/odishatv-khabar/media/post_attachments/uploadimage/library/16_9/16_9_0/PUTIN__1755685846.jpg)
PUTIN
ସାଢେ ୩ ବର୍ଷ ପରେ ଏବେ ବନ୍ଦ ହେବାକୁ ଯାଉଛି ୟୁକ୍ରେନ-ଋଷ ଯୁଦ୍ଧ ! ଆଲାସ୍କାରେ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ୩ ଘଣ୍ଟା ଆଲୋଚନା ପରେ ଏବେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହା ଯୁଦ୍ଧବିରତି ଆଶା ବଢାଇଥିବା ବେଳେ ଏହାରି ଭିତରେ ଋଷ୍ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଋଷ୍ ପ୍ରାୟ ୨୧ ହଜାର ୟୁକ୍ରେନ ପିଲାଙ୍କୁ ଅପହରଣ କରିଥିବା ଦାବି କରିଛି ୟୁକ୍ରେନ ସିକ୍ୟୁରିଟି ସର୍ଭିସ ।
ୟୁକ୍ରେନର ଦାବି ଯେ, ଋଷିଆ ୟୁକ୍ରେନରୁ ହଜାର ହଜାର ପିଲାଙ୍କୁ ଅପହରଣ କରୁଛି । ସେମାନଙ୍କ ବ୍ରେନୱାଶ କରୁଛି । ଏହାପରେ ପିଲାମାନଙ୍କୁ ଉସକାଇ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢାଉଛି ।
କାରଣ ଋଷିଆ ଯୁଦ୍ଧରେ ଅନେକ ଯବାନ ହରାଣିଲାଣି । ତେଣୁ ଋଷିଆ ପାଖରେ ଏବେ ଯବାନଙ୍କ ଅଭାବ ରହିଛି । ଏହି ଅଭାବ ପୂରଣ କରିବାକୁ ଋଷିଆ ୟୁକ୍ରେନ ଶିଶୁଙ୍କୁ ଅପହରଣ କରୁଛି ।
ଏହି ପିଲାମାନଙ୍କୁ ନେଇ ଅଲଗା ଅଲଗା ଠିକଣାରେ ରଖିଛି । ସେମାନଙ୍କ ବ୍ରେନୱାଶ କରୁଛି ଆଉ ମିଲିଟାରୀ ଟ୍ରେନିଂ ଦଉଛି । ଏହାପରେ ଆଉ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପାଇଁ ପଠାଉଛି ବୋଲି କହିଛି ୟୁକ୍ରେନ ସିକ୍ୟୁରିଟି ସର୍ଭିସ । ୟେଲ ୟୁନିଭରସିଟିର ରିସର୍ଚ୍ଚ ଗ୍ରୁପ ଏଭଳି ୮୪୦୦ ପିଲାଙ୍କୁ ଚିହ୍ନଟ କଲାଣି । ଯାହାଙ୍କୁ ଅପହରଣ କରି ଋଷ୍ ପଠାଯାଇଛି ।
କିଛି ମାସ ତଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବି ଏମିତି ଦାବି କରିଥିଲେ । ୟୁକ୍ରେନରୁ ଯୋଜନା କରି ପିଲାମାନଙ୍କୁ ଋଷ୍ ପଠାଯାଉଛି । ସେଠି ସେମାନଙ୍କୁ ସାମରିକ ସ୍କୁଲରେ ଭର୍ତ୍ତି କରାଯାଇ ଟ୍ରେନିଂ ଦିଆଯାଉଛି । ସେଇ ପିଲାଙ୍କୁ ଭିତରୁ ୧୧ ହଜାରଙ୍କ ନାଁ ଜାଣିଛୁ ଓ ପିଲାମାନଙ୍କୁ ରଖାଯାଇଥିବା ୧୫୦ଟି ସ୍ଥାନକୁ ଚିହ୍ନଟ କରିଛୁ ବୋଲି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)