/odishatv-khabar/media/media_files/2025/10/04/up-oldman-death-after-marriage-2025-10-04-12-25-04.jpg)
up oldman death after marriage Photograph: (OTV)
୩୫ ବର୍ଷର କନିଆଁକୁ ୭୫ ବର୍ଷୀୟ ବର। ମନ୍ଦିରରେ ପଡିଲା ହାତଗଣ୍ଠି। ମଥାରେ ସିନ୍ଦୂର ଦେଲେ, ନବବଧୂକୁ ଘରକୁ ନେଲେ। ହେଲେ ବିବାହର ପ୍ରଥମ ରାତି ପରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଘଟଣାଟି ଉତ୍ତରପ୍ରଦେଶ (Uttar Pradesh) ଜୌନପୁର ଜିଲ୍ଲାର । ସଙ୍ଗରୁରାମ ନାମକ ଜଣେ ୭୫ ବର୍ଷୀୟ ବୃଦ୍ଧ ତାଙ୍କଠାରୁ ଅଧା ବୟସର ମହିଳାଙ୍କୁ କରିଥିଲେ ବିବାହ । ମହିଳାଙ୍କ ବୟସ ୩୫ ବର୍ଷ । ସଙ୍ଗରୁରାମ ଭାବିଥିଲେ ଜୀବନର ବାକି ସମୟ କାଟିଦେବେ ନୂଆ ପତ୍ନୀଙ୍କ ସହ । ବାହାଘର ପରେ ପତ୍ନୀଙ୍କ ସହ କଟାଇଥିଲେ ପ୍ରଥମ ରାତି । ହେଲେ ସକାଳ ହେଲା ବେଳକୁ ଉଡିଯାଇଥିଲା ବୃଦ୍ଧଙ୍କ ପ୍ରାଣବାୟୁ ।
ବର୍ଷକ ତଳେ ସଙ୍ଗରୁରାମଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ଗୋଟିଏ ବର୍ଷ ହେଲା ଏକାକୀ ଜୀବନ ବିତାଉଥିଲେ ସେ। ତାଙ୍କର କୌଣସି ପିଲାପିଲି ନଥିଲେ। ବୟସର ଅପରାହ୍ନରେ ନିଜ ପାଇଁ ସାଥିଟିଏ ବାଛିଥିଲେ ସଙ୍ଗରୁରାମ । ଦ୍ୱିତୀୟ ବିବାହ ପାଇଁ ମନ ବଳାଇଥିଲେ। ଏହାକୁ ସମସ୍ତେ ବିରୋଧ କରିଥିଲେ ବି ସେ କାହା କଥା ଶୁଣି ନଥିଲେ।
ସେପ୍ଟେମ୍ବର ୩୦ରେ ଜଲାଲପୁର ଅଞ୍ଚଳର ୩୫ ବର୍ଷୀୟ ମନଭାବତୀଙ୍କୁ ବିବାହ କରିଥିଲେ ସଙ୍ଗ୍ରୁରାମ । ମନ୍ଦିରରେ ପାରମ୍ପରିକ ରୀତିନୀତିରେ ବାହାଘର ହେଲା । ବାହାଘର ଦିନ ସବୁ କିଛି ଠିକଠାକ ଥିଲା। ଦୁଇ ଜଣ ରାତିସାରା ପରସ୍ପର ସହ କଥା ହୋଇଥିଲା । କଥାବାର୍ତ୍ତାରେ ରାତି ପାହି ଯାଇଥିଲା ବୋଲି କହିଛନ୍ତି ମନଭବତୀ । ତାଙ୍କ କହିବା କଥା, ବାହାଘରର ପରଦିନ ସକାଳେ ସଙ୍ଗ୍ରୁରାମଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ବେଳେ ଡାକ୍ତରମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ଏବେ ଚାରିଆଡେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)