଇଭ୍ ଭିଡିଓକୁ ନାପସନ୍ଦ କରିଛନ୍ତି ଅନେକ ଲୋକେ ।

Advertisment

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Uttar Pradesh Government Employee
Advertisment
Related Articles
Advertisment