ଏମିତି ଘଟଣା କେବେ ଶୁଣିନଥିବେ। ରିଲ୍ସ ଦେଖିବା ହେଲା କାଳ। ଚାଲିଗଲା ମହିଳାଙ୍କର ଜୀବନ। ବେଡ୍ରେ ପଡ଼ିଥିଲେ ରୋଗୀ, ରିଲ୍ସ ଦେଖୁଥିଲେ ଡ଼ାକ୍ତର । ଯାହାଫଳରେ ଚିକିତ୍ସା ନ ମିଳିବାରୁ ଚାଲିଗଲା ରୋଗୀଙ୍କ ଜୀବନ ।
ଗୁଗୁଲ୍ ମ୍ୟାପ୍ ଦୁଇ ବିଦେଶୀଙ୍କୁ ଭୁଆଁ ବୁଲାଇବା ଫଳରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଗୁରୁବାର ରାତିରେ ଚୁରାଇଲି ଡ୍ୟାମ୍ ନିକଟରେ ପହଞ୍ଚିଥିଲେ । ସ୍ଥାନୀୟ ଗ୍ରାମବାସୀ ରାତିରେ ସେମାନଙ୍କୁ ଦେଖିଥିଲେ ।
ମୋନାଲିସା ଭୋନ୍ସଲେଙ୍କ ଭାଇ ଉକ୍ତ ଯୁବକ ମାନଙ୍କୁ ବିରୋଧ କରିବା ସହ ଫଟୋ ଡିଲିଟ୍ କରିବା ପାଇଁ କହିଥିଲେ । ଏହାପରେ ସେହି ଲୋକମାନେ ତାଙ୍କ ଭାଇଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନଥିଲେ ।
କୁମ୍ଭମେଳା ପାଇଁ ପ୍ରସ୍ତୁତି ପୂର୍ବରୁ ଓ ପ୍ରସ୍ତୁତି ପରେ କେମିତି ଦେଖାଯାଉଛି ପ୍ରୟାଗରାଜର ସଂଗମ ସ୍ଥଳ ସେହି ଫଟୋ ଜାରି କରିଛି ଇସ୍ରୋ ।
ଆଉ କିଛି ଦିନ ପରେ ବାଜିଥାନ୍ତା ଶାହାନାଇ। ହାତକୁ ଦୁଇ ହାତ ହୋଇଥାନ୍ତେ କରନ। ନିଜର ଖୁସିର ସଂସାର ଗଢ଼ିଥାନ୍ତେ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ଦୁର୍ଘଟଣାରେ କରନଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୨ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦେଶ ବିଦେଶର ସାଧୁସନ୍ଥମାନେ ଯୋଗ ଦେଇଛନ୍ତି । ତେବେ ଏହି ଭିଡ଼ ଭିତରେ ଚର୍ଚ୍ଚାକୁ ଆସିଲେ 'ଆଇଆଇଟିଆନ' ବାବା । ପ୍ରୟାଗରାଜରେ ଚର୍ଚ୍ଚିତ ଚେହେରା ଭାବେ ସୋସିଆଲ୍ ମିଡ଼ିଆରେ ଢେର୍ ସାରା ପ୍ରଶଂସା ସାଉଁଟି ଥିଲେ ଆଇଆଇଟିଆନ ବାବା । ବାବାଙ୍କ ସହ ଚର୍ଚ୍ଚାରେ ଥିଲା ତାଙ୍କ ଦରମା ଏବଂ କ୍ୟାରିୟର ।
ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫.୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । ତେବେ ଏହି ମେଳାରେ ଜାନୁଆରୀ ୧୫ ରେ ୪୦ ଲକ୍ଷ ଏବଂ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ବେଳେ ଏଥିରେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ କୋଟି ପାର କରିଛି ।
ଗଭୀର ଆସ୍ଥା, ବିସ୍ତୃତ ଭକ୍ତି, ଆଉ ମୋକ୍ଷ ପ୍ରାପ୍ତିର ବିଶ୍ବାସ । ଉଛୁଳିଛି ତୀର୍ଥରାଜ ପ୍ରୟାଗ, ଅମୃତର ଧାରା ପାଲଟିଛି ତ୍ରିବେଣୀ ସଂଗମ । ୧୪୪ ବର୍ଷର ପ୍ରତୀକ୍ଷା ପରେ ଗଙ୍ଗା-ଯମୁନା ଓ ସରସ୍ବତୀ ନଦୀଙ୍କ ମିଳନ ସ୍ଥଳୀରେ ପୌଷ ।
ସେତେବେଳେ ଜବାହରଲାଲ ନେହରୁ ଆହ୍ଲାବାଦ ମ୍ୟୁନିସିପାଲିଟି କର୍ପୋରେସନର ଚେୟାରମ୍ୟାନ୍ ଥିଲେ । ତାଙ୍କ ଆତ୍ମକଥାରେ ପବିତ୍ର କୁମ୍ଭମେଳା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଜବାହରଲାଲ ନେହରୁ । ବ୍ରିଟିଶ ଶାସନ କାଳରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ବାରଣ କରାଯାଇଥିଲା । ହେଲେ ବ୍ରିଟିଶ ସରକାରଙ୍କ ବିରୋଧରେ ଯାଇ ମହାନ୍ ରାଷ୍ଟ୍ରଭକ୍ତ ତଥା ସ୍ୱାଧୀନତା ସଂଗ୍ରାମୀ ମଦନ ମୋହନ ସିଂ ମାଲବ୍ୟ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ନାକଡୁ ଯାଦବ ଗାଁର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲା। ଏହା ସତ୍ତ୍ୱେ, ସେ ୧୯୮୯ ମସିହାରେ ଅଷ୍ଟମ ଶ୍ରେଣୀ ପାସ୍ କରିବାର ନକଲି ମାର୍କସିଟ୍ ଦେଖାଇ ହୋମଗାର୍ଡ ଚାକିରି ପାଇଥିଲା। ପୂର୍ବରୁ ସେ ଲୋକାଇ ଯାଦବଙ୍କ ପୁଅ ନାକଡୁ ଯାଦବ ଭାବରେ ଜଣାଶୁଣା ଥିଲା, କିନ୍ତୁ ଚାକିରି ପାଇବା ପରେ ପରିଚୟ ବଦଳିଗଲା।
ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ ଦେହ ବେଡ ବକ୍ସରୁ ଉଦ୍ଧାର କରାଯାଇଛି। ଦମ୍ପତିଙ୍କ ସହ ୩ ଜଣ ଶିଶୁ ରହିଥିବା ବେଳେ କ୍ଷତ ବିକ୍ଷତ ଶରୀର ଥିବାରୁ ହତ୍ୟା ସନ୍ଦେହ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ସହିତ ୩ଜଣ ଝିଅଙ୍କୁ ମଧ୍ୟ ହତ୍ୟା କରାଯାଇଛି।
୨୦୧୪ ନଭେମ୍ବର ୧୦ ତାରିଖର ଘଟଣା । ବିଶାଖାପଟନମରୁ ବାହାରିଥିଲା ଏକ ଟ୍ରେନ । ୪ ବର୍ଷ ପରେ ପହଞ୍ଚିଥିଲା ଲକ୍ଷ୍ୟ ସ୍ଥଳରେ । ଅର୍ଥାତ ୨୦୧୮ ଜୁଲାଇ ୨୫ ତାରିଖରେ ଉତ୍ତରପ୍ରଦେଶର ବସ୍ତି ଷ୍ଟେସନରେ ପହଞ୍ଚିଥିଲା ଏହି ମାଲ୍ଗାଡ଼ି । ଏହି ଟ୍ରେନ୍ ତା’ର ଯାତ୍ରା ପୂରା କରିବାକୁ ନେଇଥିଲା ୩ ବର୍ଷ ୮ମାସ ୭ ଦିନ । ଏହି ଟ୍ରେନ ଯାତ୍ରାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ଅଧିକ ବିଳମ୍ବ ଟ୍ରେନ ବୋଲି ବିଚାର କରାଯାଏ ।
କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ ।
ପଞ୍ଜାବରେ ଆକ୍ରମଣ କଲେ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତର ପ୍ରଦେଶରେ ଏନକାଉଣ୍ଟରରେ ପ୍ରାଣ ହରାଇଲେ । ଏହା ସମ୍ଭବ ହେଲା ଦୁଇ ରାଜ୍ୟର ପୋଲିସ୍ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ।
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫା କରିଦେଲେ ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା। ଉତ୍ତରପ୍ରଦେଶ ମୋରାଦାବାଦରେ ଏ ଘଟଣା ଘଟିଛି....
ଉତ୍ତରପ୍ରଦେଶରୁ ମୁମ୍ବାଇ ଯିବାକୁ ଅନ୍ତୋଦୟ ଏକ୍ସପ୍ରେସରେ ବହୁତ ଭିଡ଼ ରହିଥିଲା । ଏହି କାରଣରୁ ଯାତ୍ରୀମାନେ ବଗିର କବାଟ ବନ୍ଦ କରିଦେଇଥିଲେ । ଏଥିରେ ରାଗିଯାଇ କିଛି ଯାତ୍ରୀ ଅନ୍ତୋଦୟ ଏକ୍ସପ୍ରେସ ଟ୍ରେନକୁ ଭଙ୍ଗାରୁଜା କରିଥିଲେ ।
ଉତ୍ତରପ୍ରଦେଶର ମେରୁଟ୍ରେ କଥାମୃତ ଚାଲିଥିବା ବେଳେ ଦଳାଚକଟା। ଅନେକ ଭକ୍ତ ତଳେ ପଡ଼ିଯାଇ ଥିବା ବେଳେ ସେମାନଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢିଯାଇଥିଲେ। ଏଥିରେ ଏକାଧିକ ମହିଳା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଏହି ମନ୍ଦିରଟି ବହୁତ ପୁରୁଣା । ମନ୍ଦିରର ଦେଖାଶୁଣା କରୁଥିଲେ ଗୋଟିଏ ବେଙ୍ଗଲି ପରିବାର । ମନ୍ଦିରଟି ଏହି ବେଙ୍ଗଲି ପରିବାରର ଅଗଣା ଭିତରେ ରହିଥିଲା । ପରେ ସେ ଏହି ସଂପତ୍ତିକୁ ଜଣେ ସଂଖ୍ୟାଲଘୁ ପରିବାରକୁ ବିକ୍ରି କରି ଅନ୍ୟତ୍ର ଚାଲିଯାଇଥିଲେ । ସେ ଜମି ବିକ୍ରି କରିବା ପରେ ସଂଖ୍ୟାଲଘୁ ସଂପ୍ରଦାୟର ଏହି ବ୍ୟବସାୟୀ ଜଣକ ଏହାକୁ ତାଲା ପକାଇ ରଖିଥିଲେ ।
ଜବରଦଖଲ ଉଚ୍ଛେଦ ବେଳେ ବଡ଼ ଧରଣର ବିଦ୍ୟୁତ ଚୋରି ସାମ୍ନାକୁ ଆସିଥିଲା । କିନ୍ତୁ ଶନିବାର ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସମ୍ୱଲ ହିଂସାର ଭିଡିଓ ଦେଖି ପୋଲିସକୁ ପ୍ରଶଂସା କରିଥିଲେ ମହିଳା। ସ୍ୱାମୀ ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତିନି ତଲାକ ଦେଇଥିଲେ। ଏନେଇ ମହିଳାଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ଗତ ଶନିବାର ରାତିରେ ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ୍ ଜିଲ୍ଲା ସୀମାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାମଗଙ୍ଗା ନଦୀ ପରେ ନିର୍ମାଣଧୀନ ବ୍ରିଜ୍ ଉପରୁ ଏକ କାର୍ ତଳକୁ ଖସି ପଡ଼ିଥିଲା ।
ମା’-ପୁଅ ସମ୍ପର୍କରେ ଲାଗିଲା କଳଙ୍କ । ପାଳିତ ପୁଅ ସହ ପାପ ସମ୍ପର୍କ ରଖୁଥିଲା ମା’ ।
ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ସେ ନିଆଁର ଆଁ ଭିତରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବଞ୍ଚାଇଛନ୍ତି । କିନ୍ତୁ ନିଜର ଦୁଇ ଯମଜ ଶିଶୁ କନ୍ୟାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କର ଏହି ବୀରତ୍ୱର କଥା ଯେତିକି ପ୍ରଶଂସାଯୋଗ୍ୟ ସେତିକି ହୃଦୟ ବିଦାରକ ମଧ୍ୟ।
କାର୍ଟି ଅନ୍ୟ ଏକ ଗାଡିକୁ ଓଭରଟେକ୍ କରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଦିଗ ବଦଳାଇ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି।
ଶୋଇଥିବା ବେଳେ ରାଜେନ୍ଦ୍ର ଗୁପ୍ତା (୫୦) ତାଙ୍କ ପତ୍ନୀ ନୀତୁ ଗୁପ୍ତା (୪୫), ପୁଅ ନଭନେନ୍ଦ୍ର (୨୫), ସୁବେନ୍ଦ୍ର (୧୫) ଓ ଝିଅ ଗୌରାଙ୍ଗୀ (୧୬)ଙ୍କୁ ହତ୍ୟା କରିଥିଲେ ।