Advertisment

Man Stabs Wife: ମଦ୍ୟପ ସ୍ୱାମୀର ଭୟଙ୍କର କାଣ୍ଡ; ଗର୍ଭବତୀ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା

ମଦ୍ୟପ ସ୍ୱାମୀର ଭୟଙ୍କର କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ମାରିଦେଲା। ୮ ମାସର ଗର୍ଭବତୀ ଥିଲେ ପତ୍ନୀ। ୧୦୦ ଟଙ୍କା ନ ଦେବାରୁ ପିଶାଚ ସାଜିଲା ସ୍ୱାମୀ।

author-image
Chinmayee Sahoo
Man-Stabs-Pregnant-Wife-up

Man-Stabs-Pregnant-Wife-up

ଘରକୁ ଆସିଥାଆନ୍ତେ ନୂଆ ଅତିଥୀ। ହସଖୁସିରେ ପୂରି ଉଠିଥାନ୍ତା ପରିବାର। ସମସ୍ତେ ଥିଲେ ଉତ୍ସାହିତ। ହେଲେ ମଦ ଆଗରେ ତୁଚ୍ଛ ଗର୍ଭବତୀ ପତ୍ନୀଙ୍କ ଜୀବନ। ରା‍କ୍ଷସ ପାଲଟିଗଲା ସ୍ୱାମୀ। ପରିବାରର ସବୁ ସୁଖ ନେଇଗଲା। ଠେଙ୍ଗାରେ ପିଟିଲା ଆଉ ୭ ଥର ଛୁରୀ ଭୁଷି ମାରିଦେଲା। ପୁଲିସ୍‌ ଅଙ୍କୁର ନାମକ ପତ୍ନୀ ହନ୍ତା ସ୍ୱାମୀକୁ ଗିରଫ କରିଛି।

Advertisment

ଗିରଫ ପରେ ଅଙ୍କୁର ନିଜର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏହାପରେ ପୁଲିସ୍‌ ତା’କୁ ଜେଲ ହାଜତକୁ ପଠାଇଦେଇଛି। ଜେରା ବେଳେ ଅଭିଯୁକ୍ତ ଅଙ୍କୁର ସ୍ୱୀକାର କରିଛି ଯେ ସେ ତା’ର ପତ୍ନୀ ନୀଲମଙ୍କୁ ମଦ ପିଇବାକୁ ୧୦୦ ଟଙ୍କା ମାଗିଥିଲା। ହେଲେ ମଦ ପିଇବାକୁ ଟଙ୍କା ନାହିଁ ବୋଲି ନୀଲମ କହିବା ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା।

ଏହି ସମୟରେ ଘରେ ଥିବା ଏକ ଠେଙ୍ଗାରେ ପତ୍ନୀ ନୀଲମଙ୍କୁ ଆକ୍ରମଣ କରିଥିଲା ଅଙ୍କୁର। ରକ୍ଷା ପାଇବା ପାଇଁ ନୀଲମ ପଳାଉଥିବା ବେଳେ ଅଙ୍କୁର ତାଙ୍କୁ ଧରି ପକାଇଥିଲା ଆଉ ବାରମ୍ବାର ଛୁରୀ ଭୁଷିଥିଲା। ନୀଲମଙ୍କ ଚିତ୍କାର ଶୁଣି ତାଙ୍କ ଶାଶୁ ଦୌଡ଼ି ଆସିଥିଲେ। ହେଲେ ମଦୁଆ ପୁଅରୁ ଆକ୍ରମଣରୁ ସେ ମଧ୍ୟ ବର୍ତ୍ତି ନଥିଲେ।

Advertisment

ଧାରୁଆ ଅସ୍ତ୍ରରେ ଅଙ୍କୁର ନିଜ ମା’ଙ୍କୁ ମଧ୍ୟ ଆଘାତ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶାଶୁ-ବୋହୂଙ୍କୁ କେଜିଏମୟୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ନୀଲମଙ୍କୁ ମୃତ ଘୋଷଣା କରିଛନ୍ତି ଆଉ ଶାଶୁଙ୍କ ଚିକିତ୍ସା ଚାଲିଛି।

ଏହି ଅମାନୁଷିକ ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଘଟିଛି। ମଦ ଯେ ଜଣେ ବ୍ୟକ୍ତିକୁ କେଉଁ ସ୍ତରକୁ ନେଇଯାଏ ତାହା ଏଠାରେ ପ୍ରମାଣିତ ହେଉଛି।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Stabbed To Death Lucknow Murder Uttar Pradesh Crime News Pregnant Woman
Advertisment
Advertisment