Advertisment

War:ପ୍ରଚଣ୍ଡ ଆକ୍ରମଣ, ରାତିସାରା ଘନ ଘନ ମିସାଇଲ ମାଡ଼...ଛାରଖାର୍ କିଭ୍‌

୮୦୦ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ରେ ଛାରଖାର୍ କିଭ୍‌ । ଭୁଶୁଡିଲା ୟୁକ୍ରେନ କ୍ୟାବିନେଟ ବିଲ୍ଡିଂ । ଚାଲିଗଲା ଅନେକ ଜୀବନ । ପ୍ରାୟ ୪ ବର୍ଷର ଯୁଦ୍ଧ ଭିତରେ ରବିବାର ଦିନ ୟୁକ୍ରେନ ଉପରେ ସବୁଠୁ ବଡ଼ ଧରଣର ଏୟାରଷ୍ଟ୍ରାଇକ କରିଛି ଋଷିଆ । ରାତିସାରା ପ୍ରଚଣ୍ଡ ଆକ୍ରମଣରେ ଥରିଛି କିଭ୍ ।

author-image
Manasranjan Mohanty
russia ukraine war

russia ukraine war

୮୦୦ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ରେ ଛାରଖାର୍ କିଭ୍‌ । ଭୁଶୁଡିଲା ୟୁକ୍ରେନ କ୍ୟାବିନେଟ ବିଲ୍ଡିଂ । ଚାଲିଗଲା ଅନେକ ଜୀବନ । ପ୍ରାୟ ୪ ବର୍ଷର ଯୁଦ୍ଧ ଭିତରେ ରବିବାର ଦିନ ୟୁକ୍ରେନ ଉପରେ ସବୁଠୁ ବଡ଼ ଧରଣର ଏୟାରଷ୍ଟ୍ରାଇକ କରିଛି ଋଷିଆ ।

Advertisment

ରାତିସାରା ପ୍ରଚଣ୍ଡ ଆକ୍ରମଣରେ ଥରିଛି କିଭ୍ । ଋଷିଆ ୮୧୦ଟି ଡ୍ରୋନ ଓ ୧୩ଟି ମିସାଇଲ ମାଡ଼ କରିଥିବାର କହିଛି ୟୁକ୍ରେନ ବାୟୁସେନା । ଏହି ଆକ୍ରମଣରେ ୟୁକ୍ରେନ କ୍ୟାବିନେଟ ଭବନ ଭୀଷଣ କ୍ଷତିଗ୍ରସ୍ତ ହୋଇଛି ।

ଘନ ଘନ ମିସାଇଲ ଓ ଡ୍ରୋନ ମାଡରେ କ୍ୟାବିନେଟ ବିଲ୍ଡିଂରେ ନିଆଁ ଲାଗିବ ସହ କିଛି ଅଂଶ ଭୁଶୁଡି ପଡିଛି । ଏହାସହ ଅନେକ ଆବାସିକ ବିଲ୍ଡିଂ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ସେହିପରି ଆକ୍ରମଣରେ ଜଣେ ୨ ମାସର ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ଜଣ ଆହତ ହୋଇଛନ୍ତି ।

Advertisment

ତେବେ ଯୁଦ୍ଧରେ ପ୍ରଥମ ଥର ସରକାରୀ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ୟୁକ୍ରେନ ପ୍ରଧାନମନ୍ତ୍ରୀ ୟୁଲିଆ ସିଭରେଡେନକୋ ।

ଋଷିଆ ୮୧୦ ଡ୍ରୋନ ଓ ୧୩ଟି ମିସାଇଲ ମାଡ କରିଥିଲା । କିନ୍ତୁ ୟୁକ୍ରେନ ଏୟାରଫୋର୍ସ ୭୪୭ ଡ୍ରୋନ ଓ ୪ଟି ମିସାଇଲକୁ ଖସାଇ ଦେଇଥିଲା । ହେଲେ ୯ଟି ମିସାଇଲ ଓ ୫୪ଟି ଡ୍ରୋନ ୩୩ଟି ଠିକଣାରେ ହିଟ୍‌ କରିଥିଲା । ଯେଉଁ କାରଣରୁ ଭୀଷଣ କ୍ଷୟକ୍ଷତି ଘଟିଥିବାର କହିଛି ୟୁକ୍ରେନ ।

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ବସିଲାଣି । କିନ୍ତୁ ଥମିବାର ନାଁ ଧରୁନି ରକ୍ତପାତ । ବାରମ୍ବାର କୁଟନୈତିକ ପ୍ରୟାସ ସତ୍ତ୍ବେ କୌଣସି ସୁଫଳ ମିଳୁନି । ଏହାରି ଭିତରେ ଋଷିଆ ଉପରେ ଅତିରିକ୍ତ କଟକଣା ଲଗାଇବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

Russia Ukraine War
Advertisment
Related Articles
Advertisment