/odishatv-khabar/media/media_files/2025/12/13/raped-2025-12-13-12-31-52.jpg)
Raped Photograph: (OTV)
ଜୁନିଅର ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଦଶମ ଶ୍ରେଣୀ ଛାତ୍ର। କେବଳ ଦୁଷ୍କର୍ମ ନୁହେଁ, ବରଂ ବ୍ଲାକମେଲ୍ କରି ଲୁଟି ନେଇଛି ଦେଢ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଫିରୋଜାବାଦରେ।
ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ଏଇଠି ସରିନି ତା’ର ଅପରାଧ। ବରଂ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଉଠାଇ ବ୍ଲାକମେଲ୍ କରି ତାଙ୍କ ଠାରୁ ଅଳଙ୍କାର ମଧ୍ୟ ଦାବି କରିଥିଲା।
ପୋଲିସର କହିବା ଅନୁଯାୟୀ, ଘଟଣାଟି ଛଅ ମାସ ପୂର୍ବରୁ ଅଭିଯୁକ୍ତ ଛାତ୍ର ଜଣକ ଏକ ବିବାହ ଉତ୍ସବରେ ଝିଅଟିକୁ ଦେଖିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିଲା। ଦୁହେଁ ପ୍ରତିଦିନ ମୋବାଇଲ୍ ଫୋନ୍ରେ କଥା ହେଉଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଛାତ୍ର ଜଣକ ଆପତ୍ତିଜନକ ପରିସ୍ଥିତିରେ ତାଙ୍କ ଫଟୋ ଉଠାଇଥିଲା ଏବଂ ସେହି ଫଟୋ ବ୍ୟବହାର କରି ଝିଅଟିକୁ ବ୍ଲାକମେଲ୍ କରୁଥିଲା। ତାଙ୍କ ମାଆଙ୍କ ସୁନା ଅଳଙ୍କାର ଚୋରି କରି ଆଣି ତାଙ୍କୁ ଦେବାକୁ ଧମକାଉଥିଲା।
ଏପରି ଭାବେ ନାବାଳିକା ଝିଅଟି ଅଭିଯୁକ୍ତକୁ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଦେଇଥିଲା। ସେହି ଗହଣାକୁ ଅଭିଯୁକ୍ତ ତା ନିଜ ପାଖରେ ରଖିଥିଲା।
ଏହି ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକ ସେତେବେଳେ ଜାଣିଲେ, ଯେତେବେଳେ ତାଙ୍କ ମାଆ ଅଳଙ୍କାର ହଜିଥିବା ସନ୍ଦେହରେ ତାଙ୍କୁ କଡା ତାଗିଦ୍ କରି ପଚାରିଥିଲେ ଏବଂ ସେ ସେହି ଗହଣାକୁ ନେଇ ଛାତ୍ରଙ୍କୁ ଦେଇଥିବା କହିଥିଲେ। ଯାହା ପରେ ଛାତ୍ରୀଙ୍କ ପରିବାର ଲୋକ ପୋଲିସ଼ରେ ଖବର ଦେଇଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ଦୁଷ୍କର୍ମ ସହ ଘରୁ ଦେଢ଼ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗରେ ତାକୁ ଗିରଫ କରିଛି ଏବଂ ଚୋରି ଅଳଙ୍କାର ମଧ୍ୟ ଜବତ କରାଯାଇଛି।
Police Personnel Fall Ill: ଗାଜର ହାଲୱା ଖାଇ ୧୨ ପୋଲିସ୍ ଅଧିକାରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Acid Attack Convict Arrested: ୧୯୮୬ରେ ଏସିଡ୍ ଆଟାକ୍ କରିଥିଲା, ୩୭ ବର୍ଷ ପରେ ଧରା ପଡିଲା

Ramu’s Skeleton to Be Exhumed: ମାଟି ତଳୁ କଢ଼ାଯିବ ‘ରାମୁ’ର କଙ୍କାଳ, ମୃତ୍ୟୁ ପରେ ବି ଅମର ରହିବ

Nobel winner Narges Mohammadi Arrests: ପୁଣି ଗିରଫ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସ ମହମ୍ମଦି, ଜୀବନର ୩୬ ବର୍ଷ ଜେଲରେ ବିତାଇଛନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)