କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ
ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।
ଏଥର ବି ପାର୍ବଣକୁ ପାଣିଚିଆ କରିଦେବ ମହାମାରୀ କରୋନା । ନା ଚମକିବ ମେଢ଼, ନା ଝଟକିବ ମଣ୍ଡପ । ମହାମାରୀ ମାଡ଼ରେ ଗତବର୍ଷ ଭଳି ଏଥର ବି ଖାଁ ଖାଁ ଲାଗିବ ଚତୁର୍ଦ୍ଦିଗ । କାରଣ ବିନା ବାଣ ରୋଷଣୀ ସହ ପାର୍ବଣକୁ ନିରାଡମ୍ବର ଭାବେ ପାଳିବା ପାଇଁ ଅକ୍ଟୋବର ଗାଇଡଲାଇନ୍ସରେ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି ।
କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ।
ବର୍ଷା ଯୋଗୁଁ କିଛି ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଗତକାଲି ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଅଣ୍ଟାଏ ପାଣି ଚାଲିବା ବେଳେ ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଯାଇଥିଲା। ସେହିପରି ପୁରୀ, କଟକ, ଜଗତସିଂହପୁର ଭଳି ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।
ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି। ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର। ତେବେ କ୍ରାଇମବ୍ରାଞ୍ଚ ଏସ୍ଟିଏଫକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ । ଜବତ ହୋଇଥିବା ବ୍ରାଉନସୁଗରର ଓଜନ ୨ କିଲୋ ୪୦୨ ଗ୍ରାମ ହେବ ।
ମୋଟ୍ ପଜିଟିଭ୍ କେସ୍ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି।